ବିପଦପୂର୍ଣ୍ଣ ଅବସ୍ଥାରେ ଶ୍ରେଣୀଗୃହ କାନ୍ଥ

ରଘୁନାଥପୁର,୯ା୭(ଡି.ଏନ୍‌.ଏ.): ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ସ୍ମାର୍ଟ ସ୍କୁଲ ଖୋଲିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାସତ୍ତ୍ୱେ ରାଜ୍ୟରେ ଏପରି ଅନେକ ସ୍କୁଲ ରହିଛି ଯେଉଁଠି ପିଲାମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ନାହିଁ। ମରାମତି ଅଭାବରୁ ଶ୍ରେଣୀଗୃହଗୁଡ଼ିକ ବିପଦସଙ୍କୁଳ ହୋଇଯାଉଛି। ଏହାର ଉଦାହରଣ ରଘୁନାଥପୁର ବ୍ଲକ ଗୋକୁଳପୁରସ୍ଥିତ ସାରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଗୃହର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏହା ଯେକୌଣସି ସମୟରେ ଭାଙ୍ଗି ପଡ଼ିବାର ସମ୍ଭାବନା ରହିଛି। ଫଳରେ ଏଠାରେ ପାଠ ପଢ଼ୁଥବା ଛାତ୍ରୀଛାତ୍ରଙ୍କ ଜୀବନପ୍ରତି ବିପଦ ଆଶଙ୍କା ରହିଛି।
୧୯୭୬ରେ ଏହି ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ବିଦ୍ୟାଳୟରେ ପର୍ଯ୍ୟାପ୍ତ କଂକ୍ରିଟ ଛାତ ଘର ନ ଥିବାରୁ ପିଲାମାନେ ଦୀର୍ଘଦିନ ହେବ ପୁରୁଣା ଭଙ୍ଗା ଆଜ୍‌ବେଷ୍ଟସ ଘରେ ବସି ପାଠ ପଢୁଛନ୍ତି। ଏବେ ଏହା ବିପଦପୂର୍ଣ୍ଣ ଭାବେ ତଳକୁ ଝୁଲି ରହିଛି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଉକ୍ତ ରାସ୍ତା ପାର୍ଶ୍ୱ ଦେଇ ଛାତ୍ରୀଛାତ୍ରଙ୍କ ଯାତାୟାତକୁ ବାରଣ କରାଯାଇଛି। ଏଥିସହ ଉଭୟ ପାର୍ଶ୍ୱରେ ବାଉଁଶ ବାନ୍ଧି ବନ୍ଦ କରିଦିଆଯାଇଛି। ଉକ୍ତ ଭଗ୍ନ କାନ୍ଥ ଉପରେ ଥିବା ଆଜ୍‌ବେଷ୍ଟସକୁ ଧରି ରଖିବା ପାଇଁ ବାଉଁଶ ଖୁଣ୍ଟ ସପୋର୍ଟ ଦିଆଯାଇଛି। ବିଦ୍ୟାଳୟରେ ପର୍ଯ୍ୟାପ୍ତ କଂକ୍ରିଟ ଛାତ ଘର ନ ଥିବାରୁ ପିଲାମାନେ ଦୀର୍ଘଦିନର ପୁରୁଣା ଭଙ୍ଗା ଆଜ୍‌ବେଷ୍ଟସ ଘରେ ବସି ପାଠ ପଢୁଛନ୍ତି। ଫନୀ ବାତ୍ୟାରେ ଏହି ବିଦ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପ୍ରଶାସନ ପକ୍ଷରୁ ଏହାକୁ ସାମାନ୍ୟ ମରାମତି କରାଯାଇଥିଲା। ଏଥିସହ ଦୁଇ ବଖରା ଛାତ ଘର ନିର୍ମାଣ ପାଇଁ ଆରଡି ବିଭାଗ ପକ୍ଷରୁ ଏଷ୍ଟିମେଟ କରାଯାଇଥିଲା। ଇତିମଧ୍ୟରେ ତିନିବର୍ଷ ବିତି ଯାଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ। ଦିନକୁ ଦିନ ପୁରୁଣା ଶ୍ରେଣୀଗୃହଗୁଡ଼ିକର ସ୍ଥିତି ଦୁର୍ବଳ ହୋଇଯାଉଥିବା ବେଳେ ନୂତନ ଗୃହ ନିର୍ମାଣ ଜରୁରୀ ହୋଇପଡିଛି। ଏହାଛଡା ପିଲାଙ୍କ ସାଇକେଲ ଶେଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ମଧ୍ୟାହ୍ନ ଭୋଜନ ରୋଷେଇ ଘର ଛାତରୁ ପାଣି ଗଳୁଛି। ଏ ସମ୍ପର୍କରେ ପରିଚାଳନା କମିଟି ଓ ଆଲୁମନୀ କମିଟିର ସଭ୍ୟଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିସହ ସ୍ଥାନୀୟ ସରପଞ୍ଚ, ବିଡିଓ ଏବଂ ବିଇଓଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି। ଏସମ୍ପର୍କରେ ପରିଚାଳନା କମିଟି ଉପାଧ୍ୟକ୍ଷା ସୁଭଦ୍ରା ଖୁଣ୍ଟିଆ କୁହନ୍ତି, ବିଦ୍ୟାଳୟ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନାହିଁ। ତୁରନ୍ତ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ସାଇକେଲ ଶେଡ ଓ ରୋଷେଇ ଗୃହର ମରାମତି କରିବାକୁ ପରିଚାଳନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ସିଂହ,ପ୍ରଭାତ କୁମାର ସିଂହ, ପ୍ରଶାନ୍ତ ବରାଳ, ମଧୁସ୍ମିତା ବାରିକ, ବିନୋଦ ବିହାରୀ ମହାନ୍ତି, ଚନ୍ଦ୍ରଶେଖର ସିଂହ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ବିଇଓ ବିଜୟ କୁମାର ସ୍ବାଇଁ କହିଛନ୍ତି, ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ। ନିର୍ଦ୍ଦେଶ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri