ଗାଁ ଲୋକେ ଜଗୁଛନ୍ତି ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଚୋରଙ୍କ କବଳରୁ ଗ୍ରାମବାସୀ ଜବତ କରିଥିବା ଶାଗୁଆନ କାଠ ବନବିଭାଗ ନେଇ ଯିବା ପରେ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଗୁଣ୍ଡୁରାବାରୀ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ଏହାର ପ୍ରତିବାଦ କରି ଶନିବାର ନୂଆବର୍ଷରେ ସୁନାଖଳା-ଦର୍ପନାରାୟଣପୁର ରାସ୍ତାରେ ନିଅଁା ଜାଳି ରାସ୍ତାରୋକୋ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ଅଭିଯୋଗ ଅନୁଯାୟୀ, ଗୁଣ୍ଡୁରାବାରୀରେ ରହିଛି କାଳିଆ ଷଣ୍ଢ ଜଙ୍ଗଲ। ଏଠାକାର ବାସିନ୍ଦା ଏହାକୁ ଗ୍ରାମ୍ୟ ଜଙ୍ଗଲ ଦର୍ଶାଇ ପ୍ରାୟ ୩୦ ବର୍ଷ ହେଲା ପାଳି କରି ଜଗୁଛନ୍ତି। ଉକ୍ତ ଜଙ୍ଗଲ ୩୦ ବର୍ଷ ତଳେ ପଦା ହେବାକୁ ବସିଥିଲା । ଏହାଦେଖି ଗଁାରେ ସଭା ବସିଲା। ମହିଳା ପୁରୁଷ ଏକାଠି ହୋଇ ଜଙ୍ଗଲକୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଲେ। ଏହାପରେ ୨୫ ଘର ଏହି ଜଙ୍ଗଲର ସୁରକ୍ଷା କଲେ। ଧିରେ ଧିରେ ସବୁଜିମା ବଢ଼ି ଚାଲିଲା। କିନ୍ତୁ କାଠଚୋରମାନେ ଉକ୍ତ ଜଙ୍ଗଲକୁ ଟାର୍ଗେଟ କରି ବିଭିନ୍ନ ସମୟରେ ଗଛ କାଟୁଛନ୍ତି । ଗାଁଲୋକ ଚୋରମାନଙ୍କୁ ଧରି ଅର୍ଥଦଣ୍ଡରେ ଦଣ୍ଡିତ କରୁଛନ୍ତି। ଏଭଳି ସ୍ଥଳେ ୩ଦିନ ତଳେ ୭ଟି ଶାଗୁଆନ ଗଛକୁ ଚୋରମାନେ କାଟି ନେଉଥିଲେ । ଗାଁର ମହିଳାମାନେ ଏହାକୁ ଜବତ୍‌ କଲେ । ହେଲେ ବନବିଭାଗ ଜବତ କାଠକୁ ନେଇ ଯିବା ପରେ ଉତ୍ତେଜନା ପ୍ରକାଶ ପାଇଛି ।

ଏନେଇ ରୁପା ପ୍ରଧାନ କୁହନ୍ତି, ଆମ ଜଙ୍ଗଲକୁ ବନବିଭାଗ ନିଜସ୍ବ ଜଙ୍ଗଲ କହି ଆମ ଠାରୁ ଛଡାଇ ନେବାକୁ ଉଦ୍ୟମ କରୁଛି। ଚୋରମାନଙ୍କଠାରୁ ଆମେ କାଠ ଜବତ କଲୁ । ଜବତ କାଠକୁ ବନବିଭାଗ ଦାଦାଗିରି ଦେଖାଇ ନେଇ ଯିବା କେତେଦୂର ଠିକ୍‌ । ଆମ ଜଙ୍ଗଲକୁ ଆମେ ପାଳି କରି କାହିଁକି ଜଗିବୁ । ଆମେ ଜଙ୍ଗଲ ଜଗିବା ବନ୍ଦ କଲେ ପୁଣି ପଦା ହୋଇଯିବ । ଜଙ୍ଗଲ ସଭାପତି ନିତ୍ୟାନନ୍ଦ ପ୍ରଧାନ କୁହନ୍ତି, ବହୁ କଷ୍ଟରେ ଜଙ୍ଗଲ ଜଗା ହୋଇଛି । ଜଙ୍ଗଲରେ ଏବେ ଶାଳ, ଶାଗୁଆନ ପରି କାଠ ୨ରୁ ୪ ଫୁଟ ହୋଇଗଲାଣି । ପାଳି କରି ଓ ଚୂଲି ଚାନ୍ଦା କରି ଜଙ୍ଗଲ ଜଗିଲୁ। ଆମର ରୋଜଗାର ସେପରି କିଛି ନାହିଁ । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ପରର କାମ କରି ଆମ ଗୁଜୁରାଣ ମେଣ୍ଟେ । ଜଙ୍ଗଲକୁ ସୁରକ୍ଷା ଦେଉଥିବାରୁ ବନବିଭାଗ ଆମକୁ ପ୍ରଶଂସା କରିବା ଉଚିତ୍‌ । ହେଲେ ଚୋରମାନଙ୍କଠାରୁ ଜବତ କାଠ ଆମଠାରୁ ଛଡାଇ ନେଲେ ଜଙ୍ଗଲ ଜଗିବାର ମନୋବଳ କମିଯିବ । ହେଲେ ଏତେ ସହଜରେ ଜଙ୍ଗଲ ଛାଡିବୁ ନାହିଁ । ଜଙ୍ଗଲର ଉପକାରିତା କେବଳ ଆମ ପାଇଁ ନୁହେଁ ସମଗ୍ର ଜୀବଜଗତକୁ ଦରକାର। ଜଙ୍ଗଲରୁ କାଠ ନେଇ ପଦା କରିବା ଖୁବ୍‌ ସହଜ । ହେଲେ ଜଙ୍ଗଲ ସୃଷ୍ଟି କରିବା କାଠିକର ପାଠ । ବନବିଭାଗ ନୀତିରେ ପରିବର୍ତ୍ତନ ନ ଆଣିଲେ ଆମେ ଚୁପ୍‌ ରହିବୁ ନାହିଁ ବୋଲି କହିଥିଲେ । ଦରକାର ପଡିଲେ ନୟାଗଡ଼ ଡିଏଫ୍‌ଓ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବୁ ବୋଲି କହିଛନ୍ତି । ଫରେଷ୍ଟର ସୂର୍ଯ୍ୟକାନ୍ତ ନାୟକ କୁହନ୍ତି, କେତେଜଣ କାଠ ଚୋର ଗାଁଲୋକଙ୍କୁ ହାତବାରିଶି କରି ଛାଞ୍ଜୁଣିଆ ସୀମା ସୁରକ୍ଷିତ ଜଙ୍ଗଲକୁ ପଦା କରିବାକୁ ଉଦ୍ୟମ କରୁଛନ୍ତି । ଆମେ କାଠ ଜବତ କରିବା ପରେ ଗାଁଲୋକ ବିରୋଧ କରୁଛନ୍ତି । ବନବିଭାଗ ସମ୍ପୃକ୍ତ ଜଙ୍ଗଲକୁ ସୁରକ୍ଷା ଦେଉଛି । ଗ୍ରାମବାସୀ ବି ସୁରକ୍ଷା ଦେଉଛନ୍ତି । ହେଲେ ଜଙ୍ଗଲ ସୁରକ୍ଷିତ ପାଇଁ ବନବିଭାଗ କାଠଚୋରଙ୍କ ପ୍ରାର୍ଦୃଭାବକୁ ରୋକିବାକୁ ପଦକ୍ଷେପ ନେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri