ଗାଁ ଲୋକେ ଜଗୁଛନ୍ତି ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଚୋରଙ୍କ କବଳରୁ ଗ୍ରାମବାସୀ ଜବତ କରିଥିବା ଶାଗୁଆନ କାଠ ବନବିଭାଗ ନେଇ ଯିବା ପରେ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଗୁଣ୍ଡୁରାବାରୀ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ଏହାର ପ୍ରତିବାଦ କରି ଶନିବାର ନୂଆବର୍ଷରେ ସୁନାଖଳା-ଦର୍ପନାରାୟଣପୁର ରାସ୍ତାରେ ନିଅଁା ଜାଳି ରାସ୍ତାରୋକୋ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ଅଭିଯୋଗ ଅନୁଯାୟୀ, ଗୁଣ୍ଡୁରାବାରୀରେ ରହିଛି କାଳିଆ ଷଣ୍ଢ ଜଙ୍ଗଲ। ଏଠାକାର ବାସିନ୍ଦା ଏହାକୁ ଗ୍ରାମ୍ୟ ଜଙ୍ଗଲ ଦର୍ଶାଇ ପ୍ରାୟ ୩୦ ବର୍ଷ ହେଲା ପାଳି କରି ଜଗୁଛନ୍ତି। ଉକ୍ତ ଜଙ୍ଗଲ ୩୦ ବର୍ଷ ତଳେ ପଦା ହେବାକୁ ବସିଥିଲା । ଏହାଦେଖି ଗଁାରେ ସଭା ବସିଲା। ମହିଳା ପୁରୁଷ ଏକାଠି ହୋଇ ଜଙ୍ଗଲକୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଲେ। ଏହାପରେ ୨୫ ଘର ଏହି ଜଙ୍ଗଲର ସୁରକ୍ଷା କଲେ। ଧିରେ ଧିରେ ସବୁଜିମା ବଢ଼ି ଚାଲିଲା। କିନ୍ତୁ କାଠଚୋରମାନେ ଉକ୍ତ ଜଙ୍ଗଲକୁ ଟାର୍ଗେଟ କରି ବିଭିନ୍ନ ସମୟରେ ଗଛ କାଟୁଛନ୍ତି । ଗାଁଲୋକ ଚୋରମାନଙ୍କୁ ଧରି ଅର୍ଥଦଣ୍ଡରେ ଦଣ୍ଡିତ କରୁଛନ୍ତି। ଏଭଳି ସ୍ଥଳେ ୩ଦିନ ତଳେ ୭ଟି ଶାଗୁଆନ ଗଛକୁ ଚୋରମାନେ କାଟି ନେଉଥିଲେ । ଗାଁର ମହିଳାମାନେ ଏହାକୁ ଜବତ୍‌ କଲେ । ହେଲେ ବନବିଭାଗ ଜବତ କାଠକୁ ନେଇ ଯିବା ପରେ ଉତ୍ତେଜନା ପ୍ରକାଶ ପାଇଛି ।

ଏନେଇ ରୁପା ପ୍ରଧାନ କୁହନ୍ତି, ଆମ ଜଙ୍ଗଲକୁ ବନବିଭାଗ ନିଜସ୍ବ ଜଙ୍ଗଲ କହି ଆମ ଠାରୁ ଛଡାଇ ନେବାକୁ ଉଦ୍ୟମ କରୁଛି। ଚୋରମାନଙ୍କଠାରୁ ଆମେ କାଠ ଜବତ କଲୁ । ଜବତ କାଠକୁ ବନବିଭାଗ ଦାଦାଗିରି ଦେଖାଇ ନେଇ ଯିବା କେତେଦୂର ଠିକ୍‌ । ଆମ ଜଙ୍ଗଲକୁ ଆମେ ପାଳି କରି କାହିଁକି ଜଗିବୁ । ଆମେ ଜଙ୍ଗଲ ଜଗିବା ବନ୍ଦ କଲେ ପୁଣି ପଦା ହୋଇଯିବ । ଜଙ୍ଗଲ ସଭାପତି ନିତ୍ୟାନନ୍ଦ ପ୍ରଧାନ କୁହନ୍ତି, ବହୁ କଷ୍ଟରେ ଜଙ୍ଗଲ ଜଗା ହୋଇଛି । ଜଙ୍ଗଲରେ ଏବେ ଶାଳ, ଶାଗୁଆନ ପରି କାଠ ୨ରୁ ୪ ଫୁଟ ହୋଇଗଲାଣି । ପାଳି କରି ଓ ଚୂଲି ଚାନ୍ଦା କରି ଜଙ୍ଗଲ ଜଗିଲୁ। ଆମର ରୋଜଗାର ସେପରି କିଛି ନାହିଁ । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ପରର କାମ କରି ଆମ ଗୁଜୁରାଣ ମେଣ୍ଟେ । ଜଙ୍ଗଲକୁ ସୁରକ୍ଷା ଦେଉଥିବାରୁ ବନବିଭାଗ ଆମକୁ ପ୍ରଶଂସା କରିବା ଉଚିତ୍‌ । ହେଲେ ଚୋରମାନଙ୍କଠାରୁ ଜବତ କାଠ ଆମଠାରୁ ଛଡାଇ ନେଲେ ଜଙ୍ଗଲ ଜଗିବାର ମନୋବଳ କମିଯିବ । ହେଲେ ଏତେ ସହଜରେ ଜଙ୍ଗଲ ଛାଡିବୁ ନାହିଁ । ଜଙ୍ଗଲର ଉପକାରିତା କେବଳ ଆମ ପାଇଁ ନୁହେଁ ସମଗ୍ର ଜୀବଜଗତକୁ ଦରକାର। ଜଙ୍ଗଲରୁ କାଠ ନେଇ ପଦା କରିବା ଖୁବ୍‌ ସହଜ । ହେଲେ ଜଙ୍ଗଲ ସୃଷ୍ଟି କରିବା କାଠିକର ପାଠ । ବନବିଭାଗ ନୀତିରେ ପରିବର୍ତ୍ତନ ନ ଆଣିଲେ ଆମେ ଚୁପ୍‌ ରହିବୁ ନାହିଁ ବୋଲି କହିଥିଲେ । ଦରକାର ପଡିଲେ ନୟାଗଡ଼ ଡିଏଫ୍‌ଓ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି କହିଛନ୍ତି । ଫରେଷ୍ଟର ସୂର୍ଯ୍ୟକାନ୍ତ ନାୟକ କୁହନ୍ତି, କେତେଜଣ କାଠ ଚୋର ଗାଁଲୋକଙ୍କୁ ହାତବାରିଶି କରି ଛାଞ୍ଜୁଣିଆ ସୀମା ସୁରକ୍ଷିତ ଜଙ୍ଗଲକୁ ପଦା କରିବାକୁ ଉଦ୍ୟମ କରୁଛନ୍ତି । ଆମେ କାଠ ଜବତ କରିବା ପରେ ଗାଁଲୋକ ବିରୋଧ କରୁଛନ୍ତି । ବନବିଭାଗ ସମ୍ପୃକ୍ତ ଜଙ୍ଗଲକୁ ସୁରକ୍ଷା ଦେଉଛି । ଗ୍ରାମବାସୀ ବି ସୁରକ୍ଷା ଦେଉଛନ୍ତି । ହେଲେ ଜଙ୍ଗଲ ସୁରକ୍ଷିତ ପାଇଁ ବନବିଭାଗ କାଠଚୋରଙ୍କ ପ୍ରାର୍ଦୃଭାବକୁ ରୋକିବାକୁ ପଦକ୍ଷେପ ନେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri