Posted inଜାତୀୟ

୧୦୦ ଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି ୨୫ ବିଲିୟନ ଡଲାର ବଢ଼ିଛି

ନୂଆଦିଲ୍ଲୀ,୩୦।୧୧: ଭାରତର ୧୦୦ ଜଣ ଶ୍ରେଷ୍ଠ ଧନୀଙ୍କ ସମ୍ପତ୍ତି ୨୦୨୨ରେ ୨୫ ବିଲିୟନ ଡଲାର ବୃଦ୍ଧି ପାଇଛି। ଫୋର୍ବସ୍‌ ୨୦୨୨ ତାଲିକା ଅନୁଯାୟୀ ଦେଶର ସର୍ବାଧିକ ଧନୀ ୧୦୦ ଜଣଙ୍କ ମୋଟ ସମ୍ପତ୍ତି ପରିମାଣ ୮୦୦ ବିଲିୟନ ଡଲାର ଅତିକ୍ରମ କରିଛି। ମହାମାରୀ ପରବର୍ତ୍ତୀ ମାନ୍ଦାବସ୍ଥାକୁ ଅତିକ୍ରମ କରି ଭାରତ ପଞ୍ଚମ ବୃହତ୍‌ ଅର୍ଥନୀତି ହୋଇଥିବାବେଳେ ୧୦ ଜଣ ଶ୍ରେଷ୍ଠ ଧନୀଙ୍କ ମୋଟ ସମ୍ପତ୍ତି ୩୮୫ ବିଲିୟନ ଡଲାରରେ ପହଞ୍ଚିଥିବା ଫୋର୍ବସ ରିପୋର୍ଟରୁ ଜଣାପଡ଼ିଛି। ୨୦୨୧ରେ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ୩ ଗୁଣ ହେବା ସହ ସେ ଦେଶର ସବୁଠୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି। ୨୦୨୨ରେ ତାଙ୍କ ସମ୍ପତ୍ତି ପରିମାଣ ୧୫୦ ବିଲିୟନ ଡଲାରରେ ପହଞ୍ଚିଛି। ଏବେ ସେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଧନୀ ବ୍ୟକ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭାରତର ଦ୍ୱିତୀୟ ଧନୀ। ତାଙ୍କ ମୋଟ ସମ୍ପତ୍ତି ପରିମାଣ ୮୮ ବିଲିୟନ ଡଲାର। ସୁପରମାର୍କେଟ ଚେନ୍‌ ଡିମାର୍ଟର ମାଲିକ ରାଧାକ୍ରିଷ୍ଣନ ଡମଲାନି ଧନୀ ତାଲିକାର ତୃତୀୟ ସ୍ଥାନରେ ଥିବାବେଳେ ତାଙ୍କ ପଛକୁ ରହିଛନ୍ତି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସାଇରସ୍‌ ପୁନାଓ୍ବାଲା। ଡମଲାନିଙ୍କ ସମ୍ପତ୍ତି ପରିମାଣ ୨୭.୬ ବିଲିୟନ ଡଲାର ହୋଇଥିବାବେଳେ ପୁନାଓ୍ବାଲାଙ୍କ ସମ୍ପତ୍ତି ମୂଲ୍ୟ ୨୧.୫ ବିଲିୟନ ଡଲାର। ଦେଶର ସବୁଠୁ ଧନୀ ମହିଳା ଓପି ଜିନ୍ଦଲ ଗ୍ରୁପ୍‌ ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲଙ୍କ ସମ୍ପତ୍ତି ପରିମାଣ ୧୬.୪ ବିଲିୟନ ଡଲାର। ଶ୍ରେଷ୍ଠ ଧନୀ ତାଲିକାରେ ନାଇକାର ସିଇଓ ଫାଲ୍‌ଗୁନୀ ନାୟାର ପ୍ରଥମ ଥର ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri