ଗାଁରେ ପିଇବା ପାଣି ଅଭାବ

କାଏମା,୨୨ା୪(ଶିବପ୍ରସାଦ ମହାନ୍ତି):ସରକାର ଲୋକଙ୍କ ସର୍ବନିମ୍ନ ମୌଳିକ ସମସ୍ୟାରେ ସୁଧାର ଆଣିବାକୁ ଅହରହ ପ୍ରଚେଷ୍ଠା କରିଆସୁଛନ୍ତି। ମାତ୍ର କେତେଜଣ ଅଧିକାରୀଙ୍କ ଅପାରଗତା କାରଣରୁ ଧର୍ମଶାଳା ବ୍ଲକରେ ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଏଯାବତ୍‌ ଶେଷ ହୋଇ ପାରିନାହିଁ। ଫଳରେ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗରମରେ ଗାଁରେ ପିଇବା ପାଣିର ଅଭାବ ଲୋକଙ୍କୁ ଡହଳ ବିକଳ କରୁଛି। ଧର୍ମଶାଳା ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ଯୋଜନା ବିଫଳ ହୋଇଥିବା ଏହି ଜଳ କଷ୍ଟ ପ୍ରମାଣ କରୁଛି। ସବୁ ସ୍ଥାନରେ କାମ ଅଧା ହୋଇ ପଡ଼ିରହିଛି। ଘରେଘରେ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତର ବ୍ରାହ୍ମଣୀ ନଦୀ କୂଳରେ ଏକ ବୃହତ ପାନୀୟ ଜଳ ପ୍ରକଳ୍ପର ବ୍ୟବସ୍ତା କରାଯାଇଛି। ୨୧୪କୋଟି ଟଙ୍କା ବ୍ୟୟ ବରାଦରେ ୨୦୧୯ରୁ କାର୍ଯ୍ୟ ଆରମ୍ଭ କରି ୨୦୨୨ ସୁଦ୍ଧା କାର୍ଯ୍ୟ ଶେଷ କରିବା ପାଇଁ ଠିକା ସଂସ୍ଥା ସମୟ ନେଇଥିଲା। ହେଲେ କାମ ଶେଷ ନ ହେବାରୁ ଠିକାସଂସ୍ଥା ପୁଣି ସମୟ ବଢ଼ାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଜଳ କଷ୍ଟସୀମା ଟପିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବ୍ରାହ୍ମଣୀ ନଦୀରୁ ପାଣିକୁ ବିଶୁଦ୍ଧ କରି ପାଖାପାଖି ୪୦ ପଞ୍ଚାୟତରେ ନିର୍ମିତ ଟାଙ୍କୀକୁ ପାଣି ପହଞ୍ଚାଇବା ପାଇଁ ୫ ବର୍ଷରୁ ଅଧିକ ସମୟ ହେଲା କାମ ଆରମ୍ଭ ହୋଇଥିଲେ ବି କୋଉଠି ବି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। କିଛି ସ୍ଥାନରେ ପାଇପ ବିଛା ଯାଇଥିଲା। ସେ ସବୁ ପାଣି ଆସିବା ପୂର୍ବରୁ ଅନେକ ସ୍ଥାନରେ ଫୁଟିଗଲାଣି। ଘରକୁଘର ପାଣି ପାଇପ ସଂଯୋଗ କରିବାର ବ୍ୟବସ୍ଥା ଥିଲେ ବି ସେ ସବୁ ସମ୍ପୂର୍ଣ୍ଣ ରୁପେ ସଂଯୋଗ କରାଯାଇନାହିଁ। କାହା ଘରକୁ ପାଇପ ଲାଇନ ପହଞ୍ଚିଛି ଆଉ ତ କାହା ଘରଠୁ ଅନେକ ଦୂରରେ ପାଇପ ପଡ଼ିରହିଛି। ଆଉ କିଛି ସ୍ଥାନରେ ପୂର୍ବରୁ ଛୋଟ ବଡ଼ ପାଣି ପ୍ରକଳ୍ପଗୁଡ଼ିକ ମଧ୍ୟ ଦେଖା ରଖା ଅଭାବରୁ ତାହା ଗୋଟିଏ ପରେ ଗୋଟିଏ ଅଚଳ ହେବାରେ ଲାଗିଛି। ଆଉ କେଉଁଠି ପାଣି ବାହାରୁଛି କିନ୍ତୁ ପିଇବା ଅନୁପଯୋଗୀ ଥିବା ଦେଖାଦେଇଛି। ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତ ଖପରାଢିଅ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପରିବାର ଏକ ଖୋଲା କୂଅ ପାଣି ବ୍ୟବହାର କରୁଛନ୍ତି। ଖୋଲା କୂଅ ପାଣି ପିଇବା ସ୍ବାସ୍ଥ୍ୟପ୍ରତି ହାନିକାରକ ହେଉଥିଲେ ବି ବିଶୁଦ୍ଧ ପାଣି ଅଭାବରୁ ଜୀବନ ବଞ୍ଚାଇବା ପାଇଁ ସେମାନେ ଏହାକୁ ବ୍ୟବହାର କରୁଛନ୍ତି।
ଖାଲି ଏତିକି ନୁହେଁ ଖରା ଦିନେ ରାତି ଦୁଇଟାରୁ ସେଠାରେ ଲମ୍ବା ଧାଡ଼ି କରି ଅପେକ୍ଷା କରି ବାକୁ ପଡ଼ୁଛି। ଏହି ଗ୍ରାମକୁ ପାଇପ ଲାଇନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେଥିରୁ ବହାରୁ ଥିବା ପାଣି ପିଇବା ଉପଯୁକ୍ତ ନୁହେଁ। ପାଣି ଗୋଳିଆ ହେବା ସହ କିଛି ସମୟ ରଖିଲେ ହଳଦିଆ ରଙ୍ଗର ଏକ ଆବରଣ ପଡ଼ିଯାଉଛି। ରୋଷେଇ ପାଇଁ ମଧ୍ୟ ସେ ପାଣିକୁ ବ୍ୟବହାର କରି ହେଉନାହିଁ।
ସେହିପରି ବଡ଼କାଏମା ପଞ୍ଚାୟତର ଅନେକ ଗାଁ ସ୍ବଚ୍ଛପାନୀୟ ଜଳ ସୁବିଧାରୁ ବଞ୍ଚିତ ରହିଛି। ଏହି ପଞ୍ଚାୟତକୁ ସ୍ବଚ୍ଛ ପାନୀୟ ଜଳ ସୁବିଧା କରାଯାଇଥିଲା। ବର୍ତ୍ତମାନ ସେହି ଗ୍ରାମଗୁଡ଼ିକ ମଧ୍ୟରୁ ସେରପୁର, ସେରପୁର ଦଳିତସାହି, ଡିଗିରିପଡିଆ, ଗୋଗଳ, କାଏମା ବଜାର, ବେହେରା ସାହି, ମହଲା ସାହି, ଲକ୍ଷ୍ମୀ ସାହି, ଜାନକୀନଗର, ଖର୍ଦାସାହି ଆଦି ଅନେକ ଗାଁକୁ ସ୍ବଚ୍ଛ ପାନୀୟ ଜଳ ବ୍ୟବସ୍ଥା ପହଞ୍ଚି ପାରିନାହିଁ। କିଛି ସ୍ଥାନରେ ଟ୍ୟାପ ଆଦିର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନାହିଁ। ଶୁଣିବାକୁ ମିଳୁଛି ଠିକାଦାର କାମ କଲାବେଳେ ଅତ୍ୟନ୍ତ ନିମ୍ନମାନର ଉପକରଣ ବ୍ୟବହାର କରିଥିବାରୁ ଏହା ଅଳ୍ପ ଦିନ ମଧ୍ୟରେ ଅନେକ ସ୍ଥାନରେ ପାଇପଗୁଡ଼ିକ ଫାଟି ଯାଇଥିଲା। ପରେ ଦୁର୍ନୀତି ଢାଙ୍କିବାକୁ ଫଟା ପାଇପକୁ ବଦାଲାଇ ଦିଆଯାଇଥିଲା। ଏହାପରେ ଅନେକ ସ୍ଥାନରୁ ପାଇପ୍‌ ମଧ୍ୟ ଚୋରି ହୋଇଯାଇଛି। ଏହା ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗମୀ ଦିନରେ ଆନ୍ଦୋଳନ ମୁଣ୍ଡଟେକିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri