ଓ୍ବାଲ୍‌ଟନ୍ସ ବିଶ୍ୱର ଶ୍ରେଷ୍ଠ ଧନୀ ପରିବାର

ନୂଆଦିଲ୍ଲୀ,୧୪।୧୨ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତବର୍ଷର ଶେଷ ସମୟରେ ବିଶ୍ୱର ଶ୍ରେଷ୍ଠ ଧନୀ ପରିବାରର ତାଲିକା ରେଟିଂ ଏଜେନ୍ସି ତଥା ବ୍ଲୁମବର୍ଗସ୍‌ର ଓ୍ବାଲର୍‌ଡ ରିଚିଏଷ୍ଟ ଫ୍ୟାମିଲିଜ୍‌-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ତାଲିକା ଅନୁଯାୟୀ ଆମେରିକାର ବିଶିଷ୍ଟ ବ୍ୟବସାୟୀ ତଥା ଓ୍ବାଲ୍‌ମାର୍ଟ ଗ୍ରୁପର ମାଲିକ ସାମ୍‌ ଓ୍ବାଲ୍‌ଟନ ଏବଂ ଦି ଓ୍ବାଲ୍‌ଟନ୍ସ ଅଫ ଓ୍ବାଲ୍‌ମାର୍ଟ (ୟୁଏସ) ପରିବାର ବିଶ୍ୱର ଏକ ନମ୍ବର ଧନୀ ପରିବାରର ମାନ୍ୟତା ପାଇଥିବା ଜଣାପଡ଼ିଛି। ଏପରି କି ୪୩୨.୪ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତିର ମାଲିକ ଓ୍ବାଲ୍‌ଟନ୍ସ ପରିବାର ବିଶ୍ୱର ଶ୍ରେଷ୍ଠ ବା ଏକ ନମ୍ବର ଧନୀ ପରିବାରର ମାନ୍ୟତା ପାଇଥିଲା ବେଳେ ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କ ଅମ୍ବାନୀ ପରିବାର ୯୯.୬ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ସହ ବିଶ୍ୱର ୮ମ ଧନୀ ପରିବାର ଭାବେ ସ୍ବୀକୃତି ଲାଭ କରିଛନ୍ତି। ସେହିଭଳି ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ପ୍ରତିଷ୍ଠାନ ସାପୁରଜିପାଲନଜି ଗ୍ରୁପ୍‌ର ମାଲିକ ତଥା ମିସ୍ତ୍ରୀ ପରିବାର ୪୧.୪ ବିଲିୟନ ଡଲାର ସହ ତାଲିକାର ୨୩ତମ ସ୍ଥାନରେ ରହିଛନ୍ତି।
ଉଲ୍ଲେଖଯୋଗ୍ୟ, ବ୍ଲୁମବର୍ଗସ୍‌ର ଓ୍ବାଲ୍ଡର୍ର୍ ରିଚିଏଷ୍ଟ ଫ୍ୟାମିଲିଜ୍‌-୨୦୨୪ ସୂଚୀରେ ଦି ଓ୍ବାଲ୍‌ଟନ୍ସ ଅଫ ଓ୍ବାଲ୍‌ମାର୍ଟ (ୟୁଏସ) ପରିବାର ଏକ ନମ୍ବର ସ୍ଥାନରେ ଥିଲାବେଳେ ୨ୟ ସ୍ଥାନରେ ଦି ଏଆଇ ନାୟାନ ଫ୍ୟାମିଲିଜ୍‌ (ୟୁଏଇ), ୩ୟ ସ୍ଥାନରେ ଦି ଏଆଇ ଥାନୀ ଫ୍ୟାମିଲିଜ୍‌ (କତାର), ୪ର୍ଥ ସ୍ଥାନରେ ଦି ହର୍ମସ ଫ୍ୟାମିଲିଜ୍‌ (ଫ୍ରାନ୍ସ) ଏବଂ ୫ମ ସ୍ଥାନରେ ଦି କୋଚ୍‌ ଫ୍ୟାମିଲିଜ୍‌ (ୟୁଏସ୍‌) ରହିଛନ୍ତି। ଅପରପକ୍ଷରେ ଏଲନ୍‌ମସ୍କ ବ୍ୟକ୍ତିଗତ ଭାବେ ବିଶ୍ୱର ଶ୍ରେଷ୍ଠ ଧନୀ ଭାବେ ପରିଗଣିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?