Posted inଫୁରସତ

ପଟଚିତ୍ରରେ ପଟୀୟସୀ

ପଟଚିତ୍ର, ଟସର ଏବଂ ତାଳପତ୍ର ଖୋଦେଇ ଚିତ୍ର ତଥା ଫ୍ରେସ୍କୋ ଚିତ୍ରକଳା କ୍ଷେତ୍ରରେ ନିଜର ଦକ୍ଷତା ଓ ଚମକ ଦେଖେଇ ପାରିଥିବା ଜଣେ ଚିତ୍ରଶିଳ୍ପୀ ହେଲେ ବବିତା ସାହୁ। ତାଙ୍କର ଚିତ୍ରଗୁଡିକୁ ଦେଖିଲେ ଦେଖଣାହାରୀ ତଟସ୍ଥ ହେବାକୁ ବାଧ୍ୟ ହୁଏ। ସମନ୍ବୟ ଏବଂ ସନ୍ତୁଳନ ତାଙ୍କ ଚିତ୍ରଗୁଡିକର ମୌଳିକ ଗୁଣ। ବିଭିନ୍ନ ସାମ୍ପ୍ରତିକ ଭାବବସ୍ତୁକୁ ନେଇ ସେ ପୁଣି ଦେଇପାରନ୍ତି ପରମ୍ପରା ସୂତ୍ରରେ ଆଧୁନିକତାର ସନ୍ଧାନ।

ଏପରି ଜଣେ ଅନୁପମ ଚିତ୍ରଶିଳ୍ପୀ ହେଉଛନ୍ତି ବବିତା ସାହୁ। ଜନ୍ମ ତାଙ୍କର ଫେବୃଆରୀ ୪ ତାରିଖ ୧୯୭୬ ମସିହା ଦାଣ୍ଡସାହି ଗ୍ରାମରେ। ବବିତା ପଟଚିତ୍ର, ଟସର, ତାଳପତ୍ର, ଫ୍ରେସ୍କୋ ଚିତ୍ରକଳା କାର୍ଯ୍ୟ ପାଇଁ ବିଶେଷ ଭାବରେ ତାଲିମପ୍ରାପ୍ତ। ନିଜର କଳା ଜିଜ୍ଞାସାକୁ ଚରିତାର୍ଥ କରିବା ପାଇଁ ସେ ସ୍ବର୍ଗତ ଡକ୍ଟର ଜଗନ୍ନାଥ ମହାପାତ୍ର, ଚନ୍ଦ୍ରଶେଖର ଦାଶ, ନୃସିଂହ ମହାରଣା ପ୍ରମୁଖଙ୍କଠାରୁ ବିଭିନ୍ନ ବିଭାବରେ ତାଲିମ ଗ୍ରହଣ କରିଛନ୍ତି। ପୁଣି ଭାରତ ସରକାରଙ୍କର ବୟନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଖ୍ୟାତ କଳା କାରିଗର ରାମଚନ୍ଦ୍ର ମହାରଣାଙ୍କଠାରୁ ତାଲିମପ୍ରାପ୍ତ ହୋଇଛନ୍ତି। ନିଜର କଳାକୃତିଗୁଡିକୁ ନେଇ ସେ ବହୁ ବିଖ୍ୟାତ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଅଛନ୍ତି। ତାଙ୍କର ଚିତ୍ରଗୁଡିକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଷ୍ଟେଟ ୟୁଥ କଲଚରାଲ ଫେଷ୍ଟିଭାଲ ୧୯୯୬ ଓ ୧୯୯୭, ୧୯୯୯, ୨୦୦୦, ଅଲ ଓଡ଼ିଶା ଆର୍ଟ ପ୍ରଦର୍ଶନୀ ୧୯୯୭, ଦିଲ୍ଲୀଠାରେ ଆୟୋଜିତ କଳା ମେଳା, ୧୯୯୭, କୋଣାର୍କ ଉତ୍ସବ ୨୦୨୦ରେ ପ୍ରଦର୍ଶିତ ହୋଇ ଦର୍ଶକ ତଥା କଳା ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ଇନ୍‌ ଟାକ୍‌ ପ୍ରକଳ୍ପ ମାଧ୍ୟମରେ ଐତିହ୍ୟ ଗ୍ରାମ ରଘୁରାଜପୁରର ଏକ ମନ୍ଦିର ଗାତ୍ରରେ ତାଙ୍କର ଫ୍ରେସ୍କୋ ଚିତ୍ରକଳା ଅଙ୍କିତ ହୋଇଛି। ନିଜ କଳା ସାଧନାର ଚଲାପଥରେ ସେ ଅନେକ କର୍ମଶାଳାରେ ଯୋଗଦେଇ ନିଜ ସର୍ଜନା ଜିଜ୍ଞାସା ଓ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ସେ ଅଂଶ ଗ୍ରହଣ କରିଥିବା କର୍ମଶାଳାଗୁଡିକ ହେଲା ଓଡ଼ିଶା ଲଳିତ କଳା ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କଲିକତାର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ କଳାକେନ୍ଦ୍ରରେ ୧୯୯୯ ମସିହାରେ ଆୟୋଜିତ କର୍ମଶାଳା, ୨୦୦୧ ମସିହାରେ ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରଠାରେ ଆୟୋଜିତ ଲୋକ ପରମ୍ପରା ଏବଂ ସାମ୍ପ୍ରତିକ ଚିତ୍ରକଳା ଶିବିର, ପୂର୍ବାଞ୍ଚଳ କଳାକେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ୨୦୦୧ରେ ଆୟୋଜିତ ବିଦ୍ୟାଳୟ ପାଠ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ କଳାର ପ୍ରଦର୍ଶନୀ ଶିବିର, ତାଳପତ୍ର ଅଙ୍କନ ଏବଂ ପଟଚିତ୍ର ପ୍ରସ୍ତୁତି ସମ୍ବନ୍ଧରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ, ପୂର୍ବାଞ୍ଚଳ ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର, କୋଲକାତା ଦ୍ୱାରା ୨୦୦୫ରେ ଆୟୋଜିତ ପଟଚିତ୍ର ଶିବିର ଇତ୍ୟାଦି।

ବଡ଼ଭଉଣୀ ମମତାରାଣୀ ସାହୁ ତାଳପତ୍ର ଖୋଦେଇ ଚିତ୍ର ଶିଖୁଥିଲାବେଳେ ସାନ ଭଉଣୀ ବବିତା ପାଖରେ ଯାଇ ବସୁଥିଲେ। ଗୁରୁ ଚନ୍ଦ୍ରଶେଖର ଦାସ ଦେଖିଲେ ଶିଖିବା ପିଲାଠାରୁ ବସିବା ପିଲାଟି ଭଲ ଆଙ୍କି ପାରୁଛି। ଉତ୍ସାହ ଦେବାରେ କାର୍ପଣ୍ୟ କରି ନ ଥିଲେ ସେ। ଉତ୍ସାହିତ ହୋଇ ଆଙ୍କି ଚାଲିଲେ ବବିତା ଏବଂ ଆଗ୍ରହରେ ଶିଖଲେ ପଟଚିତ୍ର। ଏକଦା ଘରକୁ କିଣା ହୋଇ ଆସିଥିବା ସଉଦା ଠୁଙ୍ଗାରୁ ବବିତା ଆବିଷ୍କାର କରିଥିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି ଉପଲକ୍ଷେ ଲଳିତ କଳା ଏକାଡେମୀ ଆୟୋଜିତ କରିବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ର ପ୍ରତିଯୋଗିତାର ବିଜ୍ଞପ୍ତିକୁ। ଆଗ୍ରହୀ ବବିତା ପିତା ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଠାରୁ ପ୍ରେରଣା ନେଇ ସାମିଲ ହୋଇଥିଲେ ପ୍ରତିଯୋଗିତାରେ। ପାରମ୍ପରିକ ପଟଚିତ୍ରରେ ଆଧୁନିକତାର ସ୍ପର୍ଶ ଦେଇ ବବିତା ପ୍ରସ୍ତୁତ କରିଥିବା ଚିତ୍ରଟିକୁ ହିଁ ସଫଳତା ମିଳିଥିଲା। ଆଜି ହୁଏତ ବିଶ୍ୱାସ ହେବନାହିଁ ଯେ ବବିତାଙ୍କ ପାଇଁ ପଟଚିତ୍ର ଅଙ୍କନ ଥିଲା ଏକ ବୈପ୍ଳବିକ କାର୍ଯ୍ୟ। ରକ୍ଷଣଶୀଳ ବିଚାରରେ ପଟଚିତ୍ର ପୁରୁଷମାନଙ୍କ କାର୍ଯ୍ୟ। ଏଥିରେ ନାରୀମାନେ କେବଳ ରଙ୍ଗ ପ୍ରସ୍ତୁତିରେ ସହଯୋଗ କରିପାରୁଥିଲେ। ହେଲେ ବବିତା ପୁରସ୍କୃତ ଏବଂ ବିଖ୍ୟାତ ହୋଇ ପଟଚିତ୍ରକୁ ଆଧାର କରି ସ୍ବାବଲମ୍ବୀ ହେବା ପାଇଁ ମହିଳା ଶିଳ୍ପୀଙ୍କ ଲାଗି ଉଦାହରଣ ଓ ପ୍ରେରଣା ସାଜିଥିଲେ। ପୂର୍ବାପେକ୍ଷା ଆଜିକାର ଶିଳ୍ପୀମାନେ ଯଥେଷ୍ଟ ସୁନ୍ଦର ଆଙ୍କୁଛନ୍ତି ବୋଲି ବବିତା ହସି ହସି କୁହନ୍ତି।
ନିଜର ଅବିଶ୍ରାନ୍ତ ସାଧନା ଓ କଳାକର୍ମ ପାଇଁ ମଧ୍ୟ ବବିତାଙ୍କୁ ମିଳିଛି ଅନେକ ଗୁରୁତ୍ୱପୂର୍ଣ୍ଣ ସମ୍ମାନ, ସ୍ବୀକୃତି ଓ ପୁରସ୍କାର। ୧୯୯୬- ୯୭ ମସିହାରେ ସେ ଲାଭ କରିଛନ୍ତି ମାଷ୍ଟର କ୍ରାଫ୍ଟ ବ୍ୟକ୍ତି ହିସାବରେ ଜାତୀୟ ମେରିଟ୍‌ ସାର୍ଟିଫିକେଟ। ରାଜ୍ୟସ୍ତରୀୟ ଡିଜାଇନ କଳା ପୁରସ୍କାର, ସେ ପୁଣି ୧୯୯୯ ମସିହା ପାଇଁ ପ୍ରଥମ ମହିଳା ହିସାବରେ ଲାଭ କରିଛନ୍ତି ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର। ଜଣେ ଚିତ୍ରଶିଳ୍ପୀ ହିସାବରେ ଏହା ତାଙ୍କର ମାନ ଆହୁରି ଉଚ୍ଚ କରିଛି। ଏଥିସହିତ ବି ସେ ଲାଭ କରିଛନ୍ତି ୧୯୯୯ ମସିହା ପାଇଁ ରାଜ୍ୟସ୍ତରୀୟ ହସ୍ତକଳା ପୁରସ୍କାର।
ପରିବାରର ସହଯୋଗ ତାଙ୍କ ଚିତ୍ରକର ଜୀବନ ପାଇଁ କେମିତି ପଚାରିଲେ ବବିତା କୁହନ୍ତି, ସ୍ବାମୀ ଅଭିଜ୍ଞାନଙ୍କ ସମର୍ଥନ ଓ ଆସ୍ଥା ତାଙ୍କୁ ଯେତିକି ପ୍ରେରଣା ଦିଏ ସେତିକି ଉତ୍ସାହିତ କରେ ଶ୍ୱଶୁର ଶୈଳଜ ରବିଙ୍କର ଗତାନୁଗତିକ ଧାରାକୁ ଭାଙ୍ଗି ନୂଆ ବାଗରେ ଚିତ୍ର କରିବା ପ୍ରତି ସାହସ ପ୍ରଦାନ। ଆଗକୁ ସ୍ବପ୍ନ କ’ଣ ଅଛି ପ୍ରଶ୍ନର ଉତ୍ତରରେ ସେ କୁହନ୍ତି, ଓଡ଼ିଶୀର ପ୍ରାଚୀନ ଭାବ ସହ ସମସାମୟିକ ବିଷୟବସ୍ତୁକୁ ଯୋଡି ପଟଚିତ୍ରକୁ ପ୍ରସ୍ତୁତ କରିବା, ଯାହା ଯେକୌଣସି ବର୍ଗର ଲୋକଙ୍କୁ ଦେଖିଲାବେଳେ ଆଲୋଡିତ କରିପାରୁଥିବ।
-ମାନମୟୀ ରଥ


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri