୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ବର,୨୪।୩(ବ୍ୟୁରୋ): ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏପ୍ରିଲ ୨ ତାରିଖରେ ଭୁବନେଶ୍ୱରରେ ଆସି ପହଞ୍ଚିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉପରାଷ୍ଟ୍ରପତି ଗସ୍ତକୁ ଦୃଷ୍ଠିରେ ରଖି ଏକ ପ୍ରସ୍ତୁତି ବୈଠକ ହୋଇଥିଲା। କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ଏପ୍ରିଲ ୨ତାରିଖ ପୂର୍ବାହ୍ନରେ ଉପରାଷ୍ଟ୍ରପତି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିବେ। ସେଠାରୁ ସେ ରାଜଭବନ ଆସିବେ। ରାଜଭବନରୁ ଉପରାଷ୍ଟ୍ରପତି କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଆଦି କବି ସାରଳା ଦାସଙ୍କ ଜନ୍ମଜୟନ୍ତୀ ଏବଂ ସାରଳା ସାହିତ୍ୟ ସଂସଦର ବାର୍ଷିକ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୩ ତାରିଖରେ ଉପରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି।