Posted inଜାତୀୟ

୧୦୦ ଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି ୨୫ ବିଲିୟନ ଡଲାର ବଢ଼ିଛି

ନୂଆଦିଲ୍ଲୀ,୩୦।୧୧: ଭାରତର ୧୦୦ ଜଣ ଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି ୨୦୨୨ରେ ୨୫ ବିଲିୟନ ଡଲାର ବୃଦ୍ଧି ପାଇଛି। ଫୋର୍ବସ୍‌ ୨୦୨୨ ତାଲିକା ଅନୁଯାୟୀ ଦେଶର ସର୍ବାଧିକ ଧନୀ ୧୦୦ ଜଣଙ୍କ ମୋଟ ସମ୍ପତ୍ତି ପରିମାଣ ୮୦୦ ବିଲିୟନ ଡଲାର ଅତିକ୍ରମ କରିଛି। ମହାମାରୀ ପରବର୍ତ୍ତୀ ମାନ୍ଦାବସ୍ଥାକୁ ଅତିକ୍ରମ କରି ଭାରତ ପଞ୍ଚମ ବୃହତ୍‌ ଅର୍ଥନୀତି ହୋଇଥିବାବେଳେ ୧୦ ଜଣ ଶ୍ରେଷ୍ଠ ଧନୀଙ୍କ ମୋଟ ସମ୍ପତ୍ତି ୩୮୫ ବିଲିୟନ ଡଲାରରେ ପହଞ୍ଚିଥିବା ଫୋର୍ବସ ରିପୋର୍ଟରୁ ଜଣାପଡ଼ିଛି। ୨୦୨୧ରେ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ୩ ଗୁଣ ହେବା ସହ ସେ ଦେଶର ସବୁଠୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି। ୨୦୨୨ରେ ତାଙ୍କ ସମ୍ପତ୍ତି ପରିମାଣ ୧୫୦ ବିଲିୟନ ଡଲାରରେ ପହଞ୍ଚିଛି। ଏବେ ସେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଧନୀ ବ୍ୟକ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭାରତର ଦ୍ୱିତୀୟ ଧନୀ। ତାଙ୍କ ମୋଟ ସମ୍ପତ୍ତି ପରିମାଣ ୮୮ ବିଲିୟନ ଡଲାର। ସୁପରମାର୍କେଟ ଚେନ୍‌ ଡିମାର୍ଟର ମାଲିକ ରାଧାକ୍ରିଷ୍ଣନ ଡମଲାନି ଧନୀ ତାଲିକାର ତୃତୀୟ ସ୍ଥାନରେ ଥିବାବେଳେ ତାଙ୍କ ପଛକୁ ରହିଛନ୍ତି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସାଇରସ୍‌ ପୁନାଓ୍ବାଲା। ଡମଲାନିଙ୍କ ସମ୍ପତ୍ତି ପରିମାଣ ୨୭.୬ ବିଲିୟନ ଡଲାର ହୋଇଥିବାବେଳେ ପୁନାଓ୍ବାଲାଙ୍କ ସମ୍ପତ୍ତି ମୂଲ୍ୟ ୨୧.୫ ବିଲିୟନ ଡଲାର। ଦେଶର ସବୁଠୁ ଧନୀ ମହିଳା ଓପି ଜିନ୍ଦଲ ଗ୍ରୁପ୍‌ ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ପରିମାଣ ୧୬.୪ ବିଲିୟନ ଡଲାର। ଶ୍ରେଷ୍ଠ ଧନୀ ତାଲିକାରେ ନାଇକାର ସିଇଓ ଫାଲ୍‌ଗୁନୀ ନାୟାର ପ୍ରଥମ ଥର ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri