ହନୁ କହିବାକୁ ଥିବା ସତକଥା

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ରୋଗରେ ଶଯ୍ୟାଶାୟୀ ଜଣେ ବ୍ୟକ୍ତିର ମନୋଭାବ କ’ଣ ହୋଇପାରେ, ଏହି ସମ୍ପର୍କରେ ଧାରଣା ପାଇଁ ଆମେ ନିମ୍ନ ଉଦ୍ଧୃତାଂଶଟି ପ୍ରତି ଦୃଷ୍ଟିଦେଇ ପାରୁ।”ଦିନେ ମୁଁ କାମନାର କାଗଜ-ବୋଇତ ନିର୍ମାଣ କରି ଅପାର ପାରାବାର ବକ୍ଷରେ ଆହୁଲା ବାହି ଚାଲୁଥିଲି ଆକାଶ-କୁସୁମର ସୁରମ୍ୟ କୁଞ୍ଜ ରଚନା କରି ମହାଶୂନ୍ୟରେ ମନ-ଅଟ୍ଟାଳିକା ଗଢ଼ି ଆଶା ଓ ଆକାଂକ୍ଷାର ଡେଣା ମେଲାଇ ଅନନ୍ତ ଆକାଶରେ ଛାତି ଫୁଲାଇ ଉଡ଼ି ବୁଲୁଥିଲି। ଯେତେବେଳେ ଜାଣି ନ ଥିଲି ଏହାର ଦିନେ ଶେଷ ଅଛିି ବୋଲି ବିରାମ ଅଛି ବୋଲି। ହଠାତ୍‌ ପଡ଼ିଲି ଅଜାଣିତ, ଅତର୍କିତ, ଅପ୍ରତ୍ୟାଶିତ ଭାବରେ ପଡ଼ିଲି କଚାଡ଼ି। ଓଃ! ସେ କି ଭୀଷଣ ପତନ।“କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩)। କାନ୍ତକବି ଆମ ଭାଷାର ଜଣେ ଶ୍ରେଷ୍ଠ ହାସ୍ୟସ୍ରଷ୍ଟା ଓ ବ୍ୟଙ୍ଗାତ୍ମକ ରଚନା କ୍ଷେତ୍ରରେ ଧୁରୀଣ। ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ପରି କାବ୍ୟ-ଲାଳିକା ଓ ‘ଦେହି ପଦ ପଲ୍ଲବ ମୁଦାରମ୍‌’ ଶୀର୍ଷକ ହାସ୍ୟଗଳ୍ପ ରଚନା ସକାଶେ ସେ ପାଠକ ମହଲରେ ଲୋକପ୍ରିୟ ହୋଇପାରିଛନ୍ତି। ବିଭିନ୍ନ ସୁଖପ୍ରଦ, କୌତୁକାବହ ସର୍ଜନା କରିଥିବା ଏକ ସାରସ୍ବତ ପ୍ରତିଭାଙ୍କଠାରୁ ନିଜ ସମ୍ପର୍କରେ ଉପରୋକ୍ତ ଦୁଃଖଦାୟକ ସ୍ବୀକାରୋକ୍ତି ଜଣକୁ ଅବିଶ୍ୱସନୀୟ ଲାଗିପାରେ; ବିଚଳିତ କରିପାରେ। କିନ୍ତୁ ଏହି ନୈରାଶ୍ୟଭରା ଆବେଗ ପଛରେ ରହିଛି ତାଙ୍କର ଏକାଧିକ ବ୍ୟକ୍ତିଗତ ସମସ୍ୟା। ତେବେ ତନ୍ମଧ୍ୟରେ ପ୍ରମୁଖ ହୋଇପାରେ ଦୁରାରୋଗ୍ୟ କୁଷ୍ଠରୋଗର ପୀଡ଼ା।
ବାସ୍ତବିକ ଜଣେ ରୁଗ୍ଣ ହୋଇଗଲେ, ତା’ର ଜୀବନାଦର୍ଶ, ଚାଲିଚଳନ ଓ ଦୃଷ୍ଟିଭଙ୍ଗୀ ସମ୍ପୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯିବା ଅସମ୍ଭବ ନୁହେଁ। ବିଶେଷତଃ ଏହି ରୋଗର ପ୍ରକୋପ ଯଦି ବଢ଼ିଚାଲେ ଏବଂ ସେଥିରୁ ଆରୋଗ୍ୟ ହେବାର ଆତ୍ମବିଶ୍ୱାସ ତୁଟିଯାଏ, ସେତେବେଳେ ତା’ର ମତିଗତି ଓ ବ୍ୟବହାର ଅତି ଦୟନୀୟ ହୋଇପଡ଼େ। ଏହି ପରିପ୍ରେକ୍ଷୀରେ କୋଭିଡ୍‌-ଓ୍ବାର୍ଡର ରୋଗୀମାନଙ୍କ ପ୍ରତି ଦୃଷ୍ଟି ଦିଆଯାଇପାରେ। କରୋନା-ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହେଉଥିଲେ ମଧ୍ୟ, ସେମାନଙ୍କ ମଧ୍ୟରେ ଯେଉଁମାନେ ନିଶ୍ଚିତ ହୁଅନ୍ତି ଯେ ସେମାନଙ୍କ ମୃତ୍ୟୁ ଅନିବାର୍ଯ୍ୟ, ହସ୍ପିଟାଲରେ ସେମାନଙ୍କ ଆଚରଣ ଭିନ୍ନ ରୋଗୀଙ୍କ ପାଇଁ ଭିନ୍ନ ରୂପ ନେଇଥାଏ।
ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲ। ସେଠାରେ କୋଭିଡ୍‌-୧୯ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ଆସନ୍ନ ମୃତ୍ୟୁ ସମ୍ବନ୍ଧରେ ଯେତେବେଳେ ନିଶ୍ଚିତ ହୋଇଯାନ୍ତି, ସେମାନଙ୍କ ପ୍ରତିକ୍ରିୟା କ’ଣ ହୋଇଥାଏ? ସେମାନଙ୍କ ଶେଷ ଇଚ୍ଛାରେ ଅନ୍ତର୍ନିହିତ ହୋଇଥାଏ ଜୀବନରେ ଅପୂର୍ଣ୍ଣ କାର୍ଯ୍ୟ ବା ଗୋପନୀୟ ରହସ୍ୟ ପ୍ରକାଶ କରିବା। ଗତ ଦଶବର୍ଷ ଧରି ଦୁଇ ଭାଇ ମଧ୍ୟରେ ସମ୍ପତ୍ତି ନେଇ ମକଦ୍ଦମା ଲାଗି ରହିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଭାଇର ଭାଗକୁ ଅନ୍ୟାୟରେ ଅକ୍ତିଆର କରିଥିବାରୁ ମାମଲା ଚାଲିଥିଲା। ଅପହରଣକାରୀ ଜଣଙ୍କ କରୋନା-ଆକ୍ରାନ୍ତ ହୋଇ ଉକ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେ ନିଜ ମୃତ୍ୟୁ ତାଙ୍କ ଦ୍ୱାରଦେଶରେ ପହଞ୍ଚତ୍ଗଲାଣି ବୋଲି ଅନୁଭବ କରି ଅନବରତ କାନ୍ଦିଲେ ଏବଂ ଡାକ୍ତରଙ୍କୁ ଜଣାଇଲେ ଯେ, ସେ ହିଁ ଦୋଷୀ। ଏହି ବିଷୟ ସେ ଅଦାଲତରେ ସେତେବେଳ ପର୍ଯ୍ୟନ୍ତ ମାନି ନ ଥିଲେ। ତାଙ୍କର ଏହି ଅପରାଧକୁ ନିଜ ଭାଇକୁ ଜଣାଇବାକୁ ସେ ଡାକ୍ତରଙ୍କୁ ଅନୁରୋଧ କରୁଥାନ୍ତି। ସେମିତି ଏକ ତରୁଣ ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଗତ ଏକ ବର୍ଷ ଧରି ବିଗିଡ଼ିଗଲା। ଉଭୟେ ପୀଡ଼ିତ ହୋଇ ସେଇ ଓ୍ବାର୍ଡର ଭିନ୍ନ ଭିନ୍ନ ଚ୍ୟାମ୍ବରରେ ଏକାକୀ ସଙ୍ଗରୋଧରେ ରହିଥିଲେ। ସମ୍ପ୍ରତି ସ୍ବାମୀଟି ନିଜ ଦୋଷ ବୁଝିପାରିଲା ଓ ପତ୍ନୀ ନିକଟକୁ ଯାଇ ଭୁଲ୍‌ ପାଇଁ କ୍ଷମା ପ୍ରାର୍ଥନା ସକାଶେ ଇଚ୍ଛା ବ୍ୟକ୍ତ କଲା। ଏପରି କି ସେ ହସ୍ପିଟାଲରୁ କେମିତି ଖସି ପତ୍ନୀର ପରିବାରକୁ ଭେଟିପାରିବ, ସେଥିପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ନେହୁରା ହେଲା।
କିଛି ରୋଗୀ ନିଜ ନିଜ ପରିବାରବର୍ଗଙ୍କୁ ଭେଟିବାକୁ ଚାହୁଁଥିଲେ। କିନ୍ତୁ କୋଭିଡ୍‌ କଟକଣାରୁ ଏହା ସମ୍ଭବ ନ ଥିଲା। କିନ୍ତୁ ସେମାନେ ଏଥିପାଇଁ ଅଡ଼ି ବସୁଥିଲେ। କେହି କେହି ମଧ୍ୟ ଚାହୁଁଥିଲେ ଯେ, ଶେଷ ଦେଖା ନ ହୋଇପାରିଲେ, ସେମାନଙ୍କ ଜୀବନ ଶରୀର ଛାଡ଼ିବ ନାହିଁ। ଏମିତି ସ୍ଥଳେ ଅନେକ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ସଂକ୍ରମଣ ଭୟରୁ ମିଶିବାକୁ ଚାହୁଁ ନ ଥିଲେ। ତେବେ ସ୍ଥିତିକୁ ଲାଘବ କରିବା ପାଇଁ ବେଳେବେଳେ ଡାକ୍ତରମାନେ ସେମାନଙ୍କ ଉଦ୍ଦିଷ୍ଟ ସ୍ବଜନ ଭାବେ ଅଭିନୟ କରୁଥାନ୍ତି। ଅବଶ୍ୟ ସେତେବେଳକୁ ରୋଗୀମାନେ କୋମା ସ୍ତରକୁ ଚାଲିଆସିଥାନ୍ତି। ତେଣୁ ଏହି ଅଭିନୟ ନିଷ୍ଫଳ ସାବ୍ୟସ୍ତ ହୁଏ।
ତେବେ ଜଣେ ଭିଆଇପି ରୋଗୀଙ୍କ ମନୋଭାବ ଅତ୍ୟନ୍ତ ବିଚିତ୍ର। ହସ୍ପିଟାଲର ସାଦା ସାଧାରଣ ଖାଦ୍ୟ ତାଙ୍କୁ ରୁଚୁ ନ ଥାଏ। ସେ ବାରମ୍ବାର ବିକଳ ଓ ବିନୀତ ଭାବେ ଅନୁରୋଧ କରୁଥାନ୍ତି ବାହାରୁ ରାଜକୀୟ ଖାଦ୍ୟ ବରାଦ କରି ତାକୁ ଯୋଗାଇବା ସକାଶେ। ଏଥିପାଇଁ ସେ ଅତ୍ୟଧିକ ବ୍ୟୟବହନ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ଅବଶ୍ୟ ମନଲାଖି ସୁସ୍ବାଦୁ ବ୍ୟଞ୍ଜନ ପାଇଁ ଏହି ଭିଆଇପି ରୋଗୀ ଜଣକ ବ୍ୟାକୁଳ ହେଉଥିବା ଦୃଷ୍ଟାନ୍ତଟି ବିରଳ ନୁହେଁ। ସାମନାରେ ମୃତ୍ୟୁ-ଦୂତର ପଦଶବ୍ଦ ଶୁଭୁଥିବାବେଳେ ସେହି ପ୍ରକାରେ ଅନ୍ୟ କେତେଜଣ ଖାଦ୍ୟ ପ୍ରତି ଆସକ୍ତିର ଚରମ ନିଦର୍ଶନ ମଧ୍ୟ ପ୍ରଦର୍ଶନ କରିଥିବା ଇତିହାସ ପୃଷ୍ଠାରୁ ସିଦ୍ଧ ହୁଏ। ମନେହୁଏ, ଏହା ଯେମିତି ଏକ ଆଦିମ ପ୍ରବୃତ୍ତି।
ଯୁକ୍ତରାଷ୍ଟ୍ରର ଟେକ୍‌ସାସରେ ପ୍ରଚଳିତ ଧାରା ଅନୁଯାୟୀ ଜଣେ ଫାଶୀ-ଆସାମୀକୁ ତା’ର ଶେଷ ଭୋଜନ ପାଇଁ ଆଇଟମ୍‌ ଜଣାଇବା ସୁଯୋଗ ଦିଆଯାଉଥିଲା। ଏହି ଅବସରରେ ଜଣେ ବନ୍ଦୀ ଖାଇବା ପାଇଁ ଚିକେନ ପିସ୍‌, ଆମଲେଟ୍‌, ବାରବିକ୍ୟୁ, ପିଜା, ଆଇସ୍‌କ୍ରିମ୍‌, କୋଲ୍‌ଡ ଡ୍ରିଙ୍କ୍‌ସ ଇତ୍ୟାଦି ବରାଦ ଦେଇଥିଲେ। ଅବଶ୍ୟ ଟେକ୍‌ସାସ୍‌ର ଷ୍ଟେଟ ଡିପାର୍ଟମେଣ୍ଟ ତାଙ୍କ ଶେଷ ଇଚ୍ଛା ପୂରଣ କଲେ। କିନ୍ତୁ ଗୋଟିଏ ବଡ଼ ଥାଳିରେ ଅଭିଳଷିତ ଖାଦ୍ୟ ସାମଗ୍ରୀ ଯୋଗାଇବା ପରେ ସେ ଏହା ଗ୍ରହଣ କରି ନ ଥିଲେ। ଅନ୍ୟ ଏକ ଘଟଣାରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଜଣେ ବ୍ୟକ୍ତି ଫାଶୀଦଣ୍ଡ ପାଇବା ଆଗରୁ ଫ୍ରାନ୍ସରେ ଜନପ୍ରିୟ ପାରାମାଂସର ବ୍ୟଞ୍ଜନ, ପିଜିଅନ ପାଇ ପିଠା ଓ ଚିକେନର ଦୁଇଟି ଥାଳି ଚାହିଁଥିଲେ। ସେ ହେଉଛନ୍ତି ଆର୍କନସାରେ ୧୯୯୨ରେ ଫାଶୀଦଣ୍ଡ ପାଇଥିବା ଆସାମୀ ରିକ୍‌ରେ ରେକ୍ଟର। କିନ୍ତୁ ସେ ନିଜ ମସ୍ତକ ଉପରେ ଗୁଳିଚାଳନା ଦ୍ୱାରା ଆତ୍ମହତ୍ୟା କରିଥିଲେ। ସେ ଯାହାହେଉ, ଏହିସବୁ ଉଦାହରଣରୁ ପ୍ରତୀତ ହୁଏ ଯେ, କୋଭିଡ୍‌ ହେଉ ବା ନ ହେଉ, ଏମିତି ଲୋକ ଅଛନ୍ତି, ଯେଉଁମାନେ ମୃତ୍ୟୁର ଜରୁରୀ ଆହ୍ବାନ ସତ୍ତ୍ୱେ ପେଟପୂରା ଭୋଜନ ପାଇଁ ଉଦ୍‌ଗ୍ରୀବ।
ପ୍ରଥମ ଲହରବେଳେ ହାଇଦ୍ରାବାଦସ୍ଥିତ ଗାନ୍ଧୀ ହସ୍ପିଟାଲଟି, ତେଲଙ୍ଗାନାର ନୋଡାଲ ହେଲ୍‌ଥ କେୟାର ସେଣ୍ଟର ଥିଲା। ସେଠାରେ ପ୍ରାୟ ଦୁଇ ହଜାର କୋଭିଡ୍‌ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଡାକ୍ତରମାନଙ୍କ ଏହି ପ୍ରସଙ୍ଗରେ ଅନୁଭୂତି ବିବିଧ ଓ ବିସ୍ମୃତ। ସେମାନଙ୍କ ମତାନୁସାରେ ଅଧିକାଂଶ ମୃତକ ଅନ୍ତିମ ବିଦାୟ ପୂର୍ବରୁ ଯେଉଁ ପ୍ରକାରେ ନିଜ ମନୋଭାବ ପ୍ରକାଶ କରିଥାନ୍ତି, ତାହା ଥିଲା ମୁଖ୍ୟତଃ ଜୀବନରେ ଘଟିଥିବା ଲୁକ୍କାୟିତ ଦୋଷ ଓ ଅପରାଧର ମୁକ୍ତ ସ୍ବୀକାରୋକ୍ତି, ନୈତିକ ସ୍ଖଳନ, ଅହଂ-କଳହରେ ନିମଗ୍ନତା, ସମ୍ପତ୍ତି ଓ ଆର୍ଥିକ କାରବାର ଜନିତ ଶଠତା, ଦାୟିତ୍ୱ ଗ୍ରହଣରେ ଖିଲାପ ଓ ଅବହେଳା; ଏପରି କି ଏହିସବୁ ପ୍ରକାର ବିଷୟମାନଙ୍କୁ କେତେକ କ୍ଷେତ୍ରରେ ଆଡ଼େଇ ରାଜକୀୟ ଖାଦ୍ୟ ଓ ପାନୀୟ ଉଦରସ୍ଥ କରିବା ପାଇଁ ଅନ୍ତିମ ଇଚ୍ଛା। ଚିକିତ୍ସକମାନଙ୍କ ପ୍ରତ୍ୟକ୍ଷ ଅନୁଭୂତିରୁ ପ୍ରକଟିତ ମୁମୂର୍ଷୁ ମଣିଷମାନଙ୍କ ଏହି ଧରଣର ବିଚିତ୍ର ଓ ଅପ୍ରତ୍ୟାଶିତ ବକ୍ତବ୍ୟ ପ୍ରଣିଧାନଯୋଗ୍ୟ। ଅବଶ୍ୟ ଉକ୍ତ ରୋଗୀମାନେ ବଞ୍ଚତ୍ବାର ସମସ୍ତ ଆଶା ହରାଇଥାନ୍ତି ଏବଂ ମୃତ୍ୟୁ ଆସନ୍ନ ବୋଲି ନିଶ୍ଚିତ ହୋଇଥାନ୍ତି। ତେଣୁ ଏହି ମରଣାପନ୍ନ ବ୍ୟକ୍ତିମାନଙ୍କ ସ୍ପଷ୍ଟୋକ୍ତିକୁ ଅଶୁଦ୍ଧ ଓ ଅସତ୍ୟ ବୋଲି ବିବେଚନା କରିବା ସମର୍ଥନଯୋଗ୍ୟ ନୁହେଁ।
ଗୋଟିଏ ବହୁ ପ୍ରଚଳିତ ଢଗ ହେଉଛି ‘ହନୁ ମଲାବେଳେ ସତ କହେ।’ ଅବଶ୍ୟ ପୁରାଣ ଶାସ୍ତ୍ରରେ ହନୁମାନ ଚିରଞ୍ଜୀବୀ ବୋଲି ବର୍ଣ୍ଣିତ ହୋଇଛି। ଫଳରେ ହନୁମାନଙ୍କ ମରଣ ନାହିଁ। ତେଣୁ ମୃତ୍ୟୁକାଳୀନ ମୁହୂର୍ତ୍ତରେ ତାଙ୍କ ଶ୍ରୀମୁଖରୁ ସତକଥା ଶୁଣିବା ଅଚିନ୍ତ୍ୟ। ତେବେ ଏହି ପରିପ୍ରେକ୍ଷୀରେ କୋଭିଡ୍‌-ଓ୍ବାର୍ଡର ଉକ୍ତ ମରଣୋନ୍ମୁଖ ବ୍ୟକ୍ତିମାନଙ୍କ ଶେଷ ବାକ୍ୟରୁ ଆମେ ଯେଉଁ ସତ୍ୟର ଆଭାସ ପାଉଛେ, ତାହା ନିର୍ବିବାଦୀୟ ଓ ଗ୍ରହଣୀୟ।
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?