ଟ୍ରକ୍‌ ଚାଳକଙ୍କୁ ତହସିଲଦାରଙ୍କ ମାଡ଼ ଅଭିଯୋଗ

ଧର୍ମଶାଳା/ଚଢ଼େଇଧରା/ଜେନାପୁର,୨୯ା୧୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଚଢ଼େଇଧରା ଉପରଛକଠାରେ ରବିବାର କଳାପଥର ପରିବହନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କଳାପଥର ବୋଝେଇ ଗାଡ଼ି ଚେକିଂ ବେଳେ ତହସିଲଦାର ଜଣେ ଚାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଚାଳକ ସଂଘ ପକ୍ଷରୁ ରାସ୍ତାରୋକୋ କରାଯିବା ସହ ଚଢ଼େଇଧରା ବିଟ୍‌ ହାଉସ୍‌ ଆଗରେ ହୋହଲ୍ଲା କରାଯାଇଥିଲା। ସ୍ଥିତିକୁ ଦେଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ବେଆଇନ ସୈରାତରୁ କଳାପଥର ପରିବହନ ହେଉଥିବା ଖବର ପାଇ ତହସିଲଦାର ସ୍ବାଗତ କୁମାର ଦାସ, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ସଦଳବଳ ଚଢ଼ାଉ କରିବାକୁ ଯାଇଥିଲେ। ଚଢ଼େଇଧରା ଛକ ନିକଟରେ କଳାପଥର ବୋଝେଇ ହୋଇ ଆସୁଥିବା ଟ୍ରକ୍‌ଗୁଡିକୁ ଅଟକାଇ ୱାଇ ଫର୍ମ ଯାଞ୍ଚ କରିଥିଲେ। ଯାଞ୍ଚବେଳେ ୱାଇ ଫର୍ମଗୁଡ଼ିକ ନକଲି ବୋଲି ତହସିଲଦାର ଜାଣିବାକୁ ପାଇଥିଲେ। ଫଳରେ ତହସିଲଦାର ଓ ଟ୍ରକ୍‌ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ତହସିଲଦାର ଟ୍ରକ୍‌ ଚାଳକ ଅଲେଖ କରଣ ଓ ରାକେଶ କରଣକୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଘଟଣା ପ୍ରଚାର ହେବାପରେ ସ୍ଥାନୀୟ ଚାଳକ ସଂଘ କର୍ମକର୍ତ୍ତା ତହସିଲଦାର କ୍ଷମା ପ୍ରର୍ଥନା କରନ୍ତୁ ବୋଲି ଦାବି କରି ଚଣ୍ଡିଖୋଲ-ଡୁବୁରୀ ୫୩ ନଂ. ଜାତୀୟ ରାଜପଥରକୁ ଚଢ଼େଇଧରା ଉପରଛକ ନିକଟରେ ୨ ଘଣ୍ଟା ଧରି ଅବରୋଧ କରିଥିଲେ। ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ, ଚଣ୍ଡିଖୋଲ ଟ୍ରାଫିକ ଥାନାଧିକାରୀ ହୃଦାନନ୍ଦ ବେହେରା ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କିରବା ସହ ଘଟଣାର ଆପୋସ ସମାଧାନ ପାଇଁ ଚଢ଼େଇଧରାସ୍ଥିତ ବିଟ୍‌ ହାଉସକୁ ଡାକିଥିଲେ। ଫଳରେ ଚାଳକମାନେ ରାସ୍ତା ଅବରୋଧରୁ ହଟିଯାଇ ବିଟ୍‌ ହାଉସ ନିକଟରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ଏହାପରେ ଯାଜପୁର ରୋଡ୍‌ ଏସ୍‌ଡିପିଓ ଚିନ୍ମୟ ନାୟକ ଓ ଯାଜପୁର ଉପଜିଲାପାଳ ଶରତ ମହାପାତ୍ର ପହଞ୍ଚତ୍ଥିଲେ। ଉଭୟ ତହସିଲଦାରଙ୍କ ଉପସ୍ଥିତିରେ ଚାଳକମାନଙ୍କ ସହିତ ଆଲୋଚନା କରି ଘଟଣାର ଆପୋସ ସମାଧାନ କରିଥିଲେ। ଏହି ଘଟଣାରେ ତହସିଲ ପକ୍ଷରୁ ୮ ଗାଡ଼ି ଜବତ କରାଯାଇଛି। ସେଥିରୁ ୨ଟି ହାଇୱା ଚଢ଼େଇଧରା ବିଟ୍‌ ହାଉସରେ ଅଟକ ରଖାଯାଇଛି। ଅନ୍ୟ ୬ଟି ଗାଡ଼ି ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ରଖାଯାଇଛି। ଜବତ ଗାଡ଼ିଗୁଡ଼ିକରୁ ଜରିମାନା ଆଦାୟ କରାଯିବ ବୋଲି ତହସିଲଦାର କହିଛନ୍ତି। ଡ୍ରାଇଭରଙ୍କୁ ମାଡ଼ ମାରିବା ନେଇ ତହସିଲଦାରଙ୍କୁ ପଚାରିବାରେ ସେ କାହାକୁ ମାଡ଼ ମାରି ନ ଥିବା ପ୍ରକାଶ କରିଛନ୍ତି। ଜେନାପୁର ଥାନାଧିକାରୀ ଉମାକାନ୍ତ ନାୟକ କହିଛନ୍ତି, ଚାଳକ ନିଜ ଦୋଷ ଢାଙ୍କିବାକୁ ଏପରି କରିଛନ୍ତି। ତେବେ ସମସ୍ତଙ୍କ ଉପସ୍ଥିତିରେ ସମସ୍ୟାର ଆପୋସ ସମାଧାନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri