ନିଜ ସୁରକ୍ଷା କରିବେ ଗାଁ ଲୋକେ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ରାଜ୍ୟକୁ ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଲାଗି ରହିଛି। ଅନେକ ସମୟରେ ବାତ୍ୟା, ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ପ୍ରାକୃତିକ ବିପତ୍ତି ରାଜ୍ୟକୁ ଛାରଖାର କରିଦେଉଛି। ଲୋକମାନଙ୍କୁ ବିପର୍ଯ୍ୟୟ ସମୟରେ ବଞ୍ଚାଇବା ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି। ପ୍ରାକୃତିକ ବିପତ୍ତିରୁ କିପରି ଲୋକେ ନିଜର ସୁରକ୍ଷା କରିପାରିବେ ସେ ନେଇ ରାଜ୍ୟ ସରକାର ଏକ ବୃହତ୍‌ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ତଦନୁଯାୟୀ ପ୍ରତ୍ୟେକ ଗ୍ରାମରେ ୧୮ରୁ ୩୫ ବର୍ଷର ୨୦ରୁ ୨୫ ଜଣ ବ୍ୟକ୍ତିଙ୍କୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ) ଦ୍ୱାରା ତାଲିିମପ୍ରାପ୍ତ ବିଶେଷଜ୍ଞ ସେମାନଙ୍କୁ ତାଲିମ ଦେବେ। ପ୍ରତ୍ୟେକ ଗ୍ରାମରେ ଟାସ୍କଫୋର୍ସ ଗଠନ ହେବ। ଗ୍ରାମର ସମସ୍ତ ସୂଚନା ଗୋଟିଏ ବୁକ୍‌ଲେଟ୍‌ରେ ରହିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗ୍ରାମର ଲୋକମାନଙ୍କୁ କିପରି ନିରାପଦ ସ୍ଥାନକୁ ନିଆଯିବ, କେଉଁଠି ବାତ୍ୟା, ବନ୍ୟା ଆଶ୍ରୟସ୍ଥଳ ରହିଛି ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଯିବ। ଗ୍ରାମର ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା, ଶିଶୁମାନଙ୍କୁ ବିପର୍ଯ୍ୟୟ ପୂର୍ବରୁ କିପରି ସୁରକ୍ଷିତ ସ୍ଥାନକୁ ନିଆଯାଇ ପାରିବ ତାହା ଉପରେ ଅଧିକ ଫୋକସ କରାଯିବ।
ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ଯୋଜନା କାର୍ଯ୍ୟକାରୀ ହେବ। ପର୍ଯ୍ୟାୟ କ୍ରମେ ଏହା ରାଜ୍ୟର ୩୦ ଜିଲାରେ ଥିବା ୫୫ ହଜାର ଗ୍ରାମରେ ଏହି ଯୋଜନା କରାଯିବ। ଏହା ଏକ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ। ଗ୍ରାମର ଲୋକମାନେ ଏହି ଯୋଜନାରେ ସାମିଲ ହେବେ। ପଲ୍ଲିସଭା ଜରିଆରେ ଏ ନେଇ ସଚେତନ କରାଯିବ। ସରପଞ୍ଚ, ଓ୍ବାର୍ଡମେମ୍ବର, ଏନ୍‌ଜିଓଗୁଡ଼ିକ ଏହି ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ସହାୟତା କରିବେ। ବନ୍ୟା, ବାତ୍ୟା, ସୁନାମି, ଭୂମିକମ୍ପ ସମୟରେ ଧନଜୀବନକୁ ଯଥାସମ୍ଭବ ହ୍ରାସ କରିବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଓଏସ୍‌ଡିଏମ୍‌ଏର ଜଣେ ଅଧିକାରୀ କହିଛନ୍ତି।
ସୁନାମି ମଧ୍ୟ ଆଉ ଏକ ପ୍ରାକୃତିକ ବିପତ୍ତି ଭାବେ ରାଜ୍ୟ ଆଗରେ ଛିଡ଼ା ହୋଇଛି। ସୁନାମି ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ସମୁଦ୍ରକୂଳିଆ ଲୋକମାନଙ୍କ ପାଇଁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି। ବିଶେଷକରି ବାଲେଶ୍ୱର, ଗଞ୍ଜାମ, ଭଦ୍ରକ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା ଆଦି ୬ ଜିଲାର ୩୨୮ ଗ୍ରାମକୁ ସୁନାମି ପ୍ରବଣ ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ସେହି ଲୋକମାନଙ୍କୁ ସୁନାମିରୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଉପକୂଳବର୍ତ୍ତୀ ୬ ଜିଲା ସମେତ ପୁରୀ, କୋଣାର୍କ, ପାରାଦୀପ, ଗୋପାଳପୁର ଏବଂ ଗଞ୍ଜାମ ଏନ୍‌ଏସିରେ ତାଲିମ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରତ୍ୟେକ ଗ୍ରାମରେ ସୁନାମି ସୂଚନା ଫଳକ ଲଗାଇବାକୁ ନିଷ୍ପତ୍ତି ହୋଇଛି। ସୁନାମି ଆସିବା ପୂର୍ବରୁ ଲୋକମାନେ କିପରି ସୂଚନା ପାଇବେ, କେଉଁ ସ୍ଥାନକୁ ଯିବେ ସେ ନେଇ ଫଳକରେ ଉଲ୍ଲେଖ ରହିବ। ଉଲ୍ଲେଖଯୋଗ୍ୟ ଯେ ଗତ ୨୧ବର୍ଷ ମଧ୍ୟରେ ଓଡ଼ିଶା ଉପକୂଳ ୭ଟି ବାତ୍ୟା ଓ ମହାବାତ୍ୟାକୁ ସମ୍ମୁଖୀନ ହୋଇଛି। ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଉପକୂଳ ଓଡ଼ିଶାକୁ ଧ୍ୱଂସ୍ତବିଧ୍ୱସ୍ତ କରି ଦେଇଥିଲା। ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ସେହିପରି ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡ୍‌ହୁଡ, ୨୦୧୮ରେ ତିତ୍‌ଲି, ୨୦୧୯ରେ ଫନୀ ଏବଂ ୨୦୨୦ରେ ଅମ୍ଫନ ବାତ୍ୟା ଏବଂ ୨୦୨୧ ସେପ୍ଟେମ୍ବରରେ ଗୁଲାବ ରାଜ୍ୟ ପାଇଁ ଅନେକ ବିପତ୍ତି ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri