ମଝିଘରିଆଣୀ ଦର୍ଶନ ସାରି ଫେରୁଥିଲେ: ଅଟୋକୁ ପିଟିଲା ଟ୍ରକ, ଚାଲିଗଲା ୫ ଜୀବନ

ରାୟଗଡ଼ା ଅଫିସ,୨୨ା୨: ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାଠାରୁ ୪ କିମି ଦୂରରେ ଟ୍ରକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଅଛନ୍ତି। ଅଟୋରେ ମୋଟ୍‌ ୮ ଯାତ୍ରୀ ଥିଲେ। ସମସ୍ତ ଗୁରୁତରଙ୍କୁ ପାର୍ବତୀପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା।

ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ଦର୍ଶନ ସାରି ନିଜ ଗାଁ ବାଙ୍ଗାରମମାକୁ ଅଟୋ ସାହାଯ୍ୟରେ ଫେରୁଥିଲେ। ଅଟୋରେ ଥିବା ସମସ୍ତ ୮ ଜଣ ଯାକ ଆନ୍ଧ୍ରର କୋମରଡ଼ା ବ୍ଲକର ବାଙ୍ଗାରମମା ଗ୍ରାମର ବୋଲି ଜଣାପଡ଼ିଛି।