ଶୁଖିଗଲାଣି ୭ ନଦୀର ଜଳଧାରା

କେନ୍ଦ୍ରାପଡ଼ା ଅଫିସ, ୧୪ା୫: କେନ୍ଦ୍ରାପଡ଼ା ଜିଲାରେ ସାମୁଦ୍ରିକ ଝଡ ଅସାନିର ବର୍ଷା ପାଣି ପଡିଲାନାହିଁ। ଗତ ୪ ତାରିଖରୁ ଅକ୍ଷୟ ତୃତୀୟା ପାଳନ ହୋଇଥିବା ବେଳେ ମୌସମୀ ବର୍ଷା ଜୁନ ପ୍ରଥମ ସପ୍ତାହ ପୂର୍ବରୁ ଆସିବା ସମ୍ଭାବନା ନାହିଁ। ଖରିଫ ଚାଷର ଜମିକୁ ଉପଯୁକ୍ତ କରିବାକୁ ହଳ ହେବା ଆବଶ୍ୟକ। ଖରାଦିନ ଆରମ୍ଭରୁ ଜିଲାରେ ପ୍ରବାହିତ ୭ ନଦୀର ଜଳଧାରା ଶୁଖିଯାଇଛି। କୃଷି ଅର୍ଥନୀତି ଭିତ୍ତିକ ଓ ରାଜ୍ୟର ବୃହତ୍ତମ ନଦୀପଥ ଥିବା ଏହି ଜିଲାରେ କ୍ଷେତକୁ ପାଣି ସମସ୍ୟା ଏବେ ବଢ଼ି ଚାଲିଛି। ନଦୀରେ ପାଣି ନ ଥିବାରୁ ଜିଲାର ୧୧୧୪ ଉଠା ଜଳସେଚନ ପ୍ରକଳ୍ପ ଅଚଳ ହେବାକୁ ବସିଥିବା ବେଳେ ୨୫,୭୧୮ ହେକ୍ଟର ଅଞ୍ଚଳର ଜମି ପଡିଆ ହେବାକୁ ଯାଉଛି। ଯାହା ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର, ଗୟାଧର ଧଳ, ବିଜୟ କୁମାର ପରିଡା, ଚାଷୀ ନିରଞ୍ଜନ ପରିଡା, ଚିତ୍ତରଞ୍ଜନ ଦାସ ପ୍ରମୁଖ କହିଛନ୍ତି, ଜିଲାର ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ୭ ନଦୀ ଅଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବନ୍ଧ ନିର୍ମାଣ କରିବା ପରେ ନିମ୍ନ ଅବବାହିକାରେ ଥିବା ଜିଲାର ଲୁଣା, ପାଇକା, ଚିତ୍ରୋପତ୍ଳା, ମହାନଦୀ, ବିରୂପା ନଦୀ ଜଳସ୍ତର ହ୍ରାସ ପାଇଛି। ସେହିପରି ଗୋବରୀ, ବ୍ରାହ୍ମଣୀ, ବୈତରଣୀ ସିଷ୍ଟମରେ ଥିବା ଖରସ୍ରୋତା ନଦୀରେ ଜଳସ୍ତର ହ୍ରାସ ପାଇଛି। କେନାଲ ଶୁଖିଲା ପଡିଥିବା ବେଳେ ଖରା କାରଣରୁ ପୋଖରୀରେ ଜଳ ନାହିଁ। ଜିଲାର ୧ ଲକ୍ଷ ୫୨ ହଜାର ହେକ୍ଟର ଚାଷ ଜମି ମଧ୍ୟରୁ ୮୬,୧୩୨ ହେକ୍ଟରକୁ କେନାଲ, ଉଠା ଜଳସେଚନ ପ୍ରକଳ୍ପ, ସାଲୋ ଟ୍ୟୁବୱେଲ, ଅନ୍ୟାନ୍ୟ ଜଳ ଉତ୍ସକୁ ବ୍ୟବହାର କରାଯାଇଥାଏ। ତେବେ ଏହି ନଦୀଗୁଡିକ ଏବେ ଜଳଧାରଣ କ୍ଷମତା ହରାଇଛି। ନଦୀଗୁଡିକର ବହୁ ସ୍ଥାନରେ ପାଣି ବଦଳରେ କେବଳ ବାଲି ଦେଖାଯାଉଛି। ନଦୀକୂଳିଆ ଅଞ୍ଚଳବାସୀ ପାନୀୟ ଜଳକଷ୍ଟ ଭୋଗୁଛନ୍ତି। ନଦୀଜଳର ସ୍ରୋତ କମିବା ଯୋଗୁ ନଳକୂପ, କୂଅ, ପୋଖରୀରେ ଜଳ ଉତ୍ତୋଳନ କଷ୍ଟ ଲାଗି ରହିଛି। ସେହିପରି ନଦୀଜଳକୁ ନିର୍ଭର କରି ହଜାର ହଜାର ମତ୍ସ୍ୟଜୀବୀ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାହା ଏବେ ସଙ୍କଟଜନକ ସ୍ଥିତିରେ ଅଛି। ମୌସୁମୀ ସମୟରେ ଏହି ନଦୀର ଜଳସ୍ତର ବଢ଼ି ଜିଲାର ୫୫ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି କରେ। ଏବେ ଚାଷ ପାଇଁ ଜଳସଙ୍କଟ ଦେଖାଯାଇଛି। ଖରିଫ ଚାଷ ସମୟରେ ପୂର୍ବରୁ ଉଠା ଜଳସେଚନ ପ୍ରକଳ୍ପ ସହାୟକ ହେଉଥିଲା। ଏଥିପାଇଁ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୮୨ଟି, ଡେରାବିଶରେ ୩୭ଟି, ମାର୍ଶାଘାଇରେ ୧୦୦ଟି, ମହାକାଳପଡ଼ାରେ ୧୧୯ଟି, ଗରଦପୁରରେ ୯୭ଟି, ପଟ୍ଟାମୁଣ୍ଡାଇରେ ୧୩୮ଟି, ଆଳିରେ ୨୪୮ଟି, ରାଜକନିକାରେ ୧୮୦ଟି ଓ ରାଜନଗରରେ ୧୧୩ଟି ଉଠା ଜଳସେଚନ ପ୍ରକଳ୍ପ ସରକାରୀ ପ୍ରୋତ୍ସାହନରେ କାର୍ଯ୍ୟକାରୀ ହେଉଥିଲା। ସେହିପରି ନଦୀ ଜଳକୁ ଭିତ୍ତି କରି ୩,୦୬୩ ସାଲୋ ଟ୍ୟୁବୱେଲ ଓ ୧,୦୬୨୪ଟି ଜଳ ଉତ୍ସ ଚାଷ କାର୍ଯ୍ୟରେ ବ୍ୟବହାର ହେଉଥିଲା। କିନ୍ତୁ ନଦୀ ଜଳସ୍ତର ହ୍ରାସ ଯୋଗୁ ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବା ବେଳେ ଚାଷୀ ଏବେ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି। ଏ ସମ୍ପର୍କରେ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତଙ୍କୁ ପଚାରିବାରେ ଖରାଦିନ ପାଇଁ ନଦୀ ଜଳସ୍ତର କମିଛି। ଏହି ସମୟରେ ନଦୀବନ୍ଧର ଦୁର୍ବଳ ସ୍ଥାନ ମରାମତି ସହ ନଦୀପଥକୁ ପରିଷ୍କାର କରାଯାଉଛି। ନଦୀ ପଠାଗୁଡିକର ମାଟି କେତେ ସ୍ଥାନରେ ଜଳପଥକୁ ବନ୍ଦ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଅତିଷ୍ଠ ହେଉଛିସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

ମହିଳା କର୍ମଚାରୀଙ୍କୁ ଅଶ୍ଳିଳ ବ୍ୟବହାର: କଲେଜ ସଂପାଦକ ଗିରଫ

ବଲାଙ୍ଗିର,୨୨।୧୨: ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଓ ଧମକଚମକ ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ସମ୍ପାଦକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri