Posted inଫୁରସତ

ପଟଚିତ୍ରରେ ପଟୀୟସୀ

ପଟଚିତ୍ର, ଟସର ଏବଂ ତାଳପତ୍ର ଖୋଦେଇ ଚିତ୍ର ତଥା ଫ୍ରେସ୍କୋ ଚିତ୍ରକଳା କ୍ଷେତ୍ରରେ ନିଜର ଦକ୍ଷତା ଓ ଚମକ ଦେଖେଇ ପାରିଥିବା ଜଣେ ଚିତ୍ରଶିଳ୍ପୀ ହେଲେ ବବିତା ସାହୁ। ତାଙ୍କର ଚିତ୍ରଗୁଡିକୁ ଦେଖିଲେ ଦେଖଣାହାରୀ ତଟସ୍ଥ ହେବାକୁ ବାଧ୍ୟ ହୁଏ। ସମନ୍ବୟ ଏବଂ ସନ୍ତୁଳନ ତାଙ୍କ ଚିତ୍ରଗୁଡିକର ମୌଳିକ ଗୁଣ। ବିଭିନ୍ନ ସାମ୍ପ୍ରତିକ ଭାବବସ୍ତୁକୁ ନେଇ ସେ ପୁଣି ଦେଇପାରନ୍ତି ପରମ୍ପରା ସୂତ୍ରରେ ଆଧୁନିକତାର ସନ୍ଧାନ।

ଏପରି ଜଣେ ଅନୁପମ ଚିତ୍ରଶିଳ୍ପୀ ହେଉଛନ୍ତି ବବିତା ସାହୁ। ଜନ୍ମ ତାଙ୍କର ଫେବୃଆରୀ ୪ ତାରିଖ ୧୯୭୬ ମସିହା ଦାଣ୍ଡସାହି ଗ୍ରାମରେ। ବବିତା ପଟଚିତ୍ର, ଟସର, ତାଳପତ୍ର, ଫ୍ରେସ୍କୋ ଚିତ୍ରକଳା କାର୍ଯ୍ୟ ପାଇଁ ବିଶେଷ ଭାବରେ ତାଲିମପ୍ରାପ୍ତ। ନିଜର କଳା ଜିଜ୍ଞାସାକୁ ଚରିତାର୍ଥ କରିବା ପାଇଁ ସେ ସ୍ବର୍ଗତ ଡକ୍ଟର ଜଗନ୍ନାଥ ମହାପାତ୍ର, ଚନ୍ଦ୍ରଶେଖର ଦାଶ, ନୃସିଂହ ମହାରଣା ପ୍ରମୁଖଙ୍କଠାରୁ ବିଭିନ୍ନ ବିଭାବରେ ତାଲିମ ଗ୍ରହଣ କରିଛନ୍ତି। ପୁଣି ଭାରତ ସରକାରଙ୍କର ବୟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଖ୍ୟାତ କଳା କାରିଗର ରାମଚନ୍ଦ୍ର ମହାରଣାଙ୍କଠାରୁ ତାଲିମପ୍ରାପ୍ତ ହୋଇଛନ୍ତି। ନିଜର କଳାକୃତିଗୁଡିକୁ ନେଇ ସେ ବହୁ ବିଖ୍ୟାତ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଅଛନ୍ତି। ତାଙ୍କର ଚିତ୍ରଗୁଡିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଷ୍ଟେଟ ୟୁଥ କଲଚରାଲ ଫେଷ୍ଟିଭାଲ ୧୯୯୬ ଓ ୧୯୯୭, ୧୯୯୯, ୨୦୦୦, ଅଲ ଓଡ଼ିଶା ଆର୍ଟ ପ୍ରଦର୍ଶନୀ ୧୯୯୭, ଦିଲ୍ଲୀଠାରେ ଆୟୋଜିତ କଳା ମେଳା, ୧୯୯୭, କୋଣାର୍କ ଉତ୍ସବ ୨୦୨୦ରେ ପ୍ରଦର୍ଶିତ ହୋଇ ଦର୍ଶକ ତଥା କଳା ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ଇନ୍‌ ଟାକ୍‌ ପ୍ରକଳ୍ପ ମାଧ୍ୟମରେ ଐତିହ୍ୟ ଗ୍ରାମ ରଘୁରାଜପୁରର ଏକ ମନ୍ଦିର ଗାତ୍ରରେ ତାଙ୍କର ଫ୍ରେସ୍କୋ ଚିତ୍ରକଳା ଅଙ୍କିତ ହୋଇଛି। ନିଜ କଳା ସାଧନାର ଚଲାପଥରେ ସେ ଅନେକ କର୍ମଶାଳାରେ ଯୋଗଦେଇ ନିଜ ସର୍ଜନା ଜିଜ୍ଞାସା ଓ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସେ ଅଂଶ ଗ୍ରହଣ କରିଥିବା କର୍ମଶାଳାଗୁଡିକ ହେଲା ଓଡ଼ିଶା ଲଳିତ କଳା ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତାର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ କଳାକେନ୍ଦ୍ରରେ ୧୯୯୯ ମସିହାରେ ଆୟୋଜିତ କର୍ମଶାଳା, ୨୦୦୧ ମସିହାରେ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରଠାରେ ଆୟୋଜିତ ଲୋକ ପରମ୍ପରା ଏବଂ ସାମ୍ପ୍ରତିକ ଚିତ୍ରକଳା ଶିବିର, ପୂର୍ବାଞ୍ଚଳ କଳାକେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ୨୦୦୧ରେ ଆୟୋଜିତ ବିଦ୍ୟାଳୟ ପାଠ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ କଳାର ପ୍ରଦର୍ଶନୀ ଶିବିର, ତାଳପତ୍ର ଅଙ୍କନ ଏବଂ ପଟଚିତ୍ର ପ୍ରସ୍ତୁତି ସମ୍ବନ୍ଧରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ, ପୂର୍ବାଞ୍ଚଳ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର, କୋଲକାତା ଦ୍ୱାରା ୨୦୦୫ରେ ଆୟୋଜିତ ପଟଚିତ୍ର ଶିବିର ଇତ୍ୟାଦି।

ବଡ଼ଭଉଣୀ ମମତାରାଣୀ ସାହୁ ତାଳପତ୍ର ଖୋଦେଇ ଚିତ୍ର ଶିଖୁଥିଲାବେଳେ ସାନ ଭଉଣୀ ବବିତା ପାଖରେ ଯାଇ ବସୁଥିଲେ। ଗୁରୁ ଚନ୍ଦ୍ରଶେଖର ଦାସ ଦେଖିଲେ ଶିଖିବା ପିଲାଠାରୁ ବସିବା ପିଲାଟି ଭଲ ଆଙ୍କି ପାରୁଛି। ଉତ୍ସାହ ଦେବାରେ କାର୍ପଣ୍ୟ କରି ନ ଥିଲେ ସେ। ଉତ୍ସାହିତ ହୋଇ ଆଙ୍କି ଚାଲିଲେ ବବିତା ଏବଂ ଆଗ୍ରହରେ ଶିଖଲେ ପଟଚିତ୍ର। ଏକଦା ଘରକୁ କିଣା ହୋଇ ଆସିଥିବା ସଉଦା ଠୁଙ୍ଗାରୁ ବବିତା ଆବିଷ୍କାର କରିଥିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି ଉପଲକ୍ଷେ ଲଳିତ କଳା ଏକାଡେମୀ ଆୟୋଜିତ କରିବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ର ପ୍ରତିଯୋଗିତାର ବିଜ୍ଞପ୍ତିକୁ। ଆଗ୍ରହୀ ବବିତା ପିତା ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଠାରୁ ପ୍ରେରଣା ନେଇ ସାମିଲ ହୋଇଥିଲେ ପ୍ରତିଯୋଗିତାରେ। ପାରମ୍ପରିକ ପଟଚିତ୍ରରେ ଆଧୁନିକତାର ସ୍ପର୍ଶ ଦେଇ ବବିତା ପ୍ରସ୍ତୁତ କରିଥିବା ଚିତ୍ରଟିକୁ ହିଁ ସଫଳତା ମିଳିଥିଲା। ଆଜି ହୁଏତ ବିଶ୍ୱାସ ହେବନାହିଁ ଯେ ବବିତାଙ୍କ ପାଇଁ ପଟଚିତ୍ର ଅଙ୍କନ ଥିଲା ଏକ ବୈପ୍ଳବିକ କାର୍ଯ୍ୟ। ରକ୍ଷଣଶୀଳ ବିଚାରରେ ପଟଚିତ୍ର ପୁରୁଷମାନଙ୍କ କାର୍ଯ୍ୟ। ଏଥିରେ ନାରୀମାନେ କେବଳ ରଙ୍ଗ ପ୍ରସ୍ତୁତିରେ ସହଯୋଗ କରିପାରୁଥିଲେ। ହେଲେ ବବିତା ପୁରସ୍କୃତ ଏବଂ ବିଖ୍ୟାତ ହୋଇ ପଟଚିତ୍ରକୁ ଆଧାର କରି ସ୍ବାବଲମ୍ବୀ ହେବା ପାଇଁ ମହିଳା ଶିଳ୍ପୀଙ୍କ ଲାଗି ଉଦାହରଣ ଓ ପ୍ରେରଣା ସାଜିଥିଲେ। ପୂର୍ବାପେକ୍ଷା ଆଜିକାର ଶିଳ୍ପୀମାନେ ଯଥେଷ୍ଟ ସୁନ୍ଦର ଆଙ୍କୁଛନ୍ତି ବୋଲି ବବିତା ହସି ହସି କୁହନ୍ତି।
ନିଜର ଅବିଶ୍ରାନ୍ତ ସାଧନା ଓ କଳାକର୍ମ ପାଇଁ ମଧ୍ୟ ବବିତାଙ୍କୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ମାନ, ସ୍ବୀକୃତି ଓ ପୁରସ୍କାର। ୧୯୯୬- ୯୭ ମସିହାରେ ସେ ଲାଭ କରିଛନ୍ତି ମାଷ୍ଟର କ୍ରାଫ୍ଟ ବ୍ୟକ୍ତି ହିସାବରେ ଜାତୀୟ ମେରିଟ୍‌ ସାର୍ଟିଫିକେଟ। ରାଜ୍ୟସ୍ତରୀୟ ଡିଜାଇନ କଳା ପୁରସ୍କାର, ସେ ପୁଣି ୧୯୯୯ ମସିହା ପାଇଁ ପ୍ରଥମ ମହିଳା ହିସାବରେ ଲାଭ କରିଛନ୍ତି ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର। ଜଣେ ଚିତ୍ରଶିଳ୍ପୀ ହିସାବରେ ଏହା ତାଙ୍କର ମାନ ଆହୁରି ଉଚ୍ଚ କରିଛି। ଏଥିସହିତ ବି ସେ ଲାଭ କରିଛନ୍ତି ୧୯୯୯ ମସିହା ପାଇଁ ରାଜ୍ୟସ୍ତରୀୟ ହସ୍ତକଳା ପୁରସ୍କାର।
ପରିବାରର ସହଯୋଗ ତାଙ୍କ ଚିତ୍ରକର ଜୀବନ ପାଇଁ କେମିତି ପଚାରିଲେ ବବିତା କୁହନ୍ତି, ସ୍ବାମୀ ଅଭିଜ୍ଞାନଙ୍କ ସମର୍ଥନ ଓ ଆସ୍ଥା ତାଙ୍କୁ ଯେତିକି ପ୍ରେରଣା ଦିଏ ସେତିକି ଉତ୍ସାହିତ କରେ ଶ୍ୱଶୁର ଶୈଳଜ ରବିଙ୍କର ଗତାନୁଗତିକ ଧାରାକୁ ଭାଙ୍ଗି ନୂଆ ବାଗରେ ଚିତ୍ର କରିବା ପ୍ରତି ସାହସ ପ୍ରଦାନ। ଆଗକୁ ସ୍ବପ୍ନ କ’ଣ ଅଛି ପ୍ରଶ୍ନର ଉତ୍ତରରେ ସେ କୁହନ୍ତି, ଓଡ଼ିଶୀର ପ୍ରାଚୀନ ଭାବ ସହ ସମସାମୟିକ ବିଷୟବସ୍ତୁକୁ ଯୋଡି ପଟଚିତ୍ରକୁ ପ୍ରସ୍ତୁତ କରିବା, ଯାହା ଯେକୌଣସି ବର୍ଗର ଲୋକଙ୍କୁ ଦେଖିଲାବେଳେ ଆଲୋଡିତ କରିପାରୁଥିବ।
-ମାନମୟୀ ରଥ


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri