ବଢୁଛି ସାଳିଆ ଜଳଭଣ୍ଡାର ଜଳସ୍ତର, ପ୍ରତି ସେକେଣ୍ଡ୍‌ରେ…

ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଖୋର୍ଦ୍ଧା ଜିଲାରେ ବର୍ଷା ଜାରି ରହିଥିବା ବେଳେ ସାଳିଆ ଜଳସେଚନ ପ୍ରକଳ୍ପର ଜଳସ୍ତର ବୃଦ୍ଧି ପାଇଛି। ନଭେମ୍ବର ୨୦ ତାରିଖ ସକାଳ ୧୧ଟା ୩୦ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୫୮.୮୦ ମିଟର ରେକର୍ଡ ହୋଇଛି। ଯାହା ପୂର୍ଣ୍ଣ ଜଳଧାରଣ ସ୍ତର (FRL) ୫୮.୫୩ ମିଟରଠାରୁ ୦.୨୭ ମିଟର ଅଧିକ।

ପ୍ରକଳ୍ପ ଅଞ୍ଚଳରେ ୪୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସିଆର୍‌ଏଫ୍‌ ୧୮୦୪ ମିଲିମିଟର ରହିଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୨୬.୭୦ ଘନମିଟର ଜଳ ଉଦ୍‌ବୃତ୍ତ ହୋଇ ନିଷ୍କାସିତ ହେଉଥିବା ଖୋର୍ଦ୍ଧା ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।

Dharitri – Odisha’s No.1 Odia Daily

Share