ଟିକା ବ୍ୟବସାୟ

ଭାରତରେ କରୋନାର ଦ୍ୱିତୀୟ ଲହରକୁ ନେଇ ପ୍ରଥମେ କଲିକତା ହାଇକୋର୍ଟ ନିର୍ବାଚନ କମିଶନ(ଇସି)ଙ୍କୁ ସମାଲୋଚନା କଲେ। ତା’ପରେ ମାଡ୍ରାସ୍‌ ହାଇକୋର୍ଟ ଇସିଙ୍କୁ ହତ୍ୟାକାରୀ ଆଖ୍ୟା ଦେଲେ। ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦ୍ରା ଭଙ୍ଗ ହେଲା। କରୋନା ପରିଚାଳନା ଅବ୍ୟବସ୍ଥାକୁ ନେଇ ଆଉ ନୀରବ ରହିବୁ ନାହିଁ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି। ଏଥିସହିତ ଭାରତରେ ମିଳୁଥିବା ଦୁଇଟି ଭାକ୍ସିିନ-କୋଭାକ୍ସିନ ଓ କୋଭିଶିିଲ୍ଡର ଖୋଲାବଜାର ଦର କେଉଁ ଆଧାରରେ ସ୍ଥିର କରାଯାଇଛି ସେ ସମ୍ପର୍କରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିବା ଉପରେ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ସହ ଏଭଳି ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କ ଜାତୀୟ ନୀତି କ’ଣ ବୋଲି ଜାଣିବାକୁ ଚାହଁିଛନ୍ତି।
ପୁନର୍ବାର କୋଭିଡ୍‌ର ନୂତନ ପ୍ରକାରର ସଂକ୍ରମଣ ସମୟରେ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା, ହସ୍ପିଟାଲରେ ଆବଶ୍ୟକତାଠାରୁ ଶଯ୍ୟା ସଂଖ୍ୟା କମ୍‌, ଓ୍ୟଷଧ ଏବଂ ଅକ୍ସିଜେନ୍‌ର ଅଭାବକୁ ମୁକାବିଲା କରିବା ପାଇଁ ସରକାର କାହିଁକି ପ୍ରସ୍ତୁତ ହୋଇପାରିଲେ ନାହିଁ ତାହା ଏକ ମୁଖ୍ୟ ପ୍ରଶ୍ନ ପାଲଟିଗଲାଣି। ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଯେତେ ସଂକ୍ରମଣ ବିଶ୍ୱବ୍ୟାପୀ ଏବଂ ଭାରତରେ ହୋଇଛି, ସେଥିପାଇଁ ସ୍ବାଧୀନତା ପୂର୍ବରୁ ଓ ପରେ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରି ନାଗରିକଙ୍କୁ ସ୍ପାନିଶ୍‌ ଫ୍ଲୁ, ପ୍ଲେଗ୍‌, ପୋଲିଓ, ମ୍ୟାଲେରିଆ, ବସନ୍ତ, ଯକ୍ଷ୍ମା, କୁଷ୍ଠରୋଗ ଭଳି ଅନେକ ରୋଗ ପାଇଁ ଓ୍ୟଷଧ ଏବଂ ଆବଶ୍ୟକସ୍ଥଳେ ଟିକା ବିନା ମୂଲ୍ୟରେ ଦେଇ ଆସିଛନ୍ତି। ଏପରି କି ମ୍ୟାଲେରିଆ ବିରୋଧରେ ଲଢ଼ିବା ପାଇଁ ରାସାୟନିକ ପ୍ରଲେପଯୁକ୍ତ ମଶାରି ସରକାରଙ୍କ ଦ୍ୱାରା ବଣ୍ଟାଯାଇଥାଏ। ଏବେ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ସ୍ଥିତି ବଦଳି ଯାଇଥିତ୍ବାର ଦୃଶ୍ୟ ଦେଖିବାକୁ ମିଳୁଛି। ଲୋକଙ୍କ ପାଖରେ ଉଚିତ ସମୟରେ ଓ୍ୟଷଧ ଏବଂ ଟିକା ପହଞ୍ଚାଇ ଜୀବନ ରକ୍ଷାକରିବା ପରିବର୍ତ୍ତେ ସମସ୍ତେ ପାଲଟିଗଲେଣି ବ୍ୟବସାୟୀ। ନେତାମାନେ କହୁଛନ୍ତି ଖୋଲା ବଜାରକୁ ୫୦% ଓ୍ୟଷଧ ବିକ୍ରି କରିବା ସକାଶେ ଛଡ଼ାଯାଉ। ଏଭଳି