୨ ଅଫିସରଙ୍କୁ ପିଟିଲେ କେନ୍ଦ୍ରମନ୍ତ୍ରୀ

ବାରିପଦା ଅଫିସ, ୨୧ା୧-ମୟୂରଭଞ୍ଜ ଭାଜପା ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଶୁକ୍ରବାର ବାରିପଦା ସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଡାକି ୨ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଜଣଙ୍କର ହାତ ଭାଙ୍ଗିଯାଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଉଭୟେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ(ପିଆର୍‌ଏମ୍‌)ରେ ଭର୍ତ୍ତି ହୋଇଛନ୍ତି। ଏ ସଂକ୍ରାନ୍ତରେ ସେମାନେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କଠାରୁ ଡାକରା ପାଇ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ (ପ୍ଲାନିଂ) କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଅପରାହ୍ନରେ ସାକ୍ଷାତ ପାଇଁ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଆଲୋଚନା ସମୟରେ କେନ୍ଦ୍ରମନ୍ତ୍ରୀ ଉତ୍‌କ୍ଷିପ୍ତ ହୋଇ ଚେୟାର ଉଠାଇ ଦେବାଶିଷଙ୍କୁ ପିଟିଥିଲେ। ଅଶ୍ୱିନୀ ଏହାର ପ୍ରତିବାଦ କରିବା ସମୟରେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଦେବାଶିଷଙ୍କ ବାମହାତରେ ଶକ୍ତ ପ୍ରହାର ବାଜିବାରୁ ହାତ ଭାଙ୍ଗିଯାଇଛି। ତାଙ୍କୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଘଟଣା ସମ୍ପର୍କରେ ସେ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଅବଗତ କରାଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ନଁାରେ ବାରିପଦା ଟାଉନ ଥାନାରେ ଦଫା ୩୨୩, ୩୨୫,୨୯୪ ଓ ୫୦୬ରେ ଏକ ମାମଲା(ନଂ.୫୦/୨୨) ରୁଜୁ ହୋଇଥିବା ଆଇଆଇସି ବୀରେନ୍ଦ୍ର ପ୍ରଧାନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଅଧିକାରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ମନ୍ତ୍ରୀ ଟୁଡୁ ବିବାଦୀୟ ହୋଇପଡ଼ିଥିଲେ ା କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଓଏଏସ୍‌ ଅଫିସର ସଂଘ ପକ୍ଷରୁ କଳାବ୍ୟାଜ୍‌ ପରିଧାନ କରାଯାଇଥିଲା। ଆହତ ଅଧିକାରୀ ଦେବାଶିଷ କୁହନ୍ତି, କେନ୍ଦ୍ରମନ୍ତ୍ରୀ ତାଙ୍କୁ ଡାକି ଗାଳିଗୁଲଜ କରିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଫାଇଲ ଧରି ଆସିବା ନିୟମ ବହିର୍ଭୂତ ବୋଲି କହିବା ପରେ ଉତ୍‌କ୍ଷିପ୍ତ ହୋଇ ସେ ଦଳୀୟ କର୍ମକର୍ତ୍ତାଙ୍କୁ ଶଟର ପକାଇବାକୁ କହିଥିଲେ। ପରେ ଏକ ପ୍ଳାଷ୍ଟିକ ଚେୟାର ଆଣି ବାଡ଼େଇବାକୁ ଲାଗିଲେ। ମାଡ଼ରୁ ବର୍ତ୍ତିବା ପାଇଁ ହାତ ଦେଖାଇବା ସମୟରେ ଚେୟାର ମାଡ଼ରେ ହାତ ଭାଙ୍ଗିଯାଇଥିବା କହିଛନ୍ତି। ତେବେ ଆଚରଣ ବିଧି ଲାଗୁ ହେବାପରେ ଅଧିକାରୀଙ୍କୁ ଡକାଇ ମାଡ଼ ମାରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କଂଗ୍ରେସର ଜିଲା ସଭାପତି ହେମନ୍ତ ଦାସ କହିଛନ୍ତି। ବିଜେଡି ବିଧାୟକ ରାଜକିଶୋର ଦାସ କୁହନ୍ତି, ଆଇନରୁ ଊର୍ଦ୍ଧ୍ୱରେ କେହି ନାହାନ୍ତି। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ହତ୍ୟା କରିବା ପରେ ମଧ୍ୟ ମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଉ ନାହାନ୍ତି। କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ନେଇ ମନ୍ତ୍ରୀମାନେ ପ୍ରେରଣା ପାଇ ଆଇନକୁ ହାତମୁଠାରେ ରଖି ଏପରି କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ସଚେତନ ନାଗରିକମାନେ ଏହାର ଉଚିତ ଜବାବ ଦେବେ। ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି ା
ଏ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କୁ ପଚାରିବାରୁ ସେ ମାଡ଼ ମାରିବା ଘଟଣାକୁ ଅସ୍ବୀକାର କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ତାଙ୍କୁ ବଦ୍‌ନାମ କରିବା ପାଇଁ ବିରୋଧୀଙ୍କ ଏହା ଏକ ଷଡ଼ଯନ୍ତ୍ର। ଅଧିକାରୀମାନେ ରିଭ୍ୟୁ ପାଇଁ ଆସିଥିଲେ, ବ୍ୟସ୍ତ ଥିବାରୁ ମନା କରିଦେଇଥିଲି। ସେମାନେ ଫେରିଯାଇଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri