Posted inଗଜପତି

ମୌଳିକ ସୁବିଧାରୁ ବଞ୍ଚିତ ନିଲ୍ଡିକ୍ଲିଆ ଗ୍ରାମବାସୀ

ଆର.ଉଦୟଗିରି/ପାରଳାଖେମୁଣ୍ଡି, ୨୬।୫(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡା ଗ୍ରାମ ପଞ୍ଚାୟତର ନିଲ୍ଡିକ୍ଲିଆ ଗ୍ରାମରେ ପହଞ୍ଚି ପାରୁନି ମୌଳିକ ସୁବିଧା। ସରକାରଙ୍କ ମାଳ ମାଳ ଯୋଜନା ଏଠି ବାଟବଣା ହୋଇ ଅଧା ରାସ୍ତାରୁ ଫେରି ଯାଉଛି। ରାସ୍ତା, ପାନୀୟ ଜଳ, ବିଜୁଳି କୁହନ୍ତୁ କି ଇନ୍ଦିରା ଆବାସ କଥା କୁହନ୍ତୁ ଲୋକଙ୍କ ପାଖରେ ପହଞ୍ଚିପାରୁନି। ଆଜି ପର୍ଯ୍ୟନ୍ତ ବିଜୁଳିର ଆଲୋକ ଦେଖିପାରି ନାହାନ୍ତି ଗ୍ରାମବାସୀ। ପିଇବା ପାଣିକଥା ନ କହିବା ଭଲ। ଗୋଟିଏ କୂଅ ଉପରେ ନିର୍ଭର କରନ୍ତି ସମସ୍ତେ। ତାହା ପୁଣି ପଙ୍କ ପାଣି। ପାଣିଛଣା ମାଧ୍ୟମରେ ଛାଣି ନିଅନ୍ତି ପାଣି। ସ୍କୁଲ ଯିବା ପାଇଁ ପିଲାଙ୍କୁ ପାହାଡିଆ ଓ ଜଙ୍ଗଲ ରାସ୍ତା ଦେଇ ପାଖାପାଖି ୪ରୁ ୫ କିଲୋମିଟର ଚାଲିବାକୁ ପଡେ। ଅନେକ ଛାତ୍ରୀଛାତ୍ର ଏହି ଅସୁବିଧା ଯୋଗୁ ପାଠପଢା ଅଧାରେ ରଖିଛନ୍ତି। ବୃଦ୍ଧାବୃଦ୍ଧମାନେ ବାର୍ଦ୍ଧକ୍ୟ ଭତ୍ତା ଲାଗି ଅନେକ କଷ୍ଟ କରି ପଞ୍ଚାୟତରେ ପହଞ୍ଚୁଥିବା କୁହନ୍ତି ଗ୍ରାମବାସୀ। ଉଜ୍ଜ୍ୱଳା ଯୋଜନା ପାଇବା ଦିନଠାରୁ ଆଉ ଦ୍ୱିତୀୟ ଥର ଗ୍ୟାସ ଭରିନାହାନ୍ତି ଗ୍ରାମବାସୀ।
ସରକାରଙ୍କୁ ବାରମ୍ବାର ଅଭିଯୋଗ ପରେ ୨୦୧୬ରେ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ଆଦେଶ ଆସିଥିଲା। କିନ୍ତୁ ତାହା ବି ଆଜି ଯାଏ ହୋଇପାରୁନି। ଅଙ୍ଗନୱାଡି ଘର ଲାଗି ଟଙ୍କା ମଧ୍ୟ ଆସିଛି ହେଲେ ତାହା ବି ହୋଇପାରୁନି। ଇନ୍ଦିରା ଆବାସ ଘର କରିବାକୁ ଲୋକଙ୍କୁ ଅନେକ କଷ୍ଟ କରିବାକୁ ପଡୁଥିବାରୁ ତାହା ମଧ୍ୟ ଅଧୁରାରେ ରଖିଛନ୍ତି ଲୋକେ। ଏବେ ସରକାରଙ୍କ ଉପରୁ ଭରସା ତୁଟାଇ ଭଗବାନଙ୍କ ଉପରେ ସବୁ କିଛି ଛାଡିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

ଥରୁଛି ଜି. ଉଦୟଗିରି: ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା, ଜାଣନ୍ତୁ କେତେ…

ଜି.ଉଦୟଗିରି ୨୦/୧୨(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ): ରାଜ୍ୟର ଥଣ୍ଡା ସହର ଭାବେ ପରିଚିତ ଉଦୟଗିରିରେ ଦୀର୍ଘ ପନ୍ଦର ଦିନ ହେବ ଶୀତର ଲହର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri