ଗୀତାଭିନୟର ମୁକୁଟବିହୀନ ସମ୍ରାଟ୍‌

ଭାବଗ୍ରାହୀ ରାଉତ

ଊନବିଂଶ ଶତାବ୍ଦୀର ପ୍ରଥମ ପାଦରେ ଓଡ଼ିଆ ଯାତ୍ରାର ଯେଉଁ ନବଜାଗରଣ ଘଟିଲା ତାହାକୁ ଗୋପାଳ ଦାସ(ଉଡେ), ବାଲେଶ୍ୱରର ନଳାଙ୍ଗ ଗ୍ରାମର ଜଗନ୍ନାଥ ପାଣି, ଭିକାରୀ ନାୟକ, ଗୋପାଳ ଦାସ (ଦ୍ୱିତୀୟ ପାଦରେ), ବୈଷ୍ଣବ ପାଣି, ରଘୁନାଥ ପରିଚ୍ଛା, ମୋହନ ସୁନ୍ଦର ଦେବ ଗୋସ୍ବାମୀ ଲୋକନାଟ୍ୟ ପରମ୍ପରାକୁ ଭିତ୍ତିକରି ଗୀତାଭିନୟ ରଚନାରେ ପ୍ରବୃତ୍ତ ହେଲେ। ଏତିକିବେଳେ ଓଡ଼ିଶାର ଅନ୍ୟ ଜଣେ ଯୋଗଜନ୍ମା ପୁରୁଷ ବୈଷ୍ଣବ ପାଣି ଆଉଟିକେ ଆଗକୁ ପାଦ ବଢ଼ାଇ ଓଡ଼ିଶା ଯାତ୍ରା ଜଗତରେ ଲୋକନାଟକର ବିକାଶ ପାଇଁ ଆଗେଇ ଆସିଲେ। ପାରମ୍ପରିକ ଲୋକନାଟକର ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ନଗ୍ନତା ଓ ଅଶ୍ଳୀଳତାକୁ ଦୂରେଇ ଦେଇ ନୂଆ ରୂପରେ ବିଭିନ୍ନ ନାଟକ ରଚନା କରି ଯାତ୍ରା ଜରିଆରେ ଲୋକଙ୍କର ଆଦରଣୀୟ ହେଲେ। ସେହି ପ୍ରଥିତଯଶା ପ୍ରତିଭାଧରଙ୍କ ଜନ୍ମ ୧୮୮୨ କୁମାରପୂର୍ଣ୍ଣିମା ଗୁରୁବାର ରାତ୍ରିରେ ହୋଇଥିଲା ମାହାଙ୍ଗା ଥାନା ଅନ୍ତର୍ଗତ କୋଠପଦା ଗ୍ରାମରେ। ପିତା ସୁଦର୍ଶନ ପାଣି ଓ ମାତା ଚାନ୍ଦ ଦେବୀ ଜନ୍ମ ସମୟରୁ ପୁତ୍ର ରୋଗଗ୍ରସ୍ତ ହେତୁ ଶ୍ରୀଜଗନ୍ନାଥଙ୍କ ବଡ଼ଛତା ତଳେ ପୁଅକୁ ବୈଷ୍ଣବ କରିଦେଇଥିଲେ। ସେହିଦିନଠାରୁ ସେ ବୈଷ୍ଣବ ପାଣି ରୂପେ ପରିଚିତ।
କୋଠପଦା ମଠାଧୀଶ ମହନ୍ତ ରଘୁନାଥ ପୁରୀ ଗୋସ୍ବାମୀଙ୍କ ଇଷ୍ଟଦେବ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଫୁଲତୋଳିବା କାର୍ଯ୍ୟ ମାଳୀ ଭାବରେ, ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଯାତ୍ରା ଦଳରେ ଗୋଟିପୁଅ ନାଚୁଆ ଓଡ଼ିଆ ସାହିତ୍ୟ ଜଗତରେ ଶତାଧିକ ଗୀତିନାଟକ ରଚନା କରି ବଙ୍ଗ, ବିହାର, ଓଡ଼ିଶାର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଏକାଧାରରେ କବି, ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, ହାସ୍ୟରସିକ, ସମାଜ ସଂସ୍କାରକ ସର୍ବୋପରି ଯାତ୍ରା ଦଳ ଗଠନରେ ଏକ ପ୍ରଚଣ୍ଡ ପ୍ରତିଭା ରୂପେ ଛିଡ଼ା ହୋଇଥିଲେ। ତେଣୁ ସେ ଏକ ବିସ୍ମୟ। ଜୀବନଯାତ୍ରାର ପ୍ରତିଟି ମୁହୂର୍ତ୍ତରେ ବହୁ ଦୁଃଖ, କଷ୍ଟ, ଯନ୍ତ୍ରଣା, ଅଭାବ ଅନଟନ ଭିତରେ ଗତିକରି ପ୍ରକୃତି, ସଂସ୍କୃତି ଓ ମାଟି ମାଆକୁ ଭଲ ପାଉଥିବା ଏହି ସାହିତ୍ୟ କାଣ୍ଡାରି ଆଜନ୍ମ ଜୀବନ ସଂଗ୍ରାମରେ ଜଣେ ନିଃସଙ୍ଗ ଯୋଦ୍ଧା ଭାବରେ ଅବିରତ ସଂଗ୍ରାମ କରି କ୍ଷତବିକ୍ଷତ ହୋଇ ନିଷ୍ଠାପର ଉଦ୍ୟମ ଏପରିକି ଜୁଳୁଜୁଳିଆ ପୋକକୁ ବୋତଲରେ ପୂରାଇ ପାଠପଢ଼ା ନିଜର ସୃଜନଶୀଳତାକୁ ଶକ୍ତ କରି ନିଜକୁ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ପାରମ୍ପରିକ ବିଚାରଧାରା, ସଂସ୍କୃତିମୁଖୀ, ନିଜସ୍ବ ମଞ୍ଚସଜ୍ଜା, ସ୍ବର ସଂଯୋଜନା, ନିର୍ଦ୍ଦିଷ୍ଟ କାବ୍ୟ ଉପରେ ପର୍ଯ୍ୟବସିତ। ପାଣିଙ୍କ ଅନେକ ଗୀତିନାଟ୍ୟ ୧୯୨୬ ରୁ ୧୯୩୭ ମସିହା ମଧ୍ୟରେ ସୃଷ୍ଟି। ତାଙ୍କ ରଚନାଗୁଡ଼ିକ ଲୋକପ୍ରିୟ ହେବାର କାରଣ – (୧) ବିଷୟବସ୍ତୁ ନିର୍ବାଚନରେ ନୂତନତ୍ୱ, (୨) ପୌରାଣିକ, ସାମାଜିକ, କାଳ୍ପନିକ, ରାଜନୈତିକ, ଐତିହାସିକ ବିଷୟବସ୍ତୁ ଉପରେ ପର୍ଯ୍ୟବସିତ, (୩) ସରଳ, ବୋଧଗମ୍ୟ, ବାସ୍ତବଧର୍ମୀ, (୪) ଦେଶାତ୍ମବୋଧ, ଜାତୀୟ ଚେତନାକୁ ଉଦ୍‌ବୁଦ୍ଧ କରେ, (୫) ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଗ୍ରାମ୍ୟଜୀବନ ଉପରେ ଆଧାରିତ, (୬) ଚରିତ୍ର ଚିତ୍ରଣରେ ବାସ୍ତବତା, (୭) ଲୋକଭାଷା ଓ ଲୋକଶୈଳୀର ପ୍ରୟୋଗ, (୮) ହାସ୍ୟରସ ପରିବେଷଣରେ ମାର୍ଜିତ ଓ କୌତୂହଳପ୍ରଦ ଘଟଣା ଉପସ୍ଥାପନ, (୧୦) ବ୍ୟକ୍ତିତ୍ୱ ଓ ସ୍ପଷ୍ଟବାଦିତା ପ୍ରକାଶିତ।
ଜୀବନକାଳ ମଧ୍ୟରେ ତାଙ୍କ ସୃଷ୍ଟି ସମ୍ଭାରଗୁଡ଼ିକ ଯାହାକି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛି ଏବଂ ପ୍ରକାଶିତ ଗୀତାଭିନୟ ଗୀତିନାଟକର ସଂଖ୍ୟା ହାରାହାରି ଏକଶହରୁ ଊର୍ଦ୍ଧ୍ୱ, ଫାର୍ସ ୧୯ଟି, ସଙ୍ଗୀତ, ଭଜନ, ଜଣାଣ, ଚଉତିଶା, ମାଳିକା, କାବ୍ୟ ୬୫ଟି, ଗଦ୍ୟ ରଚନା ଓ ଆତ୍ମକାହାଣୀ ୭ଟି।
ଡ. ମାୟାଧର ମାନସିଂହ ବୈଷ୍ଣବ ପାଣିଙ୍କୁ ସମାଜ ସଂସ୍କାରକ ରୂପେ ଓ ଅଧ୍ୟାପକ ପଠାଣି ପଟ୍ଟନାୟକ ତାଙ୍କୁ ‘ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ’ ରୂପେ ଅଭିହିତ କରିଛନ୍ତି। ପାଣିଙ୍କର ଅନ୍ତିମ ଜୀବନ ଥିଲା କାରୁଣ୍ୟମୟ। ୧୯୫୬ ମସିହା ବୈଶାଖ ଅମାବାସ୍ୟା ଦିନ ଏହି ଅନନ୍ୟ ସାଧାରଣ ବହୁମୁଖୀ ପ୍ରତିଭାଙ୍କ ପାର୍ଥିବ ଶରୀର ଲୀନ ହେଲା କାଳର କରାଳ ଗର୍ଭରେ। ଆତ୍ମୀୟସ୍ବଜନ କେହି ନ ଥିଲେ ପାଖରେ, ଥିଲେ ହାତଗଣତି କେଇଜଣ ସାହିତ୍ୟପ୍ରେମୀ। ସେମାନେ ମରଶରୀରକୁ ଠେଲାଗାଡ଼ି ସାହାଯ୍ୟରେ ଖାନନଗର ମଶାଣିକୁ ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ସେହି ବହୁମୁଖୀ ପ୍ରତିଭା ଓଡ଼ିଆ ଯାତ୍ରା ଜଗତର ମୁକୁଟ ବିହୀନ ସମ୍ରାଟ ଜାତିର ହୃଦୟରେ ଅମୂଲ୍ୟ ସମ୍ପଦ ରୂପେ ସାଇତା ହୋଇ ରହିଥିବେ ଯେତେ ଦିନ ଓଡ଼ିଆ ଜାତି ବଞ୍ଚତ୍ରହିଥିବ।
ସଭାପତି (ମାହାଙ୍ଗା ସାରସ୍ବତ ସେବା ମଞ୍ଚ)
ମୋ: ୯୬୬୮୦୭୬୦୨୪


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri