ସତ ସାମ୍ନାକୁ ଆସିଛି

ବିମୁଦ୍ରୀକରଣ ବାର୍ଷିକୀ ଆସିଲା ଓ ଗଲା। ଏହି ବିମୁଦ୍ରୀକରଣ ମହାରାଷ୍ଟ୍ରର ଲାଟୁର ସହରରୁ ଯାନ୍ତ୍ରିକ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଅନିଲ ବୋକିଲଙ୍କ ବିଚାର ଥିଲା। ବୋକିଲ ଅର୍ଥକ୍ରାନ୍ତି ନାମକ ଏକ ସଂସ୍ଥା ଚଳାନ୍ତି ଓ ନିଜକୁ ଜଣେ ଆଥିର୍ର୍କ ସିଦ୍ଧାନ୍ତବାଦୀ ଭାବେ ପ୍ରତିପାଦିତ କରନ୍ତି। ତାଙ୍କ ବିଚାର ଥିଲା ଭାରତ ଭଳି ଦେଶରେ ଜନସଂଖ୍ୟାର ୭୦% ଲୋକ ଦିନକୁ ୧୫୦ ଟଙ୍କାରେ ଚଳୁଥିବାବେଳେ ଆମର କାହିଁକି ୧୦୦ ଟଙ୍କିଆରୁ ଅଧିକ ମୂଲ୍ୟର ନୋଟ୍‌ ଆବଶ୍ୟକ ହେବ? ପ୍ରଧାନମନ୍ତ୍ରୀ ବିମୁଦ୍ରୀକରଣର ବିଚାର କିଭଳି ପାଇଥିଲେ ତାହା ଭାରତୀୟ ମୁଦ୍ରାର ୮୬% ଅକାମୀ ହେବା ପରଦିନ ଏକ ସାକ୍ଷାତ୍‌କାରରେ ବୋକିଲ ପ୍ରକାଶ କରିଥିଲେ। ଜୁଲାଇ ୨୦୧୩ରେ ମୋଦିଙ୍କୁ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ବୋକିଲ ଅହମ୍ମଦାବାଦ ଯାଇ ଅର୍ଥକାନ୍ତିର ପ୍ରସ୍ତାବ ସମ୍ପର୍କରେ ଉପସ୍ଥାପିତ କରିବାକୁ ଚାହଁିଥିଲେ। ମୋଦି ବୋକିଲଙ୍କୁ ସାକ୍ଷାତ୍‌କାର ପାଇଁ ୧୦ ମିନିଟ୍‌ ସମୟ ଦେଇଥିଲେ। କିନ୍ତୁ ସେ ତାଙ୍କ କଥା ୯୦ ମିନିଟ୍‌ ଶୁଣିଥିଲେ ବୋଲି ବୋକିଲ ଅନୁଭବ କରିଥିଲେ। ମୋଦିଙ୍କୁ ବୈଠକରେ ଅବଗତ କରାଯାଇଥିବା ବିମୁଦ୍ରୀକରଣର ଉପକାର ତାଲିକା ଅର୍ଥକ୍ରାନ୍ତି ଓ୍ବେବ୍‌ସାଇଟରେ ଦର୍ଶାଯାଇଥିଲା। ଏଥିରେ ଉଗ୍ରବାଦୀ ଏବଂ ଜାତୀୟତା ବିରୋଧୀ କାର୍ଯ୍ୟକଳାପ ନିୟନ୍ତ୍ରିତ ହେବ, ଟିକସ ଫାଙ୍କିବା କମିବ, ଦୁର୍ନୀତି ହ୍ରାସ ହେବ ଏବଂ ରୋଜଗାରରେ ଆଖିଦୃଶିଆ ଅଭିବୃଦ୍ଧି ଘଟିବ ବୋଲି କୁହାଯାଇଥିଲା। କିନ୍ତୁ ବିମୁଦ୍ରୀକରଣ କିଭଳି କାର୍ଯ୍ୟକାରୀ ହେବ ଏବଂ ଏହାର ଉପକାର କିଭଳି ହାସଲ କରାଯିବ ସେ ସମ୍ବନ୍ଧରେ କୁହାଯାଇନାହିଁ। ଅର୍ଥକ୍ରାନ୍ତି ମଧ୍ୟ ଟ୍ରାଞ୍ଜାକ୍‌ଶନ ଟ୍ୟାକ୍ସ ସପକ୍ଷରେ ସମଗ୍ର ଟିକସ ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଇଛି, ଯେଉଁଥିରେ ନଗଦ କାରବାର ଉପରେ ୨,୦୦୦ ଟଙ୍କା ସୀମା ରହିଛି। କିନ୍ତୁ ଧାରଣାଗୁଡ଼ିକରୁ ମୋଦି କେବଳ ବିମୁଦ୍ରୀକରଣକୁ ବାଛିଲେ। ୮ ନଭେମ୍ବର ୨୦୧୬ ବିମୁଦ୍ରୀକରଣ ଘୋଷଣାକରି ମୋଦି କହିଥିଲେ, ଭାରତର ବଡ଼ ସମସ୍ୟା ଥିଲା ଦୁର୍ନୀତି, କଳାଧନ ଓ ଉଗ୍ରବାଦ। ଦୁର୍ନୀତି ବିରୋଧରେ ଏକ ନିର୍ଣ୍ଣାୟକ ପଦକ୍ଷେପ ଲୋଡ଼ା। ଉଗ୍ରବାଦ ପାଇଁ ଟଙ୍କା ପାକିସ୍ତାନରୁ ନକଲି ଟଙ୍କା ଆକାରରେ ଭାରତକୁ ଆସୁଥିବା ସେ ପ୍ରକାଶ କରିଥିଲେ। ସେ କହିଥିଲେ, ନଗଦ ଟଙ୍କା କାରବାରର ସମ୍ପର୍କ ଦୁର୍ନୀତି ସହ ଅଛି ଏବଂ ସେଥିପାଇଁ ମୋଟ ମୁଦ୍ରାର ୮୦ରୁ ୯୦ ପ୍ରତିଶତ ଥିଲା ୫୦୦ରୁ ୧୦୦୦ ନୋଟ୍‌କୁ ରଦ୍ଦ କରୁଛନ୍ତି ବୋଲି କହିଥିଲେ। ମୋଦି ସ୍ବୀକାର କରିଥିଲେ, ଏହି ନୀତିରେ କିଛି ଅସୁବିଧା ରହିଛି, କିନ୍ତୁ ଏହା ସମସ୍ୟା ହେବ ନାହିଁ। ଏହାର କାରଣ ଦର୍ଶାଇବାକୁ ଯାଇ କହିଥିଲେ, ସାଧାରଣ ଜନତା ଦେଶ ପାଇର୍ଁ କଠିନ ସ୍ଥିତିର ସମ୍ମୁଖୀନ ହେବା ସହ ତ୍ୟାଗ କରିବାକୁ ଉତ୍ସୁକ। ବିଭିନ୍ନ ବିଭାଗ ଦ୍ୱାରା କିଛି ପ୍ରସ୍ତୁତି କରାଯାଇ ନ ଥିଲା। ଏହା ଆମେ ଜାଣୁ କାରଣ ନଭେମ୍ବର ୮ରେ କ୍ୟାବିନେଟ୍‌ ବୈଠକ ଡକାଯାଇଥିଲା ଏବଂ ଶେଷଯାଏ ନିଷ୍ପତ୍ତି ଗୁପ୍ତ ରଖିବା ଲାଗି ମନ୍ତ୍ରୀମାନଙ୍କୁ ମୋବାଇଲ ବାହାରେ ରଖିବାକୁ କୁହାଯାଇଥିଲା। ଯେହେତୁ ମନ୍ତ୍ରୀମାନେ ଜାଣି ନ ଥିଲେ, ସେମାନଙ୍କ ମନ୍ତ୍ରଣାଳୟଗୁଡ଼ିକ ମଧ୍ୟ ଜାଣି ନ ଥିଲେ କି ଏ ବାବଦରେ ପ୍ରସ୍ତୁତ ହୋଇ ନ ଥିଲେ।
ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ମୋଦିଙ୍କୁ ସତର୍କ କରିଥିଲା। ଏହି ପଦକ୍ଷେପ ଉପରେ ଆଲୋଚନା ଏବଂ ଏହାକୁ ଅସ୍ବୀକାର କରିବା ପରେ ରଘୁରାମ ରାଜନ ଆର୍‌ବିଆଇ ଗଭର୍ନର ପଦରୁ ଇସ୍ତଫା ଦେଇଥିଲେ। ନୂତନ ଗଭର୍ନର ଉର୍ଜିତ ପଟେଲ ଦାୟିତ୍ୱ ଗ୍ରହଣ କରିବାର ସପ୍ତାହକ ମଧ୍ୟରେ ଏହାକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ଏହି ପଦକ୍ଷେପକୁ ଅନୁମୋଦନ କରିବାକୁ ନଭେମ୍ବର ୮ ଅପରାହ୍ନ ୫.୩୦ରେ (ମୋଦିଙ୍କ ଘୋଷଣା ପୂର୍ବରୁ) ଆର୍‌ବିଆଇ ଦ୍ୱାରା ହୋଇଥିବା ଜରୁରିକାଳୀନ ବୈଠକର ନିଷ୍ପତ୍ତି ପ୍ରକାଶ କରିବାକୁ ସେ ମନା କରିଦେଲେ। ଜାତୀୟ ନିରାପତ୍ତା ଏବଂ ‘ଜୀବନ ପ୍ରତି ବିପଦ’ ଦର୍ଶାଇ ସେ ଏଭଳି କରିଥିଲେ। ଶେଷରେ ୨୦୧୮ରେ ଯେତେବେଳେ ବୈଠକର ନିଷ୍ପତ୍ତି ଗଣମାଧ୍ୟମରେ ପ୍ରକାଶ ପାଇଲା, ସେତେବେଳେ ପଟେଲ ପଦ ଛାଡ଼ି ଚାଲିଗଲେ। ଆର୍‌ବିଆଇ ବୈଠକର ଲିଖିତ ରେକର୍ଡରେ ଥିଲା ଯେ- ସରକାର ତାକୁ କହିଥିଲେ; ୨୦୧୧ ରୁ ୨୦୧୬ ମଧ୍ୟରେ ଅର୍ଥନୀତି ୩୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଅଧିକ ମୂଲ୍ୟର ମୁଦ୍ରା ନୋଟ୍‌ ଅତ୍ୟଧିକ ହାରରେ ବୃଦ୍ଧି ପାଇଛି। ସେହି ନଗଦ ମୁଦ୍ରା କଳାଟଙ୍କାର ସଞ୍ଚାଳକ ଥିଲା। ଆନୁମାନିକ ୪୦୦ କୋଟି ଟଙ୍କାର ଏହି ନକଲି ଟଙ୍କା ଅଛି ଓ ସେଥିପାଇଁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅକାମୀ କରାଯିବା ଉଚିତ। ସରକାରଙ୍କ କଥା ଉପରେ ଆର୍‌ବିଆଇର ପ୍ରତିକ୍ରିୟା ଥିଲା: ସରକାରଙ୍କ ଦ୍ୱାରା କୁହାଯାଇଥିବା ଅର୍ଥନୈତିକ ଅଭିବୃଦ୍ଧି ପ୍ରକୃତ ଥିଲାବେଳେ ମୁଦ୍ରା ବୃଦ୍ଧି ନାମମାତ୍ର ଥିଲା ଏବଂ ମୁଦ୍ରାସ୍ଫୀତି ପାଇଁ ଆଡ୍‌ଜଷ୍ଟ ହୋଇ ନ ଥିଲା ଏବଂ ଏହି ଯୁକ୍ତି ବିମୁଦ୍ରୀକରଣ ପାଇଁ ସୁପାରିସକୁ ଯଥେଷ୍ଟ ସମର୍ଥନ କରେ ନାହିଁ। କଳାଟଙ୍କା ଜମି କିମ୍ବା ସୁନାରେ ଥିଲା ଏବଂ ନଗଦରେ ନୁହେଁ ଏବଂ ମୁଦ୍ରା ଅକାମୀ ହେବା ଦ୍ୱାରା କଳାଟଙ୍କା ରୋକିବାରେ କିଛି ପ୍ରଭାବ ପଡ଼ିବ ନାହିଁ। ବିମୁଦ୍ରୀକରଣ ଜିଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବ। ମୋଟ ନଗଦ(୧୮ ଲକ୍ଷ କୋଟି ଟଙ୍କା) ତୁଳନାରେ ନକଲି ମୁଦ୍ରାରେ ୪୦୦ କୋଟି ଟଙ୍କା ବହୁତ କମ୍‌ (କେବଳ ୦.୦୨ ପ୍ରତିଶତ) ଥିଲା।
ଏସବୁ ପ୍ରକାଶ କରିବା ପରେ ମଧ୍ୟ ଆର୍‌ବିଆଇ ବୋର୍ଡ ମୋଦିଙ୍କ ଚିନ୍ତାଧାରାକୁ ସ୍ବୀକାର କରିଛି। ଅନିଚ୍ଛାକୁ ଗୁପ୍ତ ରଖିବା ପାଇଁ ଏହା କାହିଁକି ଚାହୁଁଥିଲା ତାହା ବି ସ୍ପଷ୍ଟ ହୋଇଛି। ତ୍ରୁଟି ଦର୍ଶାଇବାରେ ଏହା କାର୍ଯ୍ୟ କରିଥିଲା, କିନ୍ତୁ ମୋଦିଙ୍କୁ ସୁରକ୍ଷା ଦେଉଥିଲା। ସେଥିପାଇଁ ଉର୍ଜିତ ପଟେଲ ଲଜ୍ଜାଜନକ ଭାବରେ ଦାବି କରିଥିଲେ ଯେ ଆର୍‌ଟିଆଇ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ନିକଟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ସେ ନିଷ୍ପତ୍ତିଗୁଡ଼ିକୁ ପ୍ରକାଶ କରିପାରି ନ ଥିଲେ। ଅବଶ୍ୟ, ଘଟଣାଗୁଡ଼ିକ ପ୍ରମାଣିତ କଲା ଯେ, ପ୍ରତ୍ୟେକ କ୍ଷେତ୍ରରେ ଆର୍‌ବିଆଇ ଉଭୟ କ୍ଷତି ଓ ଲାଭ ନ ଥିବାର ଠିକ୍‌ ପୂର୍ବାନୁମାନ କରିଥିଲା। ବାସ୍ତବରେ ମୋଦି ଆର୍‌ବିଆଇର ଚିନ୍ତାଧାରାକୁ ଅଣଦେଖା କରୁଥିଲେ ଯାହାକୁ ଶୀର୍ଷ ବ୍ୟାଙ୍କ ଲୁଚାଉଥିଲା। ଏବେ ସବୁ ସତ ସାମ୍ନାକୁ ଆସିଛି, ତଥାପି କୌଣସି ପ୍ରକାରେ ସରକାର ଆଗକୁ ବଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri