ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟ୍ରକ୍‌, ଚାଳକଙ୍କ ଜୀବନ ଗଲା

ଛତ୍ରପୁର,୨୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ସୀତା ନଗର ନିକଟ ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ରକକୁ ପଛପଟୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ସନ୍ତୋଷପୁର ଗାଁର କେ ରାମଚନ୍ଦ୍ର ପାତ୍ର ।
ପ୍ରକାଶ ଯେ, ଛତ୍ରପୁର ଅଭିମୁଖେ ଯାଉଥିବା ଟ୍ରକ (ଟିଏସ୍‌ ୧୨ ୟୁବି-୦୫୦୬) କୁ ପଛ ପଟୁ ଆଉ ଏକ ଟ୍ରକ୍‌ (ଓଡି-୦୨ ଏଏଚ୍‌ ୩୬୫୫) ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କେ ରାମଚନ୍ଦ୍ରଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଛତ୍ରପୁର ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। । ଏ ନେଇ ଚମାଖଣ୍ଡି ଥାନା ପୋଲିସ ଏକ ମାମଲା (ନଂ-୧୦୯/୨୦) ରୁଜୁ କରି ତଦନ୍ତ ଜାରି ରଖିଛି।