ବିଦେଶରୁ ଆସିବ ଟିକା

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟ ସରକାର ଲୋକଙ୍କୁ ଟିକା ଦେବା ପାଇଁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା ଆପଣାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଗ୍ଲୋବାଲ ଟେଣ୍ଡର କରାଗଲେ ରାଜ୍ୟ ଆଉ ପୂର୍ବଭଳି ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ, ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଉପରେ ନିର୍ଭର କରିବାକୁ ବାଧ୍ୟ ହେବ ନାହିଁ। ଏହାଦ୍ୱାରା ଆମେରିକାର ମଡର୍ନା, ଫାଇଜର, ଜନ୍‌ସନ ଆଣ୍ଡ ଜନ୍‌ସନ ଓ ରୁଷିଆର ସ୍ପୁଟନିକ୍‌-ଭି ଭଳି ଟିକା ଲୋକମାନଙ୍କୁ ମିଳିପାରିବ। କିନ୍ତୁ ଚାଇନାର ଟିକା ଯଦି ଦରକୁ ଦେଖାଯାଇ ନିଆଯାଏ ତେବେ ଲୋକଙ୍କ ଭରସା ରହିବ ନାହିଁ। କାରଣ ଚାଇନା ବ୍ୟବସାୟିକ ଢଙ୍ଗରେ ନିମ୍ନମାନର ଟିକା କମ୍‌ ଦରରେ ଯୋଗାଇବା ସହିତ ଲାଭ ଉଠାଇବାକୁ ଚେଷ୍ଟା କରିପାରେ।
ରାଜ୍ୟରେ ଲୋକମାନେ ଯେପରି ସୁବିଧାରେ ଟିକା ପାଇପାରିବେ ସେଥିପାଇଁ ବିଶ୍ୱର ବିଭିନ୍ନ ଟିକା କମ୍ପାନୀରୁ ଟିକା ସଂଗ୍ରହ କରାଯିବ। ଏଥିପାଇଁ ଏକ ଗ୍ଲୋବାଲ ଟେଣ୍ଡର ଡାକିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ବିଶ୍ୱର ବିଭିନ୍ନ ପ୍ରମୁଖ ଟିକା ଉତ୍ପାଦନ କମ୍ପାନୀଙ୍କଠାରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ। ଏଥିଲାଗି ଏକ ବୈଷୟିକ କମିଟି ଗଠନ କରାଯିବ। କମିଟି ଟିକା ଟେଣ୍ଡର ନେଇ ସମସ୍ତ ବ୍ୟବସ୍ଥା କରିବ। ଏହାଛଡ଼ା ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବାପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି। ଫଳରେ ଏହା ରାଜ୍ୟ ଅର୍ଥନୀତି ଉପରେ କମ୍‌ ଚାପ ପଡ଼ିବା ସହ ସାର୍ବଜନୀନ ଟିକାକରଣ କ୍ଷେତ୍ରରେ ବିଶେଷ ସହାୟକ ହେବ।
କରୋନା ମହାମାରୀ ବିରୋଧୀ ଲଢ଼େଇରେ କୋଭିଡ୍‌ ଯୋଦ୍ଧାମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ କରୁଛନ୍ତି, କ୍ୟାବିନେଟ ବୈଠକରେ ତାହାର ଉଚ୍ଚ ପ୍ରଶଂସା କରାଯାଇଛି। କୋଭିଡ୍‌ ବିରୋଧୀ ଲଢ଼େଇରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯଥା ଟେଷ୍ଟିଂ, ଟ୍ରେସିଂ, ଟିକାକରଣ, ଲକ୍‌ଡାଉନ ଇତ୍ୟାଦିରେ ରାଜ୍ୟବାସୀ ଯେପରି ସହଯୋଗ ଯୋଗାଇ ଆସିଛନ୍ତି, ସେଥିପାଇଁ କ୍ୟାବିନେଟ କୃତଜ୍ଞତା ଜଣାଇଛି। ଭବିଷ୍ୟତର କୋଭିଡ୍‌ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରକ୍ଷା କରିବା ନିମନ୍ତେ ଟିକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଇସ୍ରାଏଲ ପରି ଦେଶ ତା’ ଜନସଂଖ୍ୟାର ବୃହତ୍‌ ଭାଗକୁ ଟିକା ଦେଇ ସାରିଛି। ସେମାନେ ଏବେ ସ୍ବାଭାବିକ ଅବସ୍ଥାକୁ ଫେରୁଛନ୍ତି। ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରକ୍ଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ତ୍ୱେ କୋଭିଡ୍‌ ଯୁଦ୍ଧରେ ନିୟୋଜିତ ଆଗଧାଡ଼ିର କର୍ମଚାରୀ ତଥା ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଛି। ଟିକା ନେଇଥିବା ବ୍ୟକ୍ତିମାନଙ୍କର ସଂକ୍ରମଣ ହେଉଥିଲେ ମଧ୍ୟ ସେମାନଙ୍କଠାରେ ଖୁବ୍‌ କମ୍‌ ଲକ୍ଷଣ ଦେଖାଯାଉଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟିକା ଯୋଗାଣକୁ ନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଏବଂ ରାଜ୍ୟରେ ଶୀଘ୍ର ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ। କୋଭିଡ୍‌ ବିରୋଧୀ ଲଢ଼େଇ ଏକ ଲମ୍ବା ଲଢ଼େଇ। କେନ୍ଦ୍ର ସରକାର ବିଭିନ୍ନ ସେସ୍‌ ଓ ସରଚାର୍ଜ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟଗୁଡ଼ିକ ମଧ୍ୟରେ ଉପଯୁକ୍ତ ଭାବେ ବଣ୍ଟନ କରିବା ଆବଶ୍ୟକ ରହିଛି। ଏହି ଜଟିଳ ପରିସ୍ଥିତିରେ କୋଭିଡ୍‌ ଲଢ଼େଇରେ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ମଜଭୁତ କରିବାରେ ଏହା ଶକ୍ତି ଯୋଗାଇବ। ରାଜ୍ୟ ସରକାର ତାଙ୍କ ଉପଲବ୍ଧ ସମ୍ବଳର ବିନିଯୋଗ କରି କରୋନା ବିରୋଧରେ ଲଢ଼େଇକୁ ଜୋରଦାର କରିବା ଏବଂ କୋଭିଡ୍‌ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସରକାର ବଦ୍ଧପରିକର। ଏହି ଅବସରରେ ରାଜ୍ୟରେ କୋଭିଡ୍‌ ନିୟମାବଳୀକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। କ୍ୟାବିନେଟ୍‌ ବୈଠକରେ ଜଳ ସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ୧୦ଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri