ପଦାରେ ପଡ଼ିଲା କଂଗ୍ରେସର ଦୁର୍ବଳତା

ଅନୁଗୋଳ ଅଫିସ,୮ା୩ ପୌର ନିର୍ବାଚନକୁ ନେଇ ଅନୁଗୋଳ ରାଜନୀତି ସରଗରମ୍‌ ହୋଇପଡ଼ିଛି। ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ଥିବାବେଳେ ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ବିଜେଡି, ଭାଜପା ଓ କଂଗ୍ରେସ ସହ ଅନ୍ୟ ଦଳରୁ ମୋଟ ୫୮ଟି ନାମାଙ୍କନପତ୍ର ଦାଖଲ କରାଯାଇଛି। ଏହାକୁ ମିଶାଇ ୨୩ଟି ଓ୍ବାର୍ଡର କାଉନସିଲର ପଦବୀ ପାଇଁ ୮୦ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ପୌରାଧ୍ୟକ୍ଷ ପାଇଁ ୧୧ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି। ବିଜେଡି ଓ ଭାଜପା ୨୩ଟି ଓ୍ବାର୍ଡ ସହ ଅଧ୍ୟକ୍ଷ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ଏ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ କରିଛି। ଦଳ ଅଧ୍ୟକ୍ଷ ପ୍ରାର୍ଥୀ ଦେଇଥିଲେ ମଧ୍ୟ ସମସ୍ତ ଓ୍ବାର୍ଡରେ ପ୍ରାର୍ଥୀ ଦେଇପାରି ନାହିଁ। ଫଳରେ କଂଗ୍ରେସର ଗଡ଼ କୁହାଯାଉଥିବା ଅନୁଗୋଳ ପୌରାଞ୍ଚଳରେ ଦଳର ଦୁର୍ବଳତା ପଦାରେ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି।
୪୩ ହଜାର ୭୯୫ ଲୋକ ସଂଖ୍ୟା ବିଶିଷ୍ଟ ଅନୁଗୋଳ ପୌରପରିଷଦରେ ମୋଟ୍‌ ୨୩ଟି ଓ୍ବାର୍ଡ ରହିଛି। ୨୦୧୩ରେ ଏଠାରେ ଶେଷଥର ପାଇଁ ପୌର ନିର୍ବାଚନ ହୋଇଥିଲା। ସେତେବେଳେ କଂଗ୍ରେସ ଏକାକୀ ୧୪ଟି ଓ୍ବାର୍ଡରେ ବିଜୟୀ ହୋଇଥିବାବେଳେ ବିଜେଡିକୁ ଅବଶିଷ୍ଟ ୯ ଓ୍ବାର୍ଡ ମିଳିଥିଲା। ସେହିପରି ୨୦୦୮ରେ ମଧ୍ୟ କଂଗ୍ରେସ ୧୨ଟି ଓ ବିଜେଡି ୯ ଓ୍ବାର୍ଡରେ ସୀମିତ ରହିଥିଲା। ଭାଜପାକୁ ମାତ୍ର ଗୋଟିଏ ଓ୍ବାର୍ଡରେ ବିଜୟ ମିଳିଥିଲା। ଫଳରେ ଅନୁଗୋଳ ପୌରାଞ୍ଚଳ କଂଗ୍ରେସର ଗଡ଼ ବୋଲି ଦଳ ପକ୍ଷରୁ ଦାବି କରାଯାଇ ଆସୁଥିଲା। କିନ୍ତୁ ଚଳିତ ପୌର ନିର୍ବାଚନରେ କଂଗ୍ରେସ ସେହି ଗଡ଼ ରକ୍ଷା କରିପାରିବ କି ନାହିଁ, ସେ ନେଇ କର୍ମୀ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। କାରଣ ଗତ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ୭ ତାରିଖରେ ଶେଷ ହୋଇଥିଲେ ମଧ୍ୟ ଦଳ ସବୁ ଓ୍ବାର୍ଡରେ ପ୍ରାର୍ଥୀ ଦେଇପାରିନାହିଁ। ୨୩ ଓ୍ବାର୍ଡ ମଧ୍ୟରୁ ୪, ୧୦, ୧୫ ଓ ୨୦ ନମ୍ବର ଓ୍ବାର୍ଡକୁ ବାଦ୍‌ ଦେଇ ବାକି ୧୯ଟିରେ ଦଳୀୟ କାଉନସିଲର ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୬ ତାରିଖରେ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ବଲବିର ସିଂଙ୍କ ସହ ୮ଜଣ କାଉନସିଲର ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ୭ ତାରିଖରେ ଆଉ ୧୧ ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନ ଫର୍ମ ଭରିଛନ୍ତି। ସେହିପରି କଂଗ୍ରେସ ଛାଡ଼ି ବିଜେଡି ହାତ ଧରିଥିବା ପୂର୍ବତନ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ବିଜେଡି ପକ୍ଷରୁ ପୌରାଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି। ସାମନ୍ତଙ୍କ ସହ ୧ନଂ. ଓ୍ବାର୍ଡରୁ ବିଜେଡିର କାଉନସିଲର ପ୍ରାର୍ଥୀ ସୁକାନ୍ତି ଦାସ ୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ୭ ତାରିଖରେ ୨୨ଜଣ କାଉନସିଲର ପ୍ରାର୍ଥୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଭାଜପା ପକ୍ଷରୁ ଦିଲୀପ ପ୍ରଧାନ ଅଧ୍ୟକ୍ଷ ପ୍ରାର୍ଥୀ ଓ ୨୩ ଓ୍ବାର୍ଡ ପାଇଁ ୨୩ ଜଣ କାଉନସିଲର ପ୍ରାର୍ଥୀ ଦିଆଯାଇଛି। ଆମ୍‌ ଆଦ୍‌ମି ପାର୍ଟି ପକ୍ଷରୁ ବାପୁଜୀ ପ୍ରଧାନ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି। ତେବେ ସମସ୍ତ ଓ୍ବାର୍ଡରେ କଂଗ୍ରେସ ପ୍ରାର୍ଥୀ ଦେଇ ନ ପାରିବା ସମ୍ପର୍କରେ ଓବିସି ସେଲ୍‌ ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ସାହୁ କହିଛନ୍ତି, ଅନ୍ୟ ଦଳର ଚକ୍ରାନ୍ତ ଯୋଗୁ ଏପରି ହୋଇଛି। ଏହାକୁ କଂଗ୍ରେସ ନିନ୍ଦା କରିବା ସହ ତର୍ଜମା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri