ଗୀତାଭିନୟର ମୁକୁଟବିହୀନ ସମ୍ରାଟ୍‌

ଭାବଗ୍ରାହୀ ରାଉତ

ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ଯାତ୍ରାର ଯେଉଁ ନବଜାଗରଣ ଘଟିଲା ତାହାକୁ ଗୋପାଳ ଦାସ(ଉଡେ), ବାଲେଶ୍ୱରର ନଳାଙ୍ଗ ଗ୍ରାମର ଜଗନ୍ନାଥ ପାଣି, ଭିକାରୀ ନାୟକ, ଗୋପାଳ ଦାସ (ଦ୍ୱିତୀୟ ପାଦରେ), ବୈଷ୍ଣବ ପାଣି, ରଘୁନାଥ ପରିଚ୍ଛା, ମୋହନ ସୁନ୍ଦର ଦେବ ଗୋସ୍ବାମୀ ଲୋକନାଟ୍ୟ ପରମ୍ପରାକୁ ଭିତ୍ତିକରି ଗୀତାଭିନୟ ରଚନାରେ ପ୍ରବୃତ୍ତ ହେଲେ। ଏତିକିବେଳେ ଓଡ଼ିଶାର ଅନ୍ୟ ଜଣେ ଯୋଗଜନ୍ମା ପୁରୁଷ ବୈଷ୍ଣବ ପାଣି ଆଉଟିକେ ଆଗକୁ ପାଦ ବଢ଼ାଇ ଓଡ଼ିଶା ଯାତ୍ରା ଜଗତରେ ଲୋକନାଟକର ବିକାଶ ପାଇଁ ଆଗେଇ ଆସିଲେ। ପାରମ୍ପରିକ ଲୋକନାଟକର ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ନଗ୍ନତା ଓ ଅଶ୍ଳୀଳତାକୁ ଦୂରେଇ ଦେଇ ନୂଆ ରୂପରେ ବିଭିନ୍ନ ନାଟକ ରଚନା କରି ଯାତ୍ରା ଜରିଆରେ ଲୋକଙ୍କର ଆଦରଣୀୟ ହେଲେ। ସେହି ପ୍ରଥିତଯଶା ପ୍ରତିଭାଧରଙ୍କ ଜନ୍ମ ୧୮୮୨ କୁମାରପୂର୍ଣ୍ଣିମା ଗୁରୁବାର ରାତ୍ରିରେ ହୋଇଥିଲା ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ। ପିତା ସୁଦର୍ଶନ ପାଣି ଓ ମାତା ଚାନ୍ଦ ଦେବୀ ଜନ୍ମ ସମୟରୁ ପୁତ୍ର ରୋଗଗ୍ରସ୍ତ ହେତୁ ଶ୍ରୀଜଗନ୍ନାଥଙ୍କ ବଡ଼ଛତା ତଳେ ପୁଅକୁ ବୈଷ୍ଣବ କରିଦେଇଥିଲେ। ସେହିଦିନଠାରୁ ସେ ବୈଷ୍ଣବ ପାଣି ରୂପେ ପରିଚିତ।
କୋଠପଦା ମଠାଧୀଶ ମହନ୍ତ ରଘୁନାଥ ପୁରୀ ଗୋସ୍ବାମୀଙ୍କ ଇଷ୍ଟଦେବ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଫୁଲତୋଳିବା କାର୍ଯ୍ୟ ମାଳୀ ଭାବରେ, ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଯାତ୍ରା ଦଳରେ ଗୋଟିପୁଅ ନାଚୁଆ ଓଡ଼ିଆ ସାହିତ୍ୟ ଜଗତରେ ଶତାଧିକ ଗୀତିନାଟକ ରଚନା କରି ବଙ୍ଗ, ବିହାର, ଓଡ଼ିଶାର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏକାଧାରରେ କବି, ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, ହାସ୍ୟରସିକ, ସମାଜ ସଂସ୍କାରକ ସର୍ବୋପରି ଯାତ୍ରା ଦଳ ଗଠନରେ ଏକ ପ୍ରଚଣ୍ଡ ପ୍ରତିଭା ରୂପେ ଛିଡ଼ା ହୋଇଥିଲେ। ତେଣୁ ସେ ଏକ ବିସ୍ମୟ। ଜୀବନଯାତ୍ରାର ପ୍ରତିଟି ମୁହୂର୍ତ୍ତରେ ବହୁ ଦୁଃଖ, କଷ୍ଟ, ଯନ୍ତ୍ରଣା, ଅଭାବ ଅନଟନ ଭିତରେ ଗତିକରି ପ୍ରକୃତି, ସଂସ୍କୃତି ଓ ମାଟି ମାଆକୁ ଭଲ ପାଉଥିବା ଏହି ସାହିତ୍ୟ କାଣ୍ଡାରି ଆଜନ୍ମ ଜୀବନ ସଂଗ୍ରାମରେ ଜଣେ ନିଃସଙ୍ଗ ଯୋଦ୍ଧା ଭାବରେ ଅବିରତ ସଂଗ୍ରାମ କରି କ୍ଷତବିକ୍ଷତ ହୋଇ ନିଷ୍ଠାପର ଉଦ୍ୟମ ଏପରିକି ଜୁଳୁଜୁଳିଆ ପୋକକୁ ବୋତଲରେ ପୂରାଇ ପାଠପଢ଼ା ନିଜର ସୃଜନଶୀଳତାକୁ ଶକ୍ତ କରି ନିଜକୁ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ପାରମ୍ପରିକ ବିଚାରଧାରା, ସଂସ୍କୃତିମୁଖୀ, ନିଜସ୍ବ ମଞ୍ଚସଜ୍ଜା, ସ୍ବର ସଂଯୋଜନା, ନିର୍ଦ୍ଦିଷ୍ଟ କାବ୍ୟ ଉପରେ ପର୍ଯ୍ୟବସିତ। ପାଣିଙ୍କ ଅନେକ ଗୀତିନାଟ୍ୟ ୧୯୨୬ ରୁ ୧୯୩୭ ମସିହା ମଧ୍ୟରେ ସୃଷ୍ଟି। ତାଙ୍କ ରଚନାଗୁଡ଼ିକ ଲୋକପ୍ରିୟ ହେବାର କାରଣ – (୧) ବିଷୟବସ୍ତୁ ନିର୍ବାଚନରେ ନୂତନତ୍ୱ, (୨) ପୌରାଣିକ, ସାମାଜିକ, କାଳ୍ପନିକ, ରାଜନୈତିକ, ଐତିହାସିକ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ, (୩) ସରଳ, ବୋଧଗମ୍ୟ, ବାସ୍ତବଧର୍ମୀ, (୪) ଦେଶାତ୍ମବୋଧ, ଜାତୀୟ ଚେତନାକୁ ଉଦ୍‌ବୁଦ୍ଧ କରେ, (୫) ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗ୍ରାମ୍ୟଜୀବନ ଉପରେ ଆଧାରିତ, (୬) ଚରିତ୍ର ଚିତ୍ରଣରେ ବାସ୍ତବତା, (୭) ଲୋକଭାଷା ଓ ଲୋକଶୈଳୀର ପ୍ରୟୋଗ, (୮) ହାସ୍ୟରସ ପରିବେଷଣରେ ମାର୍ଜିତ ଓ କୌତୂହଳପ୍ରଦ ଘଟଣା ଉପସ୍ଥାପନ, (୧୦) ବ୍ୟକ୍ତିତ୍ୱ ଓ ସ୍ପଷ୍ଟବାଦିତା ପ୍ରକାଶିତ।
ଜୀବନକାଳ ମଧ୍ୟରେ ତାଙ୍କ ସୃଷ୍ଟି ସମ୍ଭାରଗୁଡ଼ିକ ଯାହାକି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛି ଏବଂ ପ୍ରକାଶିତ ଗୀତାଭିନୟ ଗୀତିନାଟକର ସଂଖ୍ୟା ହାରାହାରି ଏକଶହରୁ ଊର୍ଦ୍ଧ୍ୱ, ଫାର୍ସ ୧୯ଟି, ସଙ୍ଗୀତ, ଭଜନ, ଜଣାଣ, ଚଉତିଶା, ମାଳିକା, କାବ୍ୟ ୬୫ଟି, ଗଦ୍ୟ ରଚନା ଓ ଆତ୍ମକାହାଣୀ ୭ଟି।
ଡ. ମାୟାଧର ମାନସିଂହ ବୈଷ୍ଣବ ପାଣିଙ୍କୁ ସମାଜ ସଂସ୍କାରକ ରୂପେ ଓ ଅଧ୍ୟାପକ ପଠାଣି ପଟ୍ଟନାୟକ ତାଙ୍କୁ ‘ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ’ ରୂପେ ଅଭିହିତ କରିଛନ୍ତି। ପାଣିଙ୍କର ଅନ୍ତିମ ଜୀବନ ଥିଲା କାରୁଣ୍ୟମୟ। ୧୯୫୬ ମସିହା ବୈଶାଖ ଅମାବାସ୍ୟା ଦିନ ଏହି ଅନନ୍ୟ ସାଧାରଣ ବହୁମୁଖୀ ପ୍ରତିଭାଙ୍କ ପାର୍ଥିବ ଶରୀର ଲୀନ ହେଲା କାଳର କରାଳ ଗର୍ଭରେ। ଆତ୍ମୀୟସ୍ବଜନ କେହି ନ ଥିଲେ ପାଖରେ, ଥିଲେ ହାତଗଣତି କେଇଜଣ ସାହିତ୍ୟପ୍ରେମୀ। ସେମାନେ ମରଶରୀରକୁ ଠେଲାଗାଡ଼ି ସାହାଯ୍ୟରେ ଖାନନଗର ମଶାଣିକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ସେହି ବହୁମୁଖୀ ପ୍ରତିଭା ଓଡ଼ିଆ ଯାତ୍ରା ଜଗତର ମୁକୁଟ ବିହୀନ ସମ୍ରାଟ ଜାତିର ହୃଦୟରେ ଅମୂଲ୍ୟ ସମ୍ପଦ ରୂପେ ସାଇତା ହୋଇ ରହିଥିବେ ଯେତେ ଦିନ ଓଡ଼ିଆ ଜାତି ବଞ୍ଚତ୍ରହିଥିବ।
ସଭାପତି (ମାହାଙ୍ଗା ସାରସ୍ବତ ସେବା ମଞ୍ଚ)
ମୋ: ୯୬୬୮୦୭୬୦୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri