ଟ୍ରକ୍‌ ମାଲିକଙ୍କ ସ୍ବାର୍ଥକୁ ଗୁରୁତ୍ୱ

ସୁନ୍ଦରଗଡ଼,୨୧।୯(ଡି.ଏନ.ଏ.):ସୁନ୍ଦରଗଡ଼ ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ କୋଇଲା ପରିବହନ। ସୁନ୍ଦରଗଡ ଜିଲା ହେମଗିରି ବ୍ଲକସ୍ଥିତ ବସୁନ୍ଧରା ଅଞ୍ଚଳରେ ଥିବା ଖଣି ଏସିଆ ମହାଦେଶର ସର୍ବବୃହତ୍‌ କୋଇଲା ଖଣି। ଏହି ଖଣିରୁ ବେଦାନ୍ତ, ହିଣ୍ଡାଲକୋ ଇତ୍ୟାଦି ଶିଳ୍ପସଂସ୍ଥାଗୁଡ଼ିକୁ କୋଇଲା ପରିବହନ କରାଯାଇଥାଏ। ଏହି କୋଇଲା ପରିବହନ ଦ୍ୱାରା ସୁନ୍ଦରଗଡ଼ର ଅନେକ ବ୍ୟକ୍ତି ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି ପରିପ୍ରେକ୍ଷୀରେ ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘ, ସୁନ୍ଦରଗଡ ଟ୍ରକ ମାଲିକ ସଂଘ ଓ ବିସ୍ଥାପିତ ଟ୍ରକ ମାଲିକ ସଂଘ ଏକତ୍ରିତ ହୋଇ ସମସ୍ତ ଟ୍ରକ ମାଲିକଙ୍କ ସ୍ବାର୍ଥ ସାଧନ ପାଇଁ ସମନ୍ବିତ କୋଇଲା ଟ୍ରକ ମାଲିକ ସଂଘ ଗଠନ କରାଯାଇଥିଲା। କୋଇଲା ପରିବହନ ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ଏହି ସଂଘ ଦ୍ୱାରା ନେବାକୁ ସ୍ଥିରୀକୃତ ହୋଇଥିଲା। ମାତ୍ର ପ୍ରଶାସନ ଉପସ୍ଥିତିରେ ଦୁଇ ଥର ଭଡା ବୃଦ୍ଧି ପ୍ରସଙ୍ଗରେ ବୈଠକ ହୋଇଥିଲା ା

ଏହି ସମୟରେ ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘ ସମସ୍ତ ପକ୍ଷଙ୍କ ସହିତ ଆଲୋଚନା ଓ ଆପୋଷ ବୁଝାମଣା ମାଧ୍ୟମରେ ଭଡା ବୃଦ୍ଧି ନେଇ ଉଦ୍ୟମ କରି ଥିଲା । ତେବେ ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘର ଅସହମତି ସତ୍ତ୍ୱେ ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ ଓ ବିସ୍ଥାପିତ ଗାଡ଼ି ମାଲିକ ସଂଘ ଚକାବନ୍ଦର ନିଷ୍ପତ୍ତି ନେଇ କୋଇଲା ପରିବହନକୁ ବନ୍ଦ କରିଦେଇଥିଲେ। ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘ ନୈତିକ ଭାବରେ ଭଡା ବୃଦ୍ଧିକୁ ସମର୍ଥନ କରିଥିଲେ ଅଧ୍ୟ ଚକ ବନ୍ଦରୁ ନିଜକୁ ଦୂରେଇ ରଖିଥିଲା। ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ଓ ଶିଳ୍ପ ପ୍ରତିଷ୍ଠାନ କର୍ତ୍ତୃପକ୍ଷମାନଙ୍କ ସହିତ ଆଲୋଚନା ଜାରି ରହିଥିଲା। ପରିଶେଷରେ ଏହି ପ୍ରତୀକ୍ଷାର ଅନ୍ତ ଘଟି ସୁନ୍ଦରଗଡରୁ ଝାରସୁଗୁଡ଼ା ଓ ସମ୍ବଲପୁର ପାର୍ଶ୍ୱରେ ଥିବା ଶିଳ୍ପ ପ୍ରତିଷ୍ଠାନଗୁଡିକୁ କୋଇଲା ପରିବହନ ଭଡା ଟନ ପିଛା ୬୦ ଟଙ୍କା ବୃଦ୍ଧି କରାଯିବାର ନିଷ୍ପତ୍ତି ମିଳିତ ଭାବରେ ଗ୍ରହଣ କରାଯାଇଥିବା ନେଇ ସୋମବାର ସନ୍ଧ୍ୟାରେ ଜୟ ଜଗନ୍ନାଥ ଟ୍ରକ ମାଲିକ ସଂଘର ମତାମତ ବୈଠକରେ ସଂଘର ଅଧ୍ୟକ୍ଷ ସଞ୍ଜୟ ନନ୍ଦ ଘୋଷଣା କରିଥିଲେ। ଏହାଛଡା ସଂଘ କିପରି ଭାବରେ ଆଗକୁ ସଦସ୍ୟମାନଙ୍କୁ ଅନ୍ୟାନ୍ୟ ସୁବିଧା ଦେଇ ପାରିବ ସେହି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଏହି ବୈଠକରେ ସଂଘର ଅଧ୍ୟକ୍ଷ ନନ୍ଦଙ୍କ ସହିତ ବରିଷ୍ଠ ସଦସ୍ୟ ମନୋରଞ୍ଜନ ବହିଦାର, ହାଜି ଅବଦୁଲ ସଇଦ, ଦିଲୀପ ଷଡ଼ଙ୍ଗୀ,ଉପନଗରପାଳ ଲଲାଟେନ୍ଦୁ ପରିଡ଼ା ମଞ୍ଚାସୀନ ଥିଲେ ା ବିଶ୍ୱରଞ୍ଜନ ହୋତା ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri