ଗାଁରେ ପିଇବା ପାଣି ଅଭାବ

କାଏମା,୨୨ା୪(ଶିବପ୍ରସାଦ ମହାନ୍ତି):ସରକାର ଲୋକଙ୍କ ସର୍ବନିମ୍ନ ମୌଳିକ ସମସ୍ୟାରେ ସୁଧାର ଆଣିବାକୁ ଅହରହ ପ୍ରଚେଷ୍ଠା କରିଆସୁଛନ୍ତି। ମାତ୍ର କେତେଜଣ ଅଧିକାରୀଙ୍କ ଅପାରଗତା କାରଣରୁ ଧର୍ମଶାଳା ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଏଯାବତ୍‌ ଶେଷ ହୋଇ ପାରିନାହିଁ। ଫଳରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗରମରେ ଗାଁରେ ପିଇବା ପାଣିର ଅଭାବ ଲୋକଙ୍କୁ ଡହଳ ବିକଳ କରୁଛି। ଧର୍ମଶାଳା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ଯୋଜନା ବିଫଳ ହୋଇଥିବା ଏହି ଜଳ କଷ୍ଟ ପ୍ରମାଣ କରୁଛି। ସବୁ ସ୍ଥାନରେ କାମ ଅଧା ହୋଇ ପଡ଼ିରହିଛି। ଘରେଘରେ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତର ବ୍ରାହ୍ମଣୀ ନଦୀ କୂଳରେ ଏକ ବୃହତ ପାନୀୟ ଜଳ ପ୍ରକଳ୍ପର ବ୍ୟବସ୍ତା କରାଯାଇଛି। ୨୧୪କୋଟି ଟଙ୍କା ବ୍ୟୟ ବରାଦରେ ୨୦୧୯ରୁ କାର୍ଯ୍ୟ ଆରମ୍ଭ କରି ୨୦୨୨ ସୁଦ୍ଧା କାର୍ଯ୍ୟ ଶେଷ କରିବା ପାଇଁ ଠିକା ସଂସ୍ଥା ସମୟ ନେଇଥିଲା। ହେଲେ କାମ ଶେଷ ନ ହେବାରୁ ଠିକାସଂସ୍ଥା ପୁଣି ସମୟ ବଢ଼ାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜଳ କଷ୍ଟସୀମା ଟପିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବ୍ରାହ୍ମଣୀ ନଦୀରୁ ପାଣିକୁ ବିଶୁଦ୍ଧ କରି ପାଖାପାଖି ୪୦ ପଞ୍ଚାୟତରେ ନିର୍ମିତ ଟାଙ୍କୀକୁ ପାଣି ପହଞ୍ଚାଇବା ପାଇଁ ୫ ବର୍ଷରୁ ଅଧିକ ସମୟ ହେଲା କାମ ଆରମ୍ଭ ହୋଇଥିଲେ ବି କୋଉଠି ବି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। କିଛି ସ୍ଥାନରେ ପାଇପ ବିଛା ଯାଇଥିଲା। ସେ ସବୁ ପାଣି ଆସିବା ପୂର୍ବରୁ ଅନେକ ସ୍ଥାନରେ ଫୁଟିଗଲାଣି। ଘରକୁଘର ପାଣି ପାଇପ ସଂଯୋଗ କରିବାର ବ୍ୟବସ୍ଥା ଥିଲେ ବି ସେ ସବୁ ସମ୍ପୂର୍ଣ୍ଣ ରୁପେ ସଂଯୋଗ କରାଯାଇନାହିଁ। କାହା ଘରକୁ ପାଇପ ଲାଇନ ପହଞ୍ଚିଛି ଆଉ ତ କାହା ଘରଠୁ ଅନେକ ଦୂରରେ ପାଇପ ପଡ଼ିରହିଛି। ଆଉ କିଛି ସ୍ଥାନରେ ପୂର୍ବରୁ ଛୋଟ ବଡ଼ ପାଣି ପ୍ରକଳ୍ପଗୁଡ଼ିକ ମଧ୍ୟ ଦେଖା ରଖା ଅଭାବରୁ ତାହା ଗୋଟିଏ ପରେ ଗୋଟିଏ ଅଚଳ ହେବାରେ ଲାଗିଛି। ଆଉ କେଉଁଠି ପାଣି ବାହାରୁଛି କିନ୍ତୁ ପିଇବା ଅନୁପଯୋଗୀ ଥିବା ଦେଖାଦେଇଛି। ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତ ଖପରାଢିଅ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପରିବାର ଏକ ଖୋଲା କୂଅ ପାଣି ବ୍ୟବହାର କରୁଛନ୍ତି। ଖୋଲା କୂଅ ପାଣି ପିଇବା ସ୍ବାସ୍ଥ୍ୟପ୍ରତି ହାନିକାରକ ହେଉଥିଲେ ବି ବିଶୁଦ୍ଧ ପାଣି ଅଭାବରୁ ଜୀବନ ବଞ୍ଚାଇବା ପାଇଁ ସେମାନେ ଏହାକୁ ବ୍ୟବହାର କରୁଛନ୍ତି।
ଖାଲି ଏତିକି ନୁହେଁ ଖରା ଦିନେ ରାତି ଦୁଇଟାରୁ ସେଠାରେ ଲମ୍ବା ଧାଡ଼ି କରି ଅପେକ୍ଷା କରି ବାକୁ ପଡ଼ୁଛି। ଏହି ଗ୍ରାମକୁ ପାଇପ ଲାଇନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେଥିରୁ ବହାରୁ ଥିବା ପାଣି ପିଇବା ଉପଯୁକ୍ତ ନୁହେଁ। ପାଣି ଗୋଳିଆ ହେବା ସହ କିଛି ସମୟ ରଖିଲେ ହଳଦିଆ ରଙ୍ଗର ଏକ ଆବରଣ ପଡ଼ିଯାଉଛି। ରୋଷେଇ ପାଇଁ ମଧ୍ୟ ସେ ପାଣିକୁ ବ୍ୟବହାର କରି ହେଉନାହିଁ।
ସେହିପରି ବଡ଼କାଏମା ପଞ୍ଚାୟତର ଅନେକ ଗାଁ ସ୍ବଚ୍ଛପାନୀୟ ଜଳ ସୁବିଧାରୁ ବଞ୍ଚିତ ରହିଛି। ଏହି ପଞ୍ଚାୟତକୁ ସ୍ବଚ୍ଛ ପାନୀୟ ଜଳ ସୁବିଧା କରାଯାଇଥିଲା। ବର୍ତ୍ତମାନ ସେହି ଗ୍ରାମଗୁଡ଼ିକ ମଧ୍ୟରୁ ସେରପୁର, ସେରପୁର ଦଳିତସାହି, ଡିଗିରିପଡିଆ, ଗୋଗଳ, କାଏମା ବଜାର, ବେହେରା ସାହି, ମହଲା ସାହି, ଲକ୍ଷ୍ମୀ ସାହି, ଜାନକୀନଗର, ଖର୍ଦାସାହି ଆଦି ଅନେକ ଗାଁକୁ ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା ପହଞ୍ଚି ପାରିନାହିଁ। କିଛି ସ୍ଥାନରେ ଟ୍ୟାପ ଆଦିର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଶୁଣିବାକୁ ମିଳୁଛି ଠିକାଦାର କାମ କଲାବେଳେ ଅତ୍ୟନ୍ତ ନିମ୍ନମାନର ଉପକରଣ ବ୍ୟବହାର କରିଥିବାରୁ ଏହା ଅଳ୍ପ ଦିନ ମଧ୍ୟରେ ଅନେକ ସ୍ଥାନରେ ପାଇପଗୁଡ଼ିକ ଫାଟି ଯାଇଥିଲା। ପରେ ଦୁର୍ନୀତି ଢାଙ୍କିବାକୁ ଫଟା ପାଇପକୁ ବଦାଲାଇ ଦିଆଯାଇଥିଲା। ଏହାପରେ ଅନେକ ସ୍ଥାନରୁ ପାଇପ୍‌ ମଧ୍ୟ ଚୋରି ହୋଇଯାଇଛି। ଏହା ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗମୀ ଦିନରେ ଆନ୍ଦୋଳନ ମୁଣ୍ଡଟେକିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri