ଟ୍ରକ୍‌ ଚାଳକଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ

ଧର୍ମଶାଳା/ଚଢ଼େଇଧରା/ଜେନାପୁର,୨୯ା୧୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଚଢ଼େଇଧରା ଉପରଛକଠାରେ ରବିବାର କଳାପଥର ପରିବହନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କଳାପଥର ବୋଝେଇ ଗାଡ଼ି ଚେକିଂ ବେଳେ ତହସିଲଦାର ଜଣେ ଚାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଚାଳକ ସଂଘ ପକ୍ଷରୁ ରାସ୍ତାରୋକୋ କରାଯିବା ସହ ଚଢ଼େଇଧରା ବିଟ୍‌ ହାଉସ୍‌ ଆଗରେ ହୋହଲ୍ଲା କରାଯାଇଥିଲା। ସ୍ଥିତିକୁ ଦେଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ବେଆଇନ ସୈରାତରୁ କଳାପଥର ପରିବହନ ହେଉଥିବା ଖବର ପାଇ ତହସିଲଦାର ସ୍ବାଗତ କୁମାର ଦାସ, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ସଦଳବଳ ଚଢ଼ାଉ କରିବାକୁ ଯାଇଥିଲେ। ଚଢ଼େଇଧରା ଛକ ନିକଟରେ କଳାପଥର ବୋଝେଇ ହୋଇ ଆସୁଥିବା ଟ୍ରକ୍‌ଗୁଡିକୁ ଅଟକାଇ ୱାଇ ଫର୍ମ ଯାଞ୍ଚ କରିଥିଲେ। ଯାଞ୍ଚବେଳେ ୱାଇ ଫର୍ମଗୁଡ଼ିକ ନକଲି ବୋଲି ତହସିଲଦାର ଜାଣିବାକୁ ପାଇଥିଲେ। ଫଳରେ ତହସିଲଦାର ଓ ଟ୍ରକ୍‌ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ତହସିଲଦାର ଟ୍ରକ୍‌ ଚାଳକ ଅଲେଖ କରଣ ଓ ରାକେଶ କରଣକୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଘଟଣା ପ୍ରଚାର ହେବାପରେ ସ୍ଥାନୀୟ ଚାଳକ ସଂଘ କର୍ମକର୍ତ୍ତା ତହସିଲଦାର କ୍ଷମା ପ୍ରର୍ଥନା କରନ୍ତୁ ବୋଲି ଦାବି କରି ଚଣ୍ଡିଖୋଲ-ଡୁବୁରୀ ୫୩ ନଂ. ଜାତୀୟ ରାଜପଥରକୁ ଚଢ଼େଇଧରା ଉପରଛକ ନିକଟରେ ୨ ଘଣ୍ଟା ଧରି ଅବରୋଧ କରିଥିଲେ। ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ, ଚଣ୍ଡିଖୋଲ ଟ୍ରାଫିକ ଥାନାଧିକାରୀ ହୃଦାନନ୍ଦ ବେହେରା ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କିରବା ସହ ଘଟଣାର ଆପୋସ ସମାଧାନ ପାଇଁ ଚଢ଼େଇଧରାସ୍ଥିତ ବିଟ୍‌ ହାଉସକୁ ଡାକିଥିଲେ। ଫଳରେ ଚାଳକମାନେ ରାସ୍ତା ଅବରୋଧରୁ ହଟିଯାଇ ବିଟ୍‌ ହାଉସ ନିକଟରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ଏହାପରେ ଯାଜପୁର ରୋଡ୍‌ ଏସ୍‌ଡିପିଓ ଚିନ୍ମୟ ନାୟକ ଓ ଯାଜପୁର ଉପଜିଲାପାଳ ଶରତ ମହାପାତ୍ର ପହଞ୍ଚତ୍ଥିଲେ। ଉଭୟ ତହସିଲଦାରଙ୍କ ଉପସ୍ଥିତିରେ ଚାଳକମାନଙ୍କ ସହିତ ଆଲୋଚନା କରି ଘଟଣାର ଆପୋସ ସମାଧାନ କରିଥିଲେ। ଏହି ଘଟଣାରେ ତହସିଲ ପକ୍ଷରୁ ୮ ଗାଡ଼ି ଜବତ କରାଯାଇଛି। ସେଥିରୁ ୨ଟି ହାଇୱା ଚଢ଼େଇଧରା ବିଟ୍‌ ହାଉସରେ ଅଟକ ରଖାଯାଇଛି। ଅନ୍ୟ ୬ଟି ଗାଡ଼ି ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ରଖାଯାଇଛି। ଜବତ ଗାଡ଼ିଗୁଡ଼ିକରୁ ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର କହିଛନ୍ତି। ଡ୍ରାଇଭରଙ୍କୁ ମାଡ଼ ମାରିବା ନେଇ ତହସିଲଦାରଙ୍କୁ ପଚାରିବାରେ ସେ କାହାକୁ ମାଡ଼ ମାରି ନ ଥିବା ପ୍ରକାଶ କରିଛନ୍ତି। ଜେନାପୁର ଥାନାଧିକାରୀ ଉମାକାନ୍ତ ନାୟକ କହିଛନ୍ତି, ଚାଳକ ନିଜ ଦୋଷ ଢାଙ୍କିବାକୁ ଏପରି କରିଛନ୍ତି। ତେବେ ସମସ୍ତଙ୍କ ଉପସ୍ଥିତିରେ ସମସ୍ୟାର ଆପୋସ ସମାଧାନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri