ସମସ୍ତ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮।୩(ବ୍ୟୁରୋ): ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। କରୋନା କଟକଣା କଡାକଡି ପାଳନ କରିବା ସହ ସଂକ୍ରମଣ ହ୍ରାସ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜିନମ୍‌ ସିକ୍ୱେନ୍‌ସି ଓ ସର୍ଭେଲାନ୍ସକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ ଟିକାକରଣକୁ ଗୁରୁତ୍ୱ ଦେବାକୁ ଚିଠିିରେ ଉଲ୍ଲେଖ ରହିଛି। ଅଧିକରୁ ଅଧିକ ଲକ୍ଷଣଯୁକ୍ତଙ୍କ ସାମ୍ପଲ୍‌ ସଂଗ୍ରହ କରି ଷ୍ଟେଟ୍‌ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଛନ୍ତି।

Share