Posted inଗଜପତି

ସମ୍ପୂର୍ଣ୍ଣ ହେଉନି କାଶୀନଗର ଏନ୍‌ଏସିର ଅଧୁରା କାମ

କାଶୀନଗର,୨।୬: ଗଜପତି ଜିଲାର ଦ୍ୱିତୀୟ ସହର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନର ୪୭ ବର୍ଷ ପୂର୍ତ୍ତି ହେଲାଣି। ତଥାପି ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚତ୍ତ। ଏଠାରେ ନିଜସ୍ବ ଏନ୍‌ଏସି କାର୍ଯ୍ୟାଳୟ ନାହିଁ। ଟାଉନ ହଲ୍‌, ପାର୍କ ଓ ବସ୍‌ଷ୍ଟାଣ୍ଡ ନାହିଁ। ଏନ୍‌ଏସିର ପରିଚାଳନା ପରିଷଦ ଗଠିତ ହୋଇନଥିଲା। ଦୀର୍ଘ ତିନିବର୍ଷ ଧରି ସରକାରୀ କର୍ମଚାରୀଙ୍କ ଶାସନରେ ପରିଚାଳିତ ହେଉଥିଲା। ପ୍ରଶାସନର ପରିଚାଳନା ବେଳେ ବ୍ଲକ ରୋଡ କାର୍ଯ୍ୟ ଅଧାପନ୍ତରିଆ ରହି ରାସ୍ତାରେ ପାଣି ଜମି ଯାଉଛି। ପଟେଲ ରୋଡ୍‌ରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଦୋକାନ ଗୃହ ଅଧା ନିର୍ମାଣ ହୋଇ ବିସ୍ଥାପିତ ଦୋକାନୀଙ୍କୁ ବଣ୍ଟନ ହୋଇପାରିନାହିଁ। ଇ-ଲାଇବ୍ରେରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ। ସୌନ୍ଦର୍ଯ୍ୟକରଣ କରିବା ପାଇଁ ଯେଉଁ ମୋ କାଶୀନଗର ଫଳକ କରାଯାଇଛି ତାହା ମଧ୍ୟ ଅସୌନ୍ଦର୍ଯ୍ୟରେ ରହିଛି। ବର୍ଷାଦିନ ଆଗମନ କିନ୍ତୁ ନର୍ଦ୍ଦମା କାମ ହୋଇପାରିନାହିଁ। ମେଡିକାଲ ରୋଡ କଡ଼ରେ ହେଉଥିବା ପରିବା ମାର୍କେଟ ଘର ପୁନାଦି ପକାଇ କାମ ଅଟକିଛି। ନୂତନ ପରିଷଦ ଗଠନ ହେଲାଣି କିନ୍ତୁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ତପ୍ତରତା ଦେଖାଯାଉନି। ପରିଷଦ, ଜିଲାପାଳ ଦୃଷ୍ଟି ଦେଲେ ଜନସାଧାରଣ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri