Posted inଫୁରସତ

ଅରୁଣସ୍ତମ୍ଭ ନିକଟରେ ରହିଥିଲା ତ୍ରିକାଳ ବନ୍ଦାପନା ମଣ୍ଡପ

ଆମେ ପୂର୍ବ ସଂଖ୍ୟାରେ ଆଲୋଚନା କରିଥିଲେ ‘ଧ୍ୱଜ ପଦ୍ମ ପ୍ରସଙ୍ଗ’। ପୋଥିରେ ଏହି ଶବ୍ଦ ‘ପଦ୍ମଧ୍ୱଜ’ ଭାବରେ ମଧ୍ୟ ବର୍ଣ୍ଣିତ ହୋଇଛି। ଅଧା ଫୁଟିଥିବା ପଦ୍ମଫୁଲ ଶବ୍ଦ ମଧ୍ୟ ‘ଖିଳପଦ୍ମ’ ଶବ୍ଦରେ ବର୍ଣ୍ଣିତ ହୋଇଥିବାର ମନେହୁଏ। କାରଣ କଳସ ନିର୍ମାଣର ଶେଷ ପର୍ଯ୍ୟାୟରେ ମହାରାଣୀ କସ୍ତୁରିକାମୋହିନୀ ଦେବୀ କୋଣାର୍କ ଆସିଥିଲେ। ସେ ସମ୍ପୂର୍ଣ୍ଣ କଳସ ନିର୍ମାଣକୁ ଦେଖି ବିଭୋର ହୋଇ ଯାଇଥିଲେ। ସେଥିରେ ଅର୍ଥାତ୍‌ ଖିଳପଦ୍ମ (କଳସ)ରେ ସୁବର୍ଣ୍ଣ ବ୍ୟବହାର ହେଉ ବୋଲି ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସୂତ୍ରଧର ଓ ନିର୍ମାଣଶିଳ୍ପୀ ଏଥିରେ ସହମତ ହୋଇ ନ ଥିଲେ।
ଖୁବ୍‌ ସତର୍କତାର ସହିତ ମହାରାଣୀଙ୍କୁ ବୁଝାଇବାକୁ ଚାହିଁଥିଲେ ‘ମହାଶ୍ରମ’ ଅନ୍ୟ ପ୍ରକାର ଆଦେଶ ଦେଇ ସାରିଛନ୍ତି। କେବଳ ‘ମାଣିକ୍ୟ’ ବ୍ୟବହାର ହେବ ବୋଲି ମହାଶ୍ରମଙ୍କ ଶେଷ ନିଷ୍ପତ୍ତି। ପଦ୍ମଧ୍ୱଜରେ ‘ସୁବର୍ଣ୍ଣ’ ଖଞ୍ଜାଯାଇପାରେ…। ମହାରାଣୀ ସମ୍ମତ ହେଲେ ‘ରାଜବଣିଆ’ଙ୍କୁ ଡାକିବା ପାଇଁ ଜଣେ ପାଇକ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇଥିଲେ। କୋଣାର୍କ ପଥରଖଳା ମଝିରେ ଏକ ‘ବଣିଆଶାଳ’ ସେତେବେଳେ କରାଯାଇଥିଲା।
ମୁଖ୍ୟ ମନ୍ଦିରରେ କଳସ ବସିବା ପୂର୍ବରୁ ଦଧିନଉତି ନିର୍ମାଣ କାର୍ଯ୍ୟ ସାରିଥିଲେ ରାମ ମହାପାତ୍ର ଓ ଗଦା ମହାପାତ୍ର। ଦଧିନଉତିରେ ମଧ୍ୟ ଏକ ନାଳୀରନ୍ଧ୍ର କରାଯାଇଥିଲା। ସେଥିରେ ଦୁର୍ମୂଲ୍ୟ ଧାତୁ ରହିବ ବାସ୍ତୁଶାସ୍ତ୍ରର ବ୍ୟବସ୍ଥା ଅନୁଯାୟୀ।
ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ତ୍ରୟୋଦଶୀଦିନ ‘କଳସ’ ଉଠିବ ଖପୁରି ଉପରକୁ। ଏହା ଥିଲା ମହାଶ୍ରମଙ୍କ ଆଦେଶ। କଳସରେ ନାଲି ପାଟକନା ଗୁଡ଼ାଇ ୨୨ଜଣ ପଥୁରିଆ କଳସକୁ ନେଇ ଖପୁରି ଉପରେ ପହଞ୍ଚାଇଥିଲେ। ସେମାନଙ୍କୁ ମଧ୍ୟ ନୂତନ ବସ୍ତ୍ର ପରିଧାନ କରି ନେବା ପାଇଁ ୨୨ ଖଣ୍ଡ ନାଲି ସିଲ୍‌କ ଧୋତି ଯୋଗାଇ ଦିଆଯାଇଥିଲା। ପ୍ରତ୍ୟେକ କାର୍ଯ୍ୟବେଳେ ଶୁଭ ମୁହୂର୍ତ୍ତ ଯେମିତି ଦେଖାଯାଉଥିଲା, ପବିତ୍ରତା ଓ ବିଧି ବ୍ୟବସ୍ଥା ପ୍ରତି ଟିକିନିଖି ନଜର ରଖାଯାଉଥିଲା। ମହାପାତ୍ରଙ୍କୁ ନେଇ କଳସ ଖଞ୍ଜିବା ପାଇଁ ଶୀର୍ଷକୁ ଯାଇଥିଲେ। ଅନ୍ୟମାନେ ତଳେ ରହି ହରିବୋଲ ଡାକଦେଇ ଉତ୍ସାହିତ କରୁଥାନ୍ତି। ଦଶଜଣ ବାଜା (ଢୋଲ) ବାଲା ବାଜା ବଜାଉଥାନ୍ତି। କିନ୍ତୁ ଜ୍ୟେଷ୍ଠ ପୂର୍ଣ୍ଣିମା ଯାଇ ଆଷାଢ଼ ଦ୍ୱିତୀୟା ହେଲା କଳସ ଖଞ୍ଜା ହୋଇପାରିଲା ନାହିଁ। ତିନିଦିନ ଅକ୍ଳାନ୍ତ ପରିଶ୍ରମ ପରେ ଶିବେଇ ସାମନ୍ତରା ଏକ ‘ଆକଟପତ୍ର’ ପଠାଇ ନିଜ ଗଁାକୁ ପାଲିଙ୍କିରେ ବସି ଚାଲିଗଲେ। ଆକଟପତ୍ର କହିଲେ ଗୁପ୍ତପତ୍ର। ମୁଦା ଲଫାପାରେ ଏବେ ଯେମିତି ଦିଆଯାଉଛି। ଏହା ଲଫାପାଟେ ଭିତରେ ଦିଆଯାଉ ନ ଥିଲା କି କାଗଜରେ ଲେଖାଯାଉ ନ ଥିଲା। ତାଳପତ୍ରରେ ଲେଖାଯାଇ ବାଉଁଶ ଭିତରେ ପୂରାଇ ମୁଦ ଦିଆଯାଇ ପଠାଯାଉଥିଲା। ଏହି ମୁଦ ବାଉଁଶକୁ ଜଣେ ସୁରକ୍ଷା କର୍ମୀ (ଧରସିଂହ) ଘୋଡ଼ାରେ ଯାଇ ବିଡ଼ାନସୀ ଉଆସରେ ପହଞ୍ଚାଇଥିଲେ। ସେହିଦିନଠାରୁ ମୁଖ୍ୟ ମନ୍ଦିର କାର୍ଯ୍ୟ ବନ୍ଦ ରହିଥିଲା।
ପଥୁରିଆ ଶିଳ୍ପୀ ଅନ୍ୟ କାମରେ ବ୍ୟସ୍ତ ରହିଲେ। ରାୟସିଂହ ନିର୍ମାଣକାର୍ଯ୍ୟ ଚାଲିଥିଲା। ସୂତ୍ରଧର ପୂର୍ବରୁ ଦେଇଥିତ୍ବା ଆଦେଶ ଅନୁସାରେ – ଘୋଡ଼ା ଉପରେ ବସି ସୁଆସମଲ୍ଲ ଯୁଦ୍ଧ କରୁଥିବା ଏକ ମୂର୍ତ୍ତିର ଶେଷ ସ୍ପର୍ଶ ଦିଆଗଲା। ବଡ଼ ଅଳସକନ୍ୟା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଲା। ଏହାକୁ ନିଧି ମହାରଣା କରୁଥା’ନ୍ତି। ଅରୁଣସ୍ତମ୍ଭ ନିକଟରେ ‘ତ୍ରିକାଳ ବନ୍ଦାପନା’ ମଣ୍ଡପର କାର୍ଯ୍ୟ ଆରମ୍ଭ ହୋଇଥିଲା। ମଣ୍ଡପରେ ଲାଗିବା ପାଇଁ ୨୪୦ଟି ନୃତ୍ୟ କରୁଥିବା ନାରୀମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଥିଲା। ଚାରୋଟି ଧାଡ଼ି ଖମ୍ବ ମଣ୍ଡପରେ ଲାଗିବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇଥିଲା। ଏହି ମଣ୍ଡପରେ ସନ୍ଧ୍ୟା, ସକାଳ ଓ ମଧ୍ୟାହ୍ନରେ ତିନିଥର ସୂର୍ଯ୍ୟଙ୍କୁ ବନ୍ଦାପନା କରାଯାଉଥିଲା।
ତେଣେ ମୂଳ ମନ୍ଦିର ଓ ମୁଖଶାଳା ପାଇଁ ମୂର୍ତ୍ତି ନିର୍ମାଣ ଆଗେଇ ଚାଲିଥିଲା। ଚାରୋଟି ପ୍ରେମମୟ ମୂର୍ତ୍ତି ରାମ ମହାରଣା ନିର୍ମାଣ କରୁଥିବାବେଳେ ନାରାୟଣ ମହାରଣା ମୁଖଶାଳାରେ ଦଶଟି ବନ୍ଧ ମୂର୍ତ୍ତି ପ୍ରସ୍ତୁତ କରୁଥା’ନ୍ତି। ବିଶି ମହାରଣା ମଧ୍ୟ ମୁଖ୍ୟ ମନ୍ଦିର ପାଇଁ ବନ୍ଧ ମୂର୍ତ୍ତି ନିର୍ମାଣ କରିଥିଲେ। ଏକା ସମୟରେ ବନ୍ଦାପନା ମଣ୍ଡପର ପୀଢ଼, ମନ୍ଦିରର ପଶ୍ଚିମପଟୁ ବାଲି ଅପସାରଣ, ବିଜେ ପ୍ରତିମାଙ୍କ ପାଇଁ କାଠର ପାଲିଙ୍କି, ନାଟମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲିଥିଲା। ବାଲି ଅପସାରଣ ପାଇଁ ହାତୀଙ୍କୁ ବ୍ୟବହାର କରାଯାଉଥିଲା।
ସେହିବର୍ଷ ଦଶହରା ବେଳକୁ ବନ୍ଦାପନା ମଣ୍ଡପରେ ଚାରୋଟି ସିଂହ ବସି ସାରିଥିଲେ। ବାସୁ ମହାରଣା ମଣ୍ଡପର ପଦ୍ମପିଣ୍ଡି ଓ ଅଁଳାଶ୍ରୀ ସମାପ୍ତ କରି ସୂତ୍ରଧରଙ୍କୁ ହସ୍ତାନ୍ତର କରିସାରିଥିଲେ। ଦଶହରାଦିନ କାମ ବନ୍ଦ ରହିଲା। ସମସ୍ତଙ୍କ ପାଇଁ ଭୋଜିର ଆୟୋଜନ ହୋଇଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri