Posted inଜାତୀୟ

ଭାରତୀୟ କମ୍ପାନୀ ଉପରେ ଆମେରିକା କଟକଣା

ନୂଆଦିଲ୍ଲୀ, ୨ା୧୦: ଇରାନରୁ ପେଟ୍ରୋକେମିକାଲ ଏବଂ ପ୍ରେଟ୍ରୋଲିୟମ ଉତ୍ପାଦ କିଣୁଥିବା ଭାରତର ଏକ କମ୍ପାନୀ ଉପରେ ଆମେରିକା କଟକଣା ଲଗାଇଛି। ଇରାନୀୟ ଉତ୍ପାଦ କିଣି ତାହାକୁ ଦକ୍ଷିଣ ଓ ପୂର୍ବ ଏସିଆ ପଠାଉଥିବା ୮ କମ୍ପାନୀର ଅନ୍ତର୍ଜାତୀୟ ନେଟଓ୍ବର୍କ ଉପରେ ଆମେରିକାର ଅର୍ଥ ବିଭାଗ ଏହି କଟକଣା ଜାରି କରିଛି। ଇରାନକୁ ନେଇ କୌଣସି ଭାରତୀୟ କମ୍ପାନୀ ଉପରେ ଓ୍ବାଶିଂଟନ୍‌ର ଏପରି ପଦକ୍ଷେପ ପ୍ରଥମ ଘଟଣା। କଟକଣା ଲାଗିଥିବା ଏହି ଭାରତୀୟ କମ୍ପାନୀ ତିବାଲାଜୀ ପେଟ୍ରୋକେମ୍‌ ପ୍ରାଇଭେଟ ଲିମିଟେଡର କାର୍ଯ୍ୟାଳୟ ମୁମ୍ବାଇରେ ରହିଛି।

ବହୁ କଟକଣାର ଶିକାର ଇରାନର ଦଲାଲମାନେ ବାସ୍ତବରେ ଅନେକ ବୈଶ୍ୱିକ କମ୍ପାନୀଗୁଡ଼ିକୁ ପେଟ୍ରୋକେମିକାଲ ଓ ପେଟ୍ରୋଲିୟମ ଉତ୍ପାଦର ପରିବହନ ସହ ଆର୍ଥିକ କାରବାର କରିଥାନ୍ତି। ଆମେରିକାର କହିବା ଅନୁସାରେ, ତିବାଲାଜୀ ପେଟ୍ରୋକେମ୍‌ ଇରାନରୁ ଏହି ଉତ୍ପାଦ କିଣି ତାହାକୁ ଚାଇନା ପଠାଉଥିଲା। ଏଥିରେ ଇରାନରେ ଥିବା ହଂକଂର ଟ୍ରିଲିଆନ୍ସ ପେଟ୍ରୋକେମିକାଲ କୋ. ଲିଃ ନେଟଓ୍ବର୍କର ଶାଖା କମ୍ପାନୀ ଦଲାଲ ଭୂମିକା ନିଭାଇଛି। ଟ୍ରିଲିଆନ୍ସ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ପେଟ୍ରୋଲିୟମ ଉତ୍ପାଦ ଭାରତକୁ ମଧ୍ୟ ପଠାଇଥିବା ଓ୍ବାଶିଂଟନ ଦାବି କରିଛି। ୨୦୧୯ରେ ଭାରତ ଇରାନରୁ ତୈଳ ଉତ୍ପାଦ ଆମଦାନୀ ନ କରିବାକୁ ନିଷ୍ପତ୍ତି ନେଇଥିଲା।

ଅମେରିକା ନେତୃତ୍ୱରେ ପାଶ୍ଚାତ୍ୟ ରାଷ୍ଟ୍ର ଇରାନ୍‌ ସହ ଜଏଣ୍ଟ କମ୍ପ୍ରେହେନ୍‌ଶିଭ୍‌ ପ୍ଲାନ୍‌ ଅଫ୍‌ ଆକ୍ସନ (ଜେସିପିଓଏ) ଆଣବିକ ଚୁକ୍ତି କରିଥିଲା। ଏଥିରେ ତେହରାନ୍‌ ଏହାର ନ୍ୟୁକ୍ଲିୟର ପ୍ରୋଗ୍ରାମରୁ ପଛକୁ ହଟିଥିଲା। ୨୦୧୮ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଚୁକ୍ତିରୁ ଓହରିବା ସହ ଇରାନ ଉପରେ ଭାରୀ କଟକଣା ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri