ଚେତାଶୂନ୍ୟ ସ୍ତ୍ରୀଙ୍କୁ ମୃତ ଭାବି ଜାଳିଦେଇଥିଲେ

ଢେଙ୍କାନାଳ ଅଫିସ,୯।୨: ସ୍ବାମୀଙ୍କ ଚାପୁଡ଼ାରେ ରୋଷେଇ ଘରେ ଚେତାଶୂନ୍ୟ ହୋଇପଡ଼ିଥିଲେ ସ୍ତ୍ରୀ। ସଂଜ୍ଞାହୀନ ସ୍ତ୍ରୀଙ୍କୁ ମୃତ ଭାବି ଚାଳିଆରେ ଲଗାଇ ଦେଇଥିଲେ ନିଅଁା। ପୋଡ଼ିଯାଇ ସ୍ତ୍ରୀ ଚିତ୍କାର କରିବା ପରେ ସେ ଜୀବିତ ବୋଲି ଜାଣିପାରିଥିଲେ ଅଭିଯୁକ୍ତ ସ୍ବାମୀ। ହେଲେ ସେତେବେଳକୁ ଡେରି ହୋଇଯାଇଥିଲା। ନିଅଁାର ଅଁା ଗିଳି ସାରିଥିଲା ମହିଳାଙ୍କ ଶରୀରକୁ। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତର ଚୁନରଗଡ଼ି ଗ୍ରାମର ବହୁଚର୍ଚ୍ଚିତ ରିଙ୍କି ମହାକୁଡ଼ (୨୬) ହତ୍ୟାକାଣ୍ଡ ମାମଲା ପଛରେ ରହିଛି ଏଭଳି ହୃଦୟଥରା କାହାଣୀ। ପୋଲିସ ଜେରାର ସମ୍ମୁଖୀନ ହୋଇ ନ ପାରି ଅଭିଯୁକ୍ତ ସ୍ବାମୀ ନବକିଶୋର କବାଟ ଦୋଷ ସ୍ବୀକାର କରିଛନ୍ତି। ସୋମବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ୨୦୧୭ ମାର୍ଚ୍ଚରେ ଭୁବନ ଥାନା ବଡ଼କାଠିଆ ଗ୍ରାମର ରିଙ୍କିଙ୍କୁ କଙ୍କଡ଼ାହାଡ଼ ଥାନା ଚୁନରଗଡି ଗ୍ରାମର ନବକିଶୋର ବିବାହ କରିଥିଲେ। ସେମାନଙ୍କର ୨ ବର୍ଷର ଏକ ଶିଶୁକନ୍ୟା ଅଛି। କୌଣସି କାରଣରୁ ସ୍ତ୍ରୀସ୍ବାମୀଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିଲା ଅଶାନ୍ତି। ଘରେ ଗଣ୍ଡଗୋଳ ସାଧାରଣ ଘଟଣା ପାଲଟିଥିଲା। ଗୁରୁବାର ବିଳମ୍ବିତ ରାତିରେ ମଧ୍ୟ ନବକିଶୋର ଏବଂ ରିଙ୍କିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉତ୍ତ୍ୟକ୍ତ ନବକିଶୋର ଶକ୍ତ ଚାପୁଡ଼ାରେ ସ୍ତ୍ରୀ ରୋଷେଇଘରେ ଚେତାଶୂନ୍ୟ ହୋଇପଡ଼ିଥିଲେ ରିଙ୍କି। ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଭାବିଥିଲେ ଅଭିଯୁକ୍ତ ସ୍ବାମୀ। ପୋଲିସ ଗିରଫଦାରି ଏଡ଼ାଇବାକୁ ସେ ପାଞ୍ଚତ୍ଥିଲେ ଯୋଜନା ଏବଂ ଚାଳିଆ ରୋଷେଇ ଘରେ ନିଅଁା ଲଗାଇ ଦେଇଥିଲେ। ନିଅଁା ଧାସ ବାଜି ରିଙ୍କିଙ୍କ ସଂଜ୍ଞା ଫେରିବା ବେଳକୁ ତାଙ୍କ ଶରୀରର ଅର୍ଦ୍ଧାଧିକ ଭାଗ ଜଳିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଶୁକ୍ରବାର ଘଟଣା ପ୍ରଘଟ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଛୋଟିଆ ଚାଳିଆ ଘରେ ନିଅଁା ଲାଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ଅନେକ ପ୍ରଶ୍ନ ଛିଡ଼ା କରାଇଥିଲା। ସ୍ବାମୀଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହେବାପରେ ମୃତ ମହିଳାଙ୍କ ପରିବାର ଲୋକେ ଥାନାରେ ହତ୍ୟା ମାମଲା ରୁଜୁ କରିଥିଲେ। ପୋଲିସ ବିଭିନ୍ନ ଦିଗକୁ ଆଧାରକରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଥିଲା। ନବକିଶୋର ନିଜର ବୟାନରେ ଦୋଷ ସ୍ବୀକାର କରିଛନ୍ତି। ଏଥିରେ ଆଉ କାହାରି ସମ୍ପୃକ୍ତି ଅଛି କି ନାହିଁ ତାହାର ଖୋଳତାଡ଼ ଚାଲିଥିବା ଥାନା ଅଧିକାରୀ ଆଶିଷ କୁମାର ଜେନା କହିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ନଂ. ୧୪/୨୧, ଦଫା ୪୯୮ (ଏ), ୩୦୨, ୩୦୪ (ବି) ଓ ୨୦୧ରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?