Categories: ଖେଳ

ଓ୍ବାରିୟର୍ସ ଚାମ୍ପିୟନ

ଭୁବନେଶ୍ୱର, ୧୦ା୬(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ସେକ୍ରେଟାରିଏଟ୍‌ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ଦ୍ୱାଦଶ ସେକ୍ରେଟାରିଏଟ୍‌ ପ୍ରିମିୟର୍‌ ଲିଗ୍‌ର ଫାଇନାଲ ମ୍ୟାଚରେ ଓ୍ବାରିୟର୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ପ୍ରବଳ ବର୍ଷା କାରଣରୁ ବିଦ୍ୟୁତ୍‌ ସରବରାହରେ ସମସ୍ୟା କାରଣରୁ ଫାଇନାଲ ଖେଳ ସମ୍ଭବ ହୋଇ ନ ଥିବା ବେଳେ ଲିଗ୍‌ ପର୍ଯ୍ୟାୟ ପଏଣ୍ଟ ଆଧାରରେ ଓ୍ବାରିୟର୍ସ ଚାମ୍ପିୟନ ଓ ଟାଇଟନ୍ସ ରନର୍‌ଅପ୍‌ ହୋଇଛି। ସୁନାମଧନ୍ୟ କୋଚ୍‌ କିଶୋର ମାଣିଆ ଓ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ମନୋଜ କୁମାର ସ୍ବାଇଁ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ପୁରସ୍କୃତ କରିଥିଲେ। ଆଲୋକ ମହାରଣା ଓ ଫାଲ୍‌ଗୁନୀ ସିଂହଙ୍କୁ ଯଥାକ୍ରମେ ଅରେଞ୍ଜ ଓ ପର୍ପଲ କ୍ୟାପ୍‌ ପ୍ରଦାନ କରାଯାଇଥିଲା। ଶ୍ରୀନିବାସ ଦାସଙ୍କୁ ଟୁର୍ନାମେଣ୍ଟର ମୂଲ୍ୟବାନ ଖେଳାଳି ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କ ଜରିଆରେ ବାହାନଗା ରେଳ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆସୋସିଏଶନ୍‌ର କାର୍ଯ୍ୟକାରୀ ସଭାପତି ଶଶାଙ୍କ ମହାପାତ୍ର, ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ମିଶ୍ର, ଯୁଗ୍ମ ସମ୍ପାଦକ ନୃସିଂହ ଚରଣ ପୃଷ୍ଟି, କାର୍ଯ୍ୟକାରୀ ସଦସ୍ୟ ସ୍ବର୍ଣ୍ଣେନ୍ଦୁ ମିଶ୍ର, କ୍ରୀଡା ନିର୍ଦ୍ଦେଶକ ଅବିନାଶ ଖଣ୍ଡୁଆଳ, ବରିଷ୍ଠ ସଦସ୍ୟ ପଦ୍ମ ଚରଣ ରାଉତ, ଜର୍ଜ ଦେବୀଦତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share