ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରେଣୀଗୃହ କାନ୍ଥ

ରଘୁନାଥପୁର,୯ା୭(ଡି.ଏନ୍‌.ଏ.): ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ସ୍ମାର୍ଟ ସ୍କୁଲ ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାସତ୍ତ୍ୱେ ରାଜ୍ୟରେ ଏପରି ଅନେକ ସ୍କୁଲ ରହିଛି ଯେଉଁଠି ପିଲାମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ନାହିଁ। ମରାମତି ଅଭାବରୁ ଶ୍ରେଣୀଗୃହଗୁଡ଼ିକ ବିପଦସଙ୍କୁଳ ହୋଇଯାଉଛି। ଏହାର ଉଦାହରଣ ରଘୁନାଥପୁର ବ୍ଲକ ଗୋକୁଳପୁରସ୍ଥିତ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଗୃହର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏହା ଯେକୌଣସି ସମୟରେ ଭାଙ୍ଗି ପଡ଼ିବାର ସମ୍ଭାବନା ରହିଛି। ଫଳରେ ଏଠାରେ ପାଠ ପଢ଼ୁଥବା ଛାତ୍ରୀଛାତ୍ରଙ୍କ ଜୀବନପ୍ରତି ବିପଦ ଆଶଙ୍କା ରହିଛି।
୧୯୭୬ରେ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ବିଦ୍ୟାଳୟରେ ପର୍ଯ୍ୟାପ୍ତ କଂକ୍ରିଟ ଛାତ ଘର ନ ଥିବାରୁ ପିଲାମାନେ ଦୀର୍ଘଦିନ ହେବ ପୁରୁଣା ଭଙ୍ଗା ଆଜ୍‌ବେଷ୍ଟସ ଘରେ ବସି ପାଠ ପଢୁଛନ୍ତି। ଏବେ ଏହା ବିପଦପୂର୍ଣ୍ଣ ଭାବେ ତଳକୁ ଝୁଲି ରହିଛି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଉକ୍ତ ରାସ୍ତା ପାର୍ଶ୍ୱ ଦେଇ ଛାତ୍ରୀଛାତ୍ରଙ୍କ ଯାତାୟାତକୁ ବାରଣ କରାଯାଇଛି। ଏଥିସହ ଉଭୟ ପାର୍ଶ୍ୱରେ ବାଉଁଶ ବାନ୍ଧି ବନ୍ଦ କରିଦିଆଯାଇଛି। ଉକ୍ତ ଭଗ୍ନ କାନ୍ଥ ଉପରେ ଥିବା ଆଜ୍‌ବେଷ୍ଟସକୁ ଧରି ରଖିବା ପାଇଁ ବାଉଁଶ ଖୁଣ୍ଟ ସପୋର୍ଟ ଦିଆଯାଇଛି। ବିଦ୍ୟାଳୟରେ ପର୍ଯ୍ୟାପ୍ତ କଂକ୍ରିଟ ଛାତ ଘର ନ ଥିବାରୁ ପିଲାମାନେ ଦୀର୍ଘଦିନର ପୁରୁଣା ଭଙ୍ଗା ଆଜ୍‌ବେଷ୍ଟସ ଘରେ ବସି ପାଠ ପଢୁଛନ୍ତି। ଫନୀ ବାତ୍ୟାରେ ଏହି ବିଦ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପ୍ରଶାସନ ପକ୍ଷରୁ ଏହାକୁ ସାମାନ୍ୟ ମରାମତି କରାଯାଇଥିଲା। ଏଥିସହ ଦୁଇ ବଖରା ଛାତ ଘର ନିର୍ମାଣ ପାଇଁ ଆରଡି ବିଭାଗ ପକ୍ଷରୁ ଏଷ୍ଟିମେଟ କରାଯାଇଥିଲା। ଇତିମଧ୍ୟରେ ତିନିବର୍ଷ ବିତି ଯାଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। ଦିନକୁ ଦିନ ପୁରୁଣା ଶ୍ରେଣୀଗୃହଗୁଡ଼ିକର ସ୍ଥିତି ଦୁର୍ବଳ ହୋଇଯାଉଥିବା ବେଳେ ନୂତନ ଗୃହ ନିର୍ମାଣ ଜରୁରୀ ହୋଇପଡିଛି। ଏହାଛଡା ପିଲାଙ୍କ ସାଇକେଲ ଶେଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ମଧ୍ୟାହ୍ନ ଭୋଜନ ରୋଷେଇ ଘର ଛାତରୁ ପାଣି ଗଳୁଛି। ଏ ସମ୍ପର୍କରେ ପରିଚାଳନା କମିଟି ଓ ଆଲୁମନୀ କମିଟିର ସଭ୍ୟଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିସହ ସ୍ଥାନୀୟ ସରପଞ୍ଚ, ବିଡିଓ ଏବଂ ବିଇଓଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି। ଏସମ୍ପର୍କରେ ପରିଚାଳନା କମିଟି ଉପାଧ୍ୟକ୍ଷା ସୁଭଦ୍ରା ଖୁଣ୍ଟିଆ କୁହନ୍ତି, ବିଦ୍ୟାଳୟ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନାହିଁ। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ସାଇକେଲ ଶେଡ ଓ ରୋଷେଇ ଗୃହର ମରାମତି କରିବାକୁ ପରିଚାଳନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ସିଂହ,ପ୍ରଭାତ କୁମାର ସିଂହ, ପ୍ରଶାନ୍ତ ବରାଳ, ମଧୁସ୍ମିତା ବାରିକ, ବିନୋଦ ବିହାରୀ ମହାନ୍ତି, ଚନ୍ଦ୍ରଶେଖର ସିଂହ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଇଓ ବିଜୟ କୁମାର ସ୍ବାଇଁ କହିଛନ୍ତି, ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ। ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ସବ୍ୟ-ଅର୍ଚ୍ଚିତାଙ୍କ ଘରକୁ ଆସିବେ କୁନି ଅତିଥି, ସୋସିଆଲ ମିିଡିଆରେ ସେୟାର କଲେ ଭିଡ଼ିଓ

ଭୁବନେଶ୍ବର,୧୪।୧୨: ଓଲିଉଡ ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏକ ଖୁସି ଖବର ଦେଇଛନ୍ତି । ଖୁବଶୀଘ୍ର ସେମାନଙ୍କ ଘରକୁ କୁନି...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri