ସୌରଚାଳିତ ଯନ୍ତ୍ରର ବ୍ୟବହାର ବଢ଼ୁଛି

ଭୁବନେଶ୍ୱର,୨୨।୮(ବ୍ୟୁରୋ): ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜୁଲାଇ ଶେଷ ସୁଦ୍ଧା ଓରେଡା ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଲକ୍ଷ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ଓ ବ୍ୟବହାର ଯନ୍ତ୍ର ପ୍ରତିଷ୍ଠା କରିଛି। ଏହାଦ୍ୱାରା ୫.୫ ନିୟୁତ ଲୋକ ଉପକୃତ ହେଉଛନ୍ତି। ଏଥିଯୋଗୁ ଓରେଡା ବାର୍ଷିକ ହାରାହାରି ୩୦ ମେଟ୍ରିକ୍‌ ଟନ୍‌ କାର୍ବନ ନିର୍ଗମନ କମାଇବାରେ ସକ୍ଷମ ହୋଇଛି। ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ସୂଚନା ମିଳିଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଓରେଡା ପ୍ରାୟ ୧୨.୩ ମେଗାୱାଟ୍‌ ସୌରଶକ୍ତି ଉତ୍ପାଦନ ପାଇଁ ୧୧୬୩ ଛାତ-ଉପର ସୌରଶକ୍ତି ୟୁନିଟ୍‌ ସ୍ଥାପନ କରିଛି। ଏହାଛଡ଼ା ଓରେଡା ୨.୪୪ ଲକ୍ଷ ଜୈବ-ଗ୍ୟାସ୍‌ ପ୍ଲାଣ୍ଟ, ୧୩,୨୧୯ ସୌରଶକ୍ତି ପାନୀୟ ଜଳ ପ୍ରକଳ୍ପ, ୧,୬୮୭ ସୌର-ଜଳସେଚନ ପମ୍ପ, ୧୮,୧୨୨ ଉନ୍ନତ ସୌର-ରନ୍ଧନ ଚୁଲା ଆଦି ସ୍ଥାପନ କରିଛି। ୨,୯୦୩ ଗ୍ରାମରେ ୮୪,୮୫୮ଟି ଘରୋଇ ବାସଗୃହକୁ ଓରେଡା ବିଦ୍ୟୁତ୍‌ ଯୋଗାଇବା ସହ ୮୨,୦୩୩ ସୌର-ଲଣ୍ଠନ ବଣ୍ଟନ କରିଛି।
ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଓରେଡାର କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକର ସମୀକ୍ଷା କରି ଘରୋଇ, ବେସରକାରୀ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକରେ ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ପାଣି ଗରମ ପାଇଁ ସୌର-ହିଟର, ସୌର-ଲାଇଟ୍‌, ମାଙ୍କଡ଼ ଆଦି ବନ୍ୟଜନ୍ତୁଙ୍କଠାରୁ ବଗିଚା, ଓ କୃଷି ଫାର୍ମ ଆଦି ସୁରକ୍ଷା ନିମନ୍ତେ ସୌର-ପାଚେରି, ଚାଷ ଏବଂ କୃଷି ଉତ୍ପାଦିତ ଦ୍ରବ୍ୟର ପ୍ରକ୍ରିୟାକରଣରେ ସୌରଚାଳିତ ଯନ୍ତ୍ରର ବ୍ୟବହାର ଆଦି ବଢ଼ାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ସଚେତନତା ଓ କ୍ଷେତ୍ର ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଏବଂ ଆବଶ୍ୟକତାଭିତ୍ତିକ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଓରେଡା ମୁଖ୍ୟ କାର୍ଯ୍ୟନିର୍ବାହୀ ଧନଞ୍ଜୟ ସ୍ବାଇଁ ବୈଠକରେ ସୌର-ଶୀତଳଭଣ୍ଡାର, ସୌର-ପାନୀୟଜଳ କିଓସ୍କ, ସୌରଚାଳିତ ଲୋକସେବା କେନ୍ଦ୍ର, ଦଉଡ଼ି ତିଆରି ପାଇଁ ସୌରଚାଳିତ ଯନ୍ତ୍ର, ରେଶମଗୁଡ଼ା ସୌରଯନ୍ତ୍ର, ପନିପରିବା, ଶସ୍ୟ, ମାଛ ଏବଂ ମସଲାଜାତୀୟ କୃଷି ଉତ୍ପାଦ ଆଦିକୁ ସ୍ବାସ୍ଥ୍ୟକର ଭାବେ ଶୁଖାଇବା ନିମନ୍ତେ ସୌର-ଶୋଷକ ଆଦି ନୂତନ ବୈଷୟିକ କୌଶଳ ବିଷୟରେ ସୂଚନା ଦେଇଥିଲେ। ଏସବୁ ଅଭିନବ ସୌରଚାଳିତ ବୈଷୟିକ କୌଶଳର ବ୍ୟାପକ ପ୍ରୟୋଗ ଓ ବ୍ୟବହାର ନିମନ୍ତେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ଯୋଜନାର ରୂପରେଖ ତିଆରି କରିବା ପାଇଁ ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସୌରଶକ୍ତି ବ୍ୟବହାର ସମ୍ଭାବନା ଥିବା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବମାନଙ୍କୁ କମିଟିରେ ସାମିଲ କରାଯାଇଛି। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳ କହିଛନ୍ତି ଯେ, ଇତିିମଧ୍ୟରେ ଓରେଡାର ଗ୍ରାହକ ସେବା ବ୍ୟବସ୍ଥାକୁ ସ୍ବୟଂକ୍ରିୟ କରାଯାଇଛି। ଏଥିରେ ୧୮୦୦-୩୪୫-୭୧୩୫ ଟୋଲ୍‌ ଫ୍ରି ନମ୍ବର ଏବଂ ୯୪୩୮୦୧୬୦୦୭/୯୪୩୮୦୧୬୦୦୮ ଦୁଇଟି ମୋବାଇଲ୍‌ ନମ୍ବର ସଂଯୋଜିତ କରାଯାଇଛି। ଫୋନ୍‌ କଲ୍‌, ଇ-ମେଲ୍‌, ଏସ୍‌ଏମ୍‌ଏସ୍‌ ଆଦି ମାଧ୍ୟମରେ ତୁରନ୍ତ ଗ୍ରାହକ ସେବା ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri