ପୂର୍ଣ୍ଣ ହେବ ଶୂନ୍ୟଦାଣ୍ଡ

ଢେଙ୍କାନାଳ ଅଫିସ,  ୧।୭  ପଡୁଥିବ ଆଲଟଚାମର। ଘଣ୍ଟଘଣ୍ଟା, ଖୋଳତାଳ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିବ ପରିବେଶ। ଭକ୍ତବତ୍ସଳ ନାମକୁ ସାର୍ଥକ କରିବା ପାଇଁ ଭାବବିନୋଦିଆ ମହାପ୍ରଭୁ ରତ୍ନବେଦିରୁ ଓହ୍ଲାଇ ଆସିବେ ବଡ଼ଦାଣ୍ଡକୁ। ଭଉଣୀ ସୁଭଦ୍ରା ଏବଂ ଭାଇ ବଳଭଦ୍ରଙ୍କୁ ଧରି ଯାତ୍ରା କରିବେ ଜନ୍ମବେଦିକୁ। ଦୀର୍ଘ ଦୁଇବର୍ଷ ହେଲା ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବିକଳ ହୋଇ ଚାହିଁ ରହିଥିବା ଭକ୍ତଙ୍କ ପୂର୍ଣ୍ଣ ହେବ ମନୋବାଞ୍ଝା। ଭକ୍ତ ଏବଂ ଭଗବାନଙ୍କ ଏହି ମହାମିଳନର ସାକ୍ଷୀ ରହିବେ ରଥ ଏବଂ ପଥ। ଏଭଳି ମହାର୍ଘ୍ୟ ମୁହୂର୍ତ୍ତକୁ ଆଉମାତ୍ର କେଇ ଘଣ୍ଟା ବାକିଥିବାବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କୋଳେଇ ନେବାକୁ ରଥଖଳାରେ ପ୍ରତୀକ୍ଷା କରିଛି ରଥ। ଶୁକ୍ରବାରଠାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ନବଦିନାତ୍ମକ ଘୋଷଯାତ୍ରା ଆରମ୍ଭ ହେଉଥିବାବେଳେ ୨ବର୍ଷ ହେଲା ଭକ୍ତ ଶୂନ୍ୟ ରହୁଥିବା ଢେଙ୍କାନାଳର ବଡ଼ଦାଣ୍ଡ ପୂର୍ଣ୍ଣ ହେବ। ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଶ୍ରଦ୍ଧାଳୁ।
କରୋନା କଟକଣା ପାଇଁ ଦୁଇବର୍ଷ ହେଲା ବଳରାମ ମନ୍ଦିର ପରିସରରେ ପ୍ରତୀକାତ୍ମକ ଭାବେ ପାଳନ କରାଯାଉଥିଲା ଘୋଷଯାତ୍ରା। ଚଳିତ ବର୍ଷ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବାରୁ ସରକାର ସାର୍ବଜନୀନ ରଥଯାତ୍ରାକୁ ଅନୁମତି ଦେଇଛନ୍ତି। ଢେଙ୍କାନାଳର ଐତିହାସିକ ରଥଯାତ୍ରାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ବିପୁଳ ଉତ୍କଣ୍ଠା ପ୍ରକାଶ ପାଇଥିବାବେଳେ ରଥଗଡ଼ାରେ ଚତୁର୍ଦ୍ଧା ବିଗ୍ରହଙ୍କ ଅପେକ୍ଷାରେ ଅଛନ୍ତି ଦୁଇରଥ। ୪୨ ଫୁଟ ଉଚ୍ଚତା ତଥା ୧୨ ଚକ ବିଶିଷ୍ଟ ବଡ଼ରଥରେ ଏକାକୀ ବିଜେ କରିବେ ମହାପ୍ରଭୁ ଜଗନ୍ନାଥ। କାରଣ ପାଷାଣ ବିଗ୍ରହ ହୋଇଥିବାରୁ ଶ୍ରୀବଳରାମ ଗୁଣ୍ଡିଚାଯାତ୍ରାରେ ସାମିଲ ହେବା ପରମ୍ପରା ନାହିଁ। ଅନ୍ୟପଟେ ୩୪ ଫୁଟ ଉଚ୍ଚ ଏବଂ ୮ ଚକ ବିଶିଷ୍ଟ ସାନରଥରେ ରାଜବାଟୀରେ ପୂଜା ପାଉଥିବା ବିଗ୍ରହ ବିରାଜମାନ କରିବେ। ୧୦୦ ବର୍ଷରୁ ଅଧିକ ପୁରୁଣା ଢେଙ୍କାନାଳର ରଥଯାତ୍ରାରେ ଯୋଡ଼ି ହୋଇଛି ନୂଆ ପରମ୍ପରା। ୧୯୯୮-୯୯ରୁ ସାନରଥକୁ କେବଳ ମହିଳାମାନେ ଟାଣି ଆସୁଛନ୍ତି। ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ରକ୍ଷାରେ ପ୍ରଶାସନକୁ ସହଯୋଗ କରିବାକୁ ଜିଲାପାଳ ସରୋଜ କୁମାର ସେଠୀ ଏବଂ ଏସ୍‌ପି ଏଲ୍‌. ଦିବ୍ୟା ଭି. ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri