ପରିତ୍ୟକ୍ତ ଅବସ୍ଥାରେ ବୃହଦାଗାର ବହୁମୁଖୀ ସମବାୟ ସମିତିର ଗୋଦାମ ଗୃହ

ଦାରିଙ୍ଗବାଡ଼ି,୧୬ା୬(ଅରୁଣ ସାହୁ): ସରକାରଙ୍କ ସାଧାରଣ ବଣ୍ଟନ ଦାୟିତ୍ୱରେ ଦାରିଙ୍ଗବାଡ଼ି ବୃହଦାକାର ବହୁମୁଖୀ ସମବାୟ ସମିତି ଦାୟିତ୍ୱ ନେଇଛି। ଉକ୍ତ ସମିତି ୧୭ଟି ପଞ୍ଚାୟତରେ ସାଧାରଣ ସାମଗ୍ରୀ ତଥା ଚାଉଳ, ଗହମ, କିରୋସିନି ଆଦି ବଣ୍ଟନ କରୁଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ୮ ଟି ପଞ୍ଚାୟତରେ ଏହା ବଣ୍ଟନ କରୁଛି ତେବେ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଭଳି ସିମନବାଡ଼ିରେ ସମିତିର ନିଜସ୍ବ ଗୋଦାମ ଗୃହ ରହିଛି ଯାହାକି ଏବେ ୧ ଦଶନ୍ଧି ଧରି ତାହା ଆଉ କାମରେ ଲାଗୁନି। ତା’ର ରକ୍ଷଣବେକ୍ଷଣ ଆଉ କରାଯାଉ ନ ଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ପଡ଼ରହିଛି। ଉକ୍ତ ଗୋଦାମ ନିକଟରେ ସମିତି ର ନିଜସ୍ବ ଜମିରେ ଏକାଧିକ ଦୋକାନ ମାଲିକ ନିଜ ହାତ ପାଣ୍ଠିରୁ ଖର୍ଚ୍ଚ କରି ବ୍ୟବସାୟ କରୁଥିବା ବେଳେ ଏଥିପାଇଁ ସମିତିକୁ ବ୍ୟବସାୟୀମାନେ ଭଡା ଦେଉଛନ୍ତି। ଉକ୍ତ ଭଡ଼ା ସମିତି ଆଦାୟ କରୁଥିଲେ ମଧ୍ୟ ନିଜ ଗୋଦାମ ଗୃହକୁ ମରାମତି କିମ୍ବା ରକ୍ଷଣାବେକ୍ଷଣ ନ କରି ପଞ୍ଚାୟତ କାର୍ଯ୍ୟାଳୟର ଘର ଭଡ଼ାରେ ନେଇ ସେଠାରେ ସାଧାରଣ ସାମଗ୍ରୀ ବଣ୍ଟନ କରାଯାଉଥିବା ଜଣାପଡ଼ିଛି। ଏବେ ସରକାର ଆହୁରି ନୂତନ ସମିତି ସ୍ଥାପନ କରିବା ପାଇଁ ଘୋଷଣା କରିଥିବା ବେଳେ ସିମନବାଡ଼ିର ତାଲିକାରେ ନାମ ରହିଛି। ତେଣୁ ସାଧାରଣ ଖାଉଟିମାନେ ଦାବି କରିଛନ୍ତି ସମିତି ତାର ନିଜସ୍ବ ଗୃହ ଯାହାକି ପରିତ୍ୟକ୍ତ ଅବସ୍ଥାରେ ରହିଛି ତାକୁ ପୁନଃରୁଦ୍ଧାର କରାଯିବାକୁ ଦାବି ହେଉଛି।

ସୂଚନାଯୋଗ୍ୟ, ଉକ୍ତ ପରିତ୍ୟକ୍ତ ଅବସ୍ଥାରେ ଗୋଦାମ ଗୃହ ସମେତ ଜମି ମୁକୁଳା ପଡ଼ିଥିବାରୁ ଏବେ ଜବରଦଖଲ କରି ଏକାଧିକ ଲୋକ ଘର ନିର୍ମାଣ କରିଛନ୍ତି। ଯାହାକି ସମିତିର ଜମି ସଂକୁଚିତ ହୋଇପଡ଼ିଛି ବୋଲି ଅଭିଯୋଗ ହେଉଛି। ଏନେଇ ସମିତିର ପରିଚାଳିକା ନିର୍ଦ୍ଦେଶକ ବିଷ୍ଣୁପ୍ରିୟା ପ୍ରଧାନ କହିଛନ୍ତି ଯେ, ଏବେ ନୂତନ କୋଠା ନିର୍ମାଣ କରାଯିବ ସେଥିପାଇଁ ଅନୁଦାନ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂତନ ସରକାରୀ ଓକିଲ ନିଯୁକ୍ତି: ଭଞ୍ଜନଗର-ଜଗନ୍ନାଥପ୍ରସାଦ କୋର୍ଟରେ ୧୪ ଜଣ ନିଯୁକ୍ତ,ଜାଣନ୍ତୁ… 

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଭାଜପା କ୍ଷମତାକୁ ଆସିବା ପରେ ଗଞ୍ଜାମ ଜିଲାରେ ସରକାରୀ ଓକିଲ ତାଲିକା ତୁରନ୍ତ ବଦଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଭିନ୍ନ କାରଣ ଯୋଗୁ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri