Posted inଫୁରସତ

ଅରୁଣସ୍ତମ୍ଭ ନିକଟରେ ରହିଥିଲା ତ୍ରିକାଳ ବନ୍ଦାପନା ମଣ୍ଡପ

ଆମେ ପୂର୍ବ ସଂଖ୍ୟାରେ ଆଲୋଚନା କରିଥିଲେ ‘ଧ୍ୱଜ ପଦ୍ମ ପ୍ରସଙ୍ଗ’। ପୋଥିରେ ଏହି ଶବ୍ଦ ‘ପଦ୍ମଧ୍ୱଜ’ ଭାବରେ ମଧ୍ୟ ବର୍ଣ୍ଣିତ ହୋଇଛି। ଅଧା ଫୁଟିଥିବା ପଦ୍ମଫୁଲ ଶବ୍ଦ ମଧ୍ୟ ‘ଖିଳପଦ୍ମ’ ଶବ୍ଦରେ ବର୍ଣ୍ଣିତ ହୋଇଥିବାର ମନେହୁଏ। କାରଣ କଳସ ନିର୍ମାଣର ଶେଷ ପର୍ଯ୍ୟାୟରେ ମହାରାଣୀ କସ୍ତୁରିକାମୋହିନୀ ଦେବୀ କୋଣାର୍କ ଆସିଥିଲେ। ସେ ସମ୍ପୂର୍ଣ୍ଣ କଳସ ନିର୍ମାଣକୁ ଦେଖି ବିଭୋର ହୋଇ ଯାଇଥିଲେ। ସେଥିରେ ଅର୍ଥାତ୍‌ ଖିଳପଦ୍ମ (କଳସ)ରେ ସୁବର୍ଣ୍ଣ ବ୍ୟବହାର ହେଉ ବୋଲି ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସୂତ୍ରଧର ଓ ନିର୍ମାଣଶିଳ୍ପୀ ଏଥିରେ ସହମତ ହୋଇ ନ ଥିଲେ।
ଖୁବ୍‌ ସତର୍କତାର ସହିତ ମହାରାଣୀଙ୍କୁ ବୁଝାଇବାକୁ ଚାହିଁଥିଲେ ‘ମହାଶ୍ରମ’ ଅନ୍ୟ ପ୍ରକାର ଆଦେଶ ଦେଇ ସାରିଛନ୍ତି। କେବଳ ‘ମାଣିକ୍ୟ’ ବ୍ୟବହାର ହେବ ବୋଲି ମହାଶ୍ରମଙ୍କ ଶେଷ ନିଷ୍ପତ୍ତି। ପଦ୍ମଧ୍ୱଜରେ ‘ସୁବର୍ଣ୍ଣ’ ଖଞ୍ଜାଯାଇପାରେ…। ମହାରାଣୀ ସମ୍ମତ ହେଲେ ‘ରାଜବଣିଆ’ଙ୍କୁ ଡାକିବା ପାଇଁ ଜଣେ ପାଇକ ପୁରୁଷୋତ୍ତମ କ୍ଷେତ୍ରକୁ ଯାଇଥିଲେ। କୋଣାର୍କ ପଥରଖଳା ମଝିରେ ଏକ ‘ବଣିଆଶାଳ’ ସେତେବେଳେ କରାଯାଇଥିଲା।
ମୁଖ୍ୟ ମନ୍ଦିରରେ କଳସ ବସିବା ପୂର୍ବରୁ ଦଧିନଉତି ନିର୍ମାଣ କାର୍ଯ୍ୟ ସାରିଥିଲେ ରାମ ମହାପାତ୍ର ଓ ଗଦା ମହାପାତ୍ର। ଦଧିନଉତିରେ ମଧ୍ୟ ଏକ ନାଳୀରନ୍ଧ୍ର କରାଯାଇଥିଲା। ସେଥିରେ ଦୁର୍ମୂଲ୍ୟ ଧାତୁ ରହିବ ବାସ୍ତୁଶାସ୍ତ୍ରର ବ୍ୟବସ୍ଥା ଅନୁଯାୟୀ।
ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ତ୍ରୟୋଦଶୀଦିନ ‘କଳସ’ ଉଠିବ ଖପୁରି ଉପରକୁ। ଏହା ଥିଲା ମହାଶ୍ରମଙ୍କ ଆଦେଶ। କଳସରେ ନାଲି ପାଟକନା ଗୁଡ଼ାଇ ୨୨ଜଣ ପଥୁରିଆ କଳସକୁ ନେଇ ଖପୁରି ଉପରେ ପହଞ୍ଚାଇଥିଲେ। ସେମାନଙ୍କୁ ମଧ୍ୟ ନୂତନ ବସ୍ତ୍ର ପରିଧାନ କରି ନେବା ପାଇଁ ୨୨ ଖଣ୍ଡ ନାଲି ସିଲ୍‌କ ଧୋତି ଯୋଗାଇ ଦିଆଯାଇଥିଲା। ପ୍ରତ୍ୟେକ କାର୍ଯ୍ୟବେଳେ ଶୁଭ ମୁହୂର୍ତ୍ତ ଯେମିତି ଦେଖାଯାଉଥିଲା, ପବିତ୍ରତା ଓ ବିଧି ବ୍ୟବସ୍ଥା ପ୍ରତି ଟିକିନିଖି ନଜର ରଖାଯାଉଥିଲା। ମହାପାତ୍ରଙ୍କୁ ନେଇ କଳସ ଖଞ୍ଜିବା ପାଇଁ ଶୀର୍ଷକୁ ଯାଇଥିଲେ। ଅନ୍ୟମାନେ ତଳେ ରହି ହରିବୋଲ ଡାକଦେଇ ଉତ୍ସାହିତ କରୁଥାନ୍ତି। ଦଶଜଣ ବାଜା (ଢୋଲ) ବାଲା ବାଜା ବଜାଉଥାନ୍ତି। କିନ୍ତୁ ଜ୍ୟେଷ୍ଠ ପୂର୍ଣ୍ଣିମା ଯାଇ ଆଷାଢ଼ ଦ୍ୱିତୀୟା ହେଲା କଳସ ଖଞ୍ଜା ହୋଇପାରିଲା ନାହିଁ। ତିନିଦିନ ଅକ୍ଳାନ୍ତ ପରିଶ୍ରମ ପରେ ଶିବେଇ ସାମନ୍ତରା ଏକ ‘ଆକଟପତ୍ର’ ପଠାଇ ନିଜ ଗଁାକୁ ପାଲିଙ୍କିରେ ବସି ଚାଲିଗଲେ। ଆକଟପତ୍ର କହିଲେ ଗୁପ୍ତପତ୍ର। ମୁଦା ଲଫାପାରେ ଏବେ ଯେମିତି ଦିଆଯାଉଛି। ଏହା ଲଫାପାଟେ ଭିତରେ ଦିଆଯାଉ ନ ଥିଲା କି କାଗଜରେ ଲେଖାଯାଉ ନ ଥିଲା। ତାଳପତ୍ରରେ ଲେଖାଯାଇ ବାଉଁଶ ଭିତରେ ପୂରାଇ ମୁଦ ଦିଆଯାଇ ପଠାଯାଉଥିଲା। ଏହି ମୁଦ ବାଉଁଶକୁ ଜଣେ ସୁରକ୍ଷା କର୍ମୀ (ଧରସିଂହ) ଘୋଡ଼ାରେ ଯାଇ ବିଡ଼ାନସୀ ଉଆସରେ ପହଞ୍ଚାଇଥିଲେ। ସେହିଦିନଠାରୁ ମୁଖ୍ୟ ମନ୍ଦିର କାର୍ଯ୍ୟ ବନ୍ଦ ରହିଥିଲା।
ପଥୁରିଆ ଶିଳ୍ପୀ ଅନ୍ୟ କାମରେ ବ୍ୟସ୍ତ ରହିଲେ। ରାୟସିଂହ ନିର୍ମାଣକାର୍ଯ୍ୟ ଚାଲିଥିଲା। ସୂତ୍ରଧର ପୂର୍ବରୁ ଦେଇଥିତ୍ବା ଆଦେଶ ଅନୁସାରେ – ଘୋଡ଼ା ଉପରେ ବସି ସୁଆସମଲ୍ଲ ଯୁଦ୍ଧ କରୁଥିବା ଏକ ମୂର୍ତ୍ତିର ଶେଷ ସ୍ପର୍ଶ ଦିଆଗଲା। ବଡ଼ ଅଳସକନ୍ୟା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଲା। ଏହାକୁ ନିଧି ମହାରଣା କରୁଥା’ନ୍ତି। ଅରୁଣସ୍ତମ୍ଭ ନିକଟରେ ‘ତ୍ରିକାଳ ବନ୍ଦାପନା’ ମଣ୍ଡପର କାର୍ଯ୍ୟ ଆରମ୍ଭ ହୋଇଥିଲା। ମଣ୍ଡପରେ ଲାଗିବା ପାଇଁ ୨୪୦ଟି ନୃତ୍ୟ କରୁଥିବା ନାରୀମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇଥିଲା। ଚାରୋଟି ଧାଡ଼ି ଖମ୍ବ ମଣ୍ଡପରେ ଲାଗିବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇଥିଲା। ଏହି ମଣ୍ଡପରେ ସନ୍ଧ୍ୟା, ସକାଳ ଓ ମଧ୍ୟାହ୍ନରେ ତିନିଥର ସୂର୍ଯ୍ୟଙ୍କୁ ବନ୍ଦାପନା କରାଯାଉଥିଲା।
ତେଣେ ମୂଳ ମନ୍ଦିର ଓ ମୁଖଶାଳା ପାଇଁ ମୂର୍ତ୍ତି ନିର୍ମାଣ ଆଗେଇ ଚାଲିଥିଲା। ଚାରୋଟି ପ୍ରେମମୟ ମୂର୍ତ୍ତି ରାମ ମହାରଣା ନିର୍ମାଣ କରୁଥିବାବେଳେ ନାରାୟଣ ମହାରଣା ମୁଖଶାଳାରେ ଦଶଟି ବନ୍ଧ ମୂର୍ତ୍ତି ପ୍ରସ୍ତୁତ କରୁଥା’ନ୍ତି। ବିଶି ମହାରଣା ମଧ୍ୟ ମୁଖ୍ୟ ମନ୍ଦିର ପାଇଁ ବନ୍ଧ ମୂର୍ତ୍ତି ନିର୍ମାଣ କରିଥିଲେ। ଏକା ସମୟରେ ବନ୍ଦାପନା ମଣ୍ଡପର ପୀଢ଼, ମନ୍ଦିରର ପଶ୍ଚିମପଟୁ ବାଲି ଅପସାରଣ, ବିଜେ ପ୍ରତିମାଙ୍କ ପାଇଁ କାଠର ପାଲିଙ୍କି, ନାଟମୂର୍ତ୍ତି ଖୋଦେଇ କାର୍ଯ୍ୟ ଚାଲିଥିଲା। ବାଲି ଅପସାରଣ ପାଇଁ ହାତୀଙ୍କୁ ବ୍ୟବହାର କରାଯାଉଥିଲା।
ସେହିବର୍ଷ ଦଶହରା ବେଳକୁ ବନ୍ଦାପନା ମଣ୍ଡପରେ ଚାରୋଟି ସିଂହ ବସି ସାରିଥିଲେ। ବାସୁ ମହାରଣା ମଣ୍ଡପର ପଦ୍ମପିଣ୍ଡି ଓ ଅଁଳାଶ୍ରୀ ସମାପ୍ତ କରି ସୂତ୍ରଧରଙ୍କୁ ହସ୍ତାନ୍ତର କରିସାରିଥିଲେ। ଦଶହରାଦିନ କାମ ବନ୍ଦ ରହିଲା। ସମସ୍ତଙ୍କ ପାଇଁ ଭୋଜିର ଆୟୋଜନ ହୋଇଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri