ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କଣ୍ଟିପାଳ ମଠସାହି ଗ୍ରାମରେ ରବିବାର ସକାଳୁ ଘରର ମଝି ଓରା ଭାଙ୍ଗି ଯିବାରୁ କାନ୍ଥ ଭୁଶୁଡ଼ି ପଡ଼ିଥିଲାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାରି ଲୋକେ। ଉକ୍ତ ଗ୍ରାମର ପାକଲା ବାରିକ (୭୫) ସେ ରବିବାର ସକାଳେ ଘର ଭିତରେ ଖଟକୁ ଡେରିହୋଇ ପାକଲା ବସିଥିବା ବେଳେ ହଠାତ୍ ଘରର ଓରା ଭାଙ୍ଗି ଯିବାରୁ ଖଟ ଉପରେ ଓରାଟି ଭାଙ୍ଗି ପଡ଼ିବାରୁ ବୃଦ୍ଧା ପାକଲା ଅଳ୍ପକେ ବର୍ତ୍ତି ଯାଇଥିଲେ। ଓରା ଭାଙ୍ଗିଯିବାରୁ ଘରର କାନ୍ଥ ଭୁଶୁଡ଼ି ପଡ଼ି ପୁନିଆ ବାରିକଙ୍କ ଗୁହାଳ ଘର ମଧ୍ୟ ଭାଙ୍ଗିଯାଇଛି। ପାକଲା ଜଣେ ନିତ୍ୟାନ୍ତ ଗରିବ ଶ୍ରେଣୀର ଲୋକ ପୁଅ ବାବୁଲା ବାରିକ ଯାହା ରୋଜଗାର କରି ଆଣନ୍ତି ପରିବାର ଚଳେ। ଘରଟି ଭାଙ୍ଗିଯିବାରୁ ୬ ଜଣ ପରିବାରକୁ ନେଇ କେଉଁଠି ରହିବେ ବୋଲି ପୁଅ ବାବୁଲା ଏବେ ଚିନ୍ତାରେ। ଖୁବ୍ଶୀଘ୍ର ସରକାରଙ୍କ ପକ୍ଷରୁ ପାକଲାଙ୍କ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମର ବିକାଶ ବାରିକ, କ୍ଷୀରୋଦ ବାରିକ, ଚେମା ବାରିକ, ବୀର କିଶୋର ଦାସଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି।