ମନ୍ତବ୍ୟ ଦ୍ୱାରା କୋଭିଡ୍‌ର ମୁକାବିଲା ପାଇଁ ଭାରତରେ ମିଳୁଥିବା ଦୁଇଟି ଭାକ୍ସିନର ମୂଲ୍ୟ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ମଧ୍ୟ ପଚାରିବାକୁ ପଡ଼ିଲା। ଯେତେବେଳେ ଜୀବନ ରକ୍ଷାକାରୀ କୌଣସି ଟିକା ବା ସରଞ୍ଜାମ ଖୋଲା ବଜାରକୁ ଛାଡ଼ିବା ପାଇଁ ଉଚ୍ଚସ୍ତରୀୟ ନିଷ୍ପତ୍ତି ବା ଦାବି କରାଯାଏ, ସେଥିରେ ସର୍ବନିମ୍ନ ଅର୍ଥନୈତିକ ସ୍ଥିତିରେ ବଞ୍ଚୁଥିବା ଭାରତୀୟ ସୁବିଧାରୁ ବଞ୍ଚିତ ହୋଇଯାଏ। ଆଜି ମଧ୍ୟ ଭାରତରେ ଅନେକ ଯୁବତୀଯୁବକ ୮ ହଜାରରୁ ୧୦ ହଜାର ଟଙ୍କା ମାସକର ଦରମା ପାଇ ପରିବାର ଚଳାଉଛନ୍ତି। ସେମାନଙ୍କୁ ଯଦି ମୁଣ୍ଡପିଛା ଟିକାର ଗୋଟିଏ ଡୋଜ୍‌ ପାଇଁ ୧୨୦୦ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାକୁ ପଡ଼ିବ, ତେବେ ପରିବାରରେ ଥିବା ଅନ୍ୟ ତିନି ଚାରିଜଣ ସଦସ୍ୟଙ୍କ ସକାଶେ ସମ୍ପୂର୍ଣ୍ଣ ମାସକର ଦରମା ଚାଲିଯିବ। ଏଭଳି ଭାରତୀୟମାନେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରିବେ। ଏହାଛଡ଼ା ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଥିବା ଭାରତୀୟଙ୍କ ସଂଖ୍ୟା ମଧ୍ୟ ବିରାଟକାୟ। ଏହିଭଳି ବର୍ଗ ସବୁବେଳେ ସଂକ୍ରମଣର ଶିକାର ହେବା ପାଇଁ ରହିଯିବେ। ଭାରତ ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହି ଗରିବ ଏବଂ ଅସହାୟ ଅଂଶର ହିତକୁ ମନରେ ରଖି ନୀତି ପ୍ରଣୟନ ସହିତ ବାକ୍ୟ ଉଚ୍ଚାରଣ କରିବା ଦରକାର।
ଏହିସବୁ ଯୁକ୍ତିର ଶେଷରେ ମନେ ରଖିବାକୁ ହେବ ଯେ, ଉଚ୍ଚ ଚାହିଦା ଥିବା ସାମଗ୍ରୀ ଭାରତର ବଜାରକୁ ଆସିବା ମାତ୍ରକେ ଅହେତୁକ ଦର ବୃଦ୍ଧି ସହିତ କଳାବଜାରି ଆରମ୍ଭ ହୋଇଯାଏ। ସରକାରୀ ବ୍ୟବସ୍ଥାକୁ ସମସ୍ତେ ଜାଣନ୍ତି। ମାଗଣାରେ ଦିଆଯିବାକୁ ଥିବା ଟିକାକୁ ସମ୍ପୃକ୍ତ ଅଧିକାରୀମାନେ କଳାବଜାରକୁ ଦେଇ ବ୍ୟକ୍ତିିଗତ ମୁନାଫା ଉଠାଇବେ। ଏହାର ଉଦାହରଣ ସରକାରୀ ଡାକ୍ତରଖାନାକୁ ଆସୁଥିବା ମାଗଣା ଓ୍ୟଷଧ କେଉଁଭଳି ନିକଟସ୍ଥ ଓ୍ୟଷଧ ଦୋକାନକୁ ଚୋରା ଚାଲାଣ ହୁଏ, ତାହା ଜନସାଧାରଣ ଜାଣନ୍ତି। ଏବର ସ୍ଥିତି ଦେଖିଲେ ଜୀବନ ମୃତ୍ୟୁ ସହିତ ସମ୍ପୃକ୍ତ ଓ୍ୟଷଧ ଏମ୍‌ଆର୍‌ପି କିମ୍ବା ଛପା ଯାଇଥିବା ମୂଲ୍ୟରେ କେବେହେଲେ ମିଳିବ ନାହିଁ। ଜନସାଧାରଣ ଆକାଶଛୁଆଁ ଦର ଦେଇ ଟିକା କିଣିବାକୁ ବାଧ୍ୟହେବେ। ଏହା ଏକ ମାରାମତ୍କ ପରିସ୍ଥିତି ଟିକା ବ୍ୟବସାୟରେ ସୃଷ୍ଟି କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri