ଗ୍ରାମବାସୀ ତିଆରି କଲେ ପୋଲ

କେନ୍ଦୁଝର,୪ା୭: ସରକାର ସମସ୍ତ ଗ୍ରାମ/ସାହିକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତାଘାଟ, ପୋଲ ଆଦି ବିଭିନ୍ନ ଯୋଜନାରେ ନିର୍ମାଣ କରୁଛନ୍ତି। ହେଲେ କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ଘେରା ଅଞ୍ଚଳର ଲୋକେ ଏବେ ବି ସବୁଦିନିଆ ରାସ୍ତା ସୁବିଧା ପାଇପାରୁନାହାନ୍ତି। ବିଶେଷକରି ବର୍ଷାଦିନରେ ଅଧିକ ସମସ୍ୟା ଭୋଗୁଛନ୍ତି। ତେଲକୋଇ ବ୍ଲକ ଅଞ୍ଚଳରେ ଏବେବି ଏଭଳି ଏକ ଗ୍ରାମ ରହିଛି, ଯେଉଁଠିକୁ ସବୁଦିନିଆ ରାସ୍ତା ପାଇଁ ପ୍ରଶାସନ ନିକଟରେ ଲୋକେ ବାରମ୍ବାର ଦାବି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ନିଜ ଅର୍ଥ ଓ ଶ୍ରମଦାନରେ କଙ୍କ୍ରିଟ ଓ କାଠରେ ପୋଲ ନିର୍ମାଣ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ପ୍ରକାଶ ଯେ, ତେଲକୋଇ ବ୍ଲକ ଅନ୍ତର୍ଗତ ସଲେଇକେନା ପଞ୍ଚାୟତର ଦାମଦରଗୌଣୀ ଗ୍ରାମରେ ହନୁମନ୍ତିଆ ନାଳ ପ୍ରବାହିତ ହେଉଛି। ବଣପାହାଡ଼ ଅଞ୍ଚଳ ହୋଇଥିବାରୁ ବର୍ଷ ତମାମ ପାଣି ରହୁଥିବାବେଳେ ବର୍ଷା ଦିନେ ପାହାଡ଼ ଓ ଜଙ୍ଗଲ ପାଣି ପ୍ରବାହିତ ହୋଇ ପ୍ରଖର ହୋଇଯାଏ। ଏହି ପୋଲ ଉପରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ ପ୍ରାୟ ୮/୧୦ ଟି ଗ୍ରାମ/ସାହିର ଲୋକେ ନିର୍ଭର କରୁଛନ୍ତି। ଏଠାରେ ପୋଲ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ହେଁ ନ ଶୁଣିବାରୁ ସ୍ଥାନୀୟ ଲୋକେ ନିଜେ ଏହି ପୋଲ ନିର୍ମାଣ କରିଛନ୍ତି। କଙ୍କ୍ରିଟ ପିଲାର ଉଠାଇ ଏହା ଉପରେ କାଠ ପୋଲ ନିର୍ମାଣ କରିଛନ୍ତି। ଏଥିପାଇଁ ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆଦାୟ କରି ଖର୍ଚ୍ଚ କରିଥିବା ବେଳେ ଗ୍ରାମବାସୀ ମିଳିମିଶି ଶ୍ରମଦାନ କରି ନିର୍ମାଣ କରିଥିବା କହିଛନ୍ତି।
ବର୍ଷାଦିନେ ଏହି ନାଳରେ ପାଣି ବଢିହେଲେ ଯାତାୟାତ ବନ୍ଦ ହୋଇଯାଏ। ଲୋକେ ନାଳ ପାର ହୋଇ ପଞ୍ଚାୟତ ଅଫିସ, ବ୍ଲକ ଅଫିସ, ହାଟବଜାର କରିପାରନ୍ତି ନାହିଁ। ସେହିପରି ପିଲାମାନେ ସ୍କୁଲ, କଲେଜ ତଥା ଅଙ୍ଗନଓ୍ବାଡି କେନ୍ଦ୍ର ଯାଇପାରନ୍ତି ନାହିଁ। ରାଶନ ସାମଗ୍ରୀ କିମ୍ବା ଭତ୍ତା ଆଣିବା ପାଇଁ ବହୁ ଅସୁବିଧା ଭୋଗନ୍ତି। ଦେହ ଖରାପ ହେଲେ ଡାକ୍ତରଖାନାକୁ ରୋଗୀ ନେବା ମଧ୍ୟ କଷ୍ଟକର ହୋଇ ପଡେ। ଏଣୁ ଏହି ପୋଲ ନିର୍ମାଣ ପାଇଁ ବହୁ ବାର ନିବେଦନ କରିଆସୁଥିଲେ ହେଁ ପ୍ରଶାସନ ନ ଶୁଣିବାରୁ ବାଧ୍ୟ ହୋଇ ନିଜେ ପୋଲ ନିର୍ମାଣ କରିଥିବା କହିଛନ୍ତି। ପାଖାପାଖି ୧୧ଟି କଙ୍କ୍ରିଟ ପିଲାର ନିର୍ମାଣ କରି ଏହା ଉପରେ ପ୍ରାୟ ୬୦ ଫୁଟ ଲମ୍ବର କାଠରେ ପୋଲ ନିର୍ମାଣ କରିଛନ୍ତି। ଏଥିପାଇଁ ଗ୍ରାମର ପିଲାଠାରୁ ବୁଢା ସମସ୍ତେ ଶ୍ରମଦାନ କରିଥିବାବେଳେ ମାସାଧିକ ସମୟ ନିର୍ମାଣ ଶେଷ ହେବାକୁ ଲାଗିଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଏହି ପୋଲ ଅଣଓସାରିଆ ହୋଇଥିବାରୁ କେବଳ ଦୁଇ, ତିନିଚକିଆ ଯାନ ଯାତାୟାତ କରିପାରୁଛି। ତେବେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଯିବା ସୁବିଧା ହେବନାହିଁ। ଏଣୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କଙ୍କ୍ରିଟରେ ପୋଲ ନିର୍ମାଣ କଲେ ଆମ୍ବୁଲାନ୍ସ ମଧ୍ୟ ଯାତାୟାତ କରିପାରିବ ବୋଲି ମତବ୍ୟକ୍ତ କରିଛନ୍ତି।
ଏ ସମ୍ପର୍କରେ ସଲେଇକେନା ସରପଞ୍ଚ ପାଙ୍ଗେଲା ମୁଣ୍ଡା କହିଛନ୍ତି, ଏଭଳି ପୋଲ ନିର୍ମାଣ ପାଇଁ ପଞ୍ଚାୟତର ସମ୍ବଳ ନାହିଁ। ଏଣୁ ସେ ପ୍ରଶାସନକୁ ଜଣାଇଥିଲେ। ଗତବର୍ଷ ପିଡି ଆସି ଦେଖିଯାଇଥିଲେ। ନ ଶୁଣିବାରୁ ଗ୍ରାମବାସୀ ନିଜ ଉଦ୍ୟମରେ ଏହି କାମ କରିଦେଖାଇଛନ୍ତି। ଏଥିପାଇଁ ସେ କିଛି ଅର୍ଥ ଦେଇଥିବା ବେଳେ ବାକି ସବୁ ଗ୍ରାମବାସୀ ଘର ପିଛା ଆଦାୟ କରି ପୋଲ ନିର୍ମାଣ କରିଛନ୍ତି। ଏନେଇ କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ ସମସ୍ତ ବିଭାଗ ସହିତ ଆଲୋଚନା କରି ଏହାର ସମାଧାନ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri