ବିଦେଶରୁ ଆସିବ ଟିକା

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟ ସରକାର ଲୋକଙ୍କୁ ଟିକା ଦେବା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଗ୍ଲୋବାଲ ଟେଣ୍ଡର କରାଗଲେ ରାଜ୍ୟ ଆଉ ପୂର୍ବଭଳି ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ, ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଉପରେ ନିର୍ଭର କରିବାକୁ ବାଧ୍ୟ ହେବ ନାହିଁ। ଏହାଦ୍ୱାରା ଆମେରିକାର ମଡର୍ନା, ଫାଇଜର, ଜନ୍‌ସନ ଆଣ୍ଡ ଜନ୍‌ସନ ଓ ରୁଷିଆର ସ୍ପୁଟନିକ୍‌-ଭି ଭଳି ଟିକା ଲୋକମାନଙ୍କୁ ମିଳିପାରିବ। କିନ୍ତୁ ଚାଇନାର ଟିକା ଯଦି ଦରକୁ ଦେଖାଯାଇ ନିଆଯାଏ ତେବେ ଲୋକଙ୍କ ଭରସା ରହିବ ନାହିଁ। କାରଣ ଚାଇନା ବ୍ୟବସାୟିକ ଢଙ୍ଗରେ ନିମ୍ନମାନର ଟିକା କମ୍‌ ଦରରେ ଯୋଗାଇବା ସହିତ ଲାଭ ଉଠାଇବାକୁ ଚେଷ୍ଟା କରିପାରେ।
ରାଜ୍ୟରେ ଲୋକମାନେ ଯେପରି ସୁବିଧାରେ ଟିକା ପାଇପାରିବେ ସେଥିପାଇଁ ବିଶ୍ୱର ବିଭିନ୍ନ ଟିକା କମ୍ପାନୀରୁ ଟିକା ସଂଗ୍ରହ କରାଯିବ। ଏଥିପାଇଁ ଏକ ଗ୍ଲୋବାଲ ଟେଣ୍ଡର ଡାକିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ବିଶ୍ୱର ବିଭିନ୍ନ ପ୍ରମୁଖ ଟିକା ଉତ୍ପାଦନ କମ୍ପାନୀଙ୍କଠାରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ। ଏଥିଲାଗି ଏକ ବୈଷୟିକ କମିଟି ଗଠନ କରାଯିବ। କମିଟି ଟିକା ଟେଣ୍ଡର ନେଇ ସମସ୍ତ ବ୍ୟବସ୍ଥା କରିବ। ଏହାଛଡ଼ା ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବାପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଫଳରେ ଏହା ରାଜ୍ୟ ଅର୍ଥନୀତି ଉପରେ କମ୍‌ ଚାପ ପଡ଼ିବା ସହ ସାର୍ବଜନୀନ ଟିକାକରଣ କ୍ଷେତ୍ରରେ ବିଶେଷ ସହାୟକ ହେବ।
କରୋନା ମହାମାରୀ ବିରୋଧୀ ଲଢ଼େଇରେ କୋଭିଡ୍‌ ଯୋଦ୍ଧାମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ କରୁଛନ୍ତି, କ୍ୟାବିନେଟ ବୈଠକରେ ତାହାର ଉଚ୍ଚ ପ୍ରଶଂସା କରାଯାଇଛି। କୋଭିଡ୍‌ ବିରୋଧୀ ଲଢ଼େଇରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯଥା ଟେଷ୍ଟିଂ, ଟ୍ରେସିଂ, ଟିକାକରଣ, ଲକ୍‌ଡାଉନ ଇତ୍ୟାଦିରେ ରାଜ୍ୟବାସୀ ଯେପରି ସହଯୋଗ ଯୋଗାଇ ଆସିଛନ୍ତି, ସେଥିପାଇଁ କ୍ୟାବିନେଟ କୃତଜ୍ଞତା ଜଣାଇଛି। ଭବିଷ୍ୟତର କୋଭିଡ୍‌ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରକ୍ଷା କରିବା ନିମନ୍ତେ ଟିକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଇସ୍ରାଏଲ ପରି ଦେଶ ତା’ ଜନସଂଖ୍ୟାର ବୃହତ୍‌ ଭାଗକୁ ଟିକା ଦେଇ ସାରିଛି। ସେମାନେ ଏବେ ସ୍ବାଭାବିକ ଅବସ୍ଥାକୁ ଫେରୁଛନ୍ତି। ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରକ୍ଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ତ୍ୱେ କୋଭିଡ୍‌ ଯୁଦ୍ଧରେ ନିୟୋଜିତ ଆଗଧାଡ଼ିର କର୍ମଚାରୀ ତଥା ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଛି। ଟିକା ନେଇଥିବା ବ୍ୟକ୍ତିମାନଙ୍କର ସଂକ୍ରମଣ ହେଉଥିଲେ ମଧ୍ୟ ସେମାନଙ୍କଠାରେ ଖୁବ୍‌ କମ୍‌ ଲକ୍ଷଣ ଦେଖାଯାଉଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟିକା ଯୋଗାଣକୁ ନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଏବଂ ରାଜ୍ୟରେ ଶୀଘ୍ର ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ। କୋଭିଡ୍‌ ବିରୋଧୀ ଲଢ଼େଇ ଏକ ଲମ୍ବା ଲଢ଼େଇ। କେନ୍ଦ୍ର ସରକାର ବିଭିନ୍ନ ସେସ୍‌ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟଗୁଡ଼ିକ ମଧ୍ୟରେ ଉପଯୁକ୍ତ ଭାବେ ବଣ୍ଟନ କରିବା ଆବଶ୍ୟକ ରହିଛି। ଏହି ଜଟିଳ ପରିସ୍ଥିତିରେ କୋଭିଡ୍‌ ଲଢ଼େଇରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ମଜଭୁତ କରିବାରେ ଏହା ଶକ୍ତି ଯୋଗାଇବ। ରାଜ୍ୟ ସରକାର ତାଙ୍କ ଉପଲବ୍ଧ ସମ୍ବଳର ବିନିଯୋଗ କରି କରୋନା ବିରୋଧରେ ଲଢ଼େଇକୁ ଜୋରଦାର କରିବା ଏବଂ କୋଭିଡ୍‌ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସରକାର ବଦ୍ଧପରିକର। ଏହି ଅବସରରେ ରାଜ୍ୟରେ କୋଭିଡ୍‌ ନିୟମାବଳୀକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। କ୍ୟାବିନେଟ୍‌ ବୈଠକରେ ଜଳ ସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ୧୦ଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri