ସାତକୋଶିଆ କ୍ଷତ ଦେଖିଲେ ଟ୍ରିବ୍ୟୁନାଲ

ଅନୁଗୋଳ ଅଫିସ,୨୫ା୫: ଛତିଶଗଡ଼ ସରକାର ଏକପାଖିଆ ଭାବେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଓଡ଼ିଶାର ଜୀବନରେଖା ମହାନଦୀରେ ଜଳ ପ୍ରଭାବ କିଭଳି ସାଂଘାତିକ ଭାବେ ହ୍ରାସପାଇଛି, ବୁଧବାର ତାହା ଅନୁଧ୍ୟାନ କରିଛନ୍ତି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଟିମ୍‌। ଜୈବ ବିବିଧତାରେ ଭରପୂର ସାତକୋଶିଆ ଗଣ୍ଡ ଅଣମୌସୁମୀ ସମୟରେ ଶୁଖିଲା ପଡ଼ିଥିବାବେଳେ ଏହାର କ୍ଷତକୁ ନିକଟରୁ ଦେଖିଛନ୍ତି। ଏହି ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସମସ୍ୟା ସମ୍ପର୍କରେ ଟ୍ରିବ୍ୟୁନାଲଙ୍କ ନିକଟରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।
ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ତଥା ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଏ.ଏମ୍‌. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ୪୮ ଜଣିଆ ଟିମ୍‌ ଅନୁଗୋଳ ଜିଲା ସାତକୋଶିଆରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥଳ ଭାଗରେ ଯାଇଥିବା ଟିମ୍‌ ୧୨ଟା୧୫ରୁ ସାଢ଼େ ୧୨ଟା ମଧ୍ୟରେ ସାତକୋଶିଆରେ ପହଞ୍ଚତ୍ଲେ। ଜଷ୍ଟିସ୍‌ ଖାନୱିଲକରଙ୍କ ସହିତ ଆସିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରମିତ କୌର୍‌ କୋଚରଙ୍କ ସମେତ ୮ ଜଣ ହେଲିକପ୍ଟରରେ ବୁର୍ଲାରୁ ପୂର୍ବାହ୍ନ ସାଢ଼େ ୧୦ଟାରୁ ଉଡ଼ାଣ ଭରିଥିଲେ। ସେମାନେ ଆକାଶମାର୍ଗରୁ ବୁର୍ଲାଠାରୁ ଅନୁଗୋଳ ପର୍ଯ୍ୟନ୍ତ ପ୍ରବାହିତ ମହାନଦୀ ଜଳପ୍ରବାହ ଅନୁଧ୍ୟାନ କରିଥିଲେ। କେଉଁ ଅଞ୍ଚଳରେ କେତେ ପାଣି ରହିଛି, କେତେ ଶୁଖିଲା ପଡ଼ିଛି, କେଉଁ ଅଞ୍ଚଳରେ ଡ୍ୟାମ୍‌ ନିର୍ମାଣ କରାଯାଇଛି ସେସବୁର ସ୍ଥିତି ପରଖିଥିଲେ। ସାତକୋଶିଆରେ ହେଲିକପ୍ଟର ଅବତରଣ କରିବା ପରେ ମଧ୍ୟାହ୍ନ ୧୨ଟା ୧୫ରୁ ୧ଟା ମଧ୍ୟରେ ଟ୍ରିବ୍ୟୁନାଲ ଟିମ୍‌ ସଦସ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ। ସାମୟିକ ବିଶ୍ରାମ ପରେ ୩ଟି ବୋଟ୍‌ରେ ସାତକୋଶିଆ ଗଣ୍ଡ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଶୁଖିଲା ପଡ଼ିଥିବା ସ୍ଥାନକୁ ମଧ୍ୟ ବୋଟ ନେଇ ଯାଇଥିଲେ। ପୂର୍ବରୁ ସେଠାରେ କେତେ ପାଣି ରହୁଥିଲା, ଏବେ କେତେ ପରିମାଣରେ ଜଳ ରହୁଛି ତାହା ଅନୁଧ୍ୟାନ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଏହି ଅବସରରେ ଟିମ୍‌ ସଦସ୍ୟମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସୁନାଖଣିଆରେ ଡ୍ୟାମ୍‌ ପାଇଁ କରିଥିବା ଶିଳାନ୍ୟାସ ସ୍ଥଳ ପରିଦର୍ଶନ କରିଥିଲେ। କେଉଁ କାରଣରୁ ଡ୍ୟାମ୍‌ କାର୍ଯ୍ୟ ଅଟକିଛି ବୋଲି ପ୍ରଶାସନିକ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଗଣ୍ଡ ଉପରେ ସମ୍ପୂର୍ଣ୍ଣ ସାତକୋଶିଆର ଜୈବବିବିଧତା ନିର୍ଭର କରୁଛି। ବିଭିନ୍ନ ପ୍ରଜାତିର ପଶୁପକ୍ଷୀ, ବୃକ୍ଷରାଜି, ଘଡ଼ିଆଳ କୁମ୍ଭୀର ଏହି ଗଣ୍ଡର ପାଣି ପାଇଁ ଜୀବନ ପାଇଛନ୍ତି। ପାଣି ପ୍ରବାହ କମିବା ପରେ ଅଭୟାରଣ୍ୟ କେତେ ମାତ୍ରାରେ ପ୍ରଭାବିତ ହୋଇଛି ଏବଂ ଜୈବ ବିବିଧତା ଉପରେ କିଭଳି ପ୍ରଭାବ ପକାଇଛି, ଟ୍ରିବ୍ୟୁନାଲ ଟିମ୍‌ ତାହା ମଧ୍ୟ ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ସାତକୋଶିଆରେ ଥିବା ଘଡ଼ିଆଳ ପ୍ରଜନନ କେନ୍ଦ୍ର ପରିଦର୍ଶନ ବେଳେ କୁମ୍ଭୀର ବଂଶ ବିସ୍ତାର ସମସ୍ୟା ପ୍ରସଙ୍ଗ ଉଠାଇଥିଲେ। ଗଣ୍ଡ ଶୁଖିଲା ରହୁଥିବାରୁ କୁମ୍ଭୀରଙ୍କ ପ୍ରଜନନ ପ୍ରଭାବିତ ହେଉଛି କି ନାହିଁ ସେବାବଦରେ ବିସ୍ତୃତ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ। ଉକ୍ତ ଟିମ୍‌ରେ ଆସିଥିବା ରେଜିଷ୍ଟ୍ରାର, ୨ ଆସେସର୍‌, ଉଭୟ ରାଜ୍ୟର ବରିଷ୍ଠ ଜଳ ସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ ସ୍ଥିତି ପରଖିଥିଲେ। ସେମାନଙ୍କ ସହ ଓଡ଼ିଶା ଏବଂ ଛତିଶଗଡ଼ର ସଚିବସ୍ତରୀୟ ଅଧିକାରୀ ଏବଂ ପ୍ରତିନିଧି ଉପସ୍ଥିତ ଥିଲେ। ପରେ ୧୦ ଜଣିଆ ଟିମ୍‌ ରୁଦ୍ଧଦ୍ୱାର ବୈଠକ କରିବା ପରେ ଅପରାହ୍ନ ୪ଟା ୪୫ ବେଳକୁ ଟ୍ରିବ୍ୟୁନାଲ୍‌ ଟିମ୍‌ ସଦସ୍ୟ ବୁର୍ଲା ଅଭିମୁଖେ ଫେରିଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌ଡିସି ସୁରେଶ ଚନ୍ଦ୍ର ଦଳେଇ, ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ସାତକୋଶିଆରେ ପ୍ରଥମ ଥର ହେଲିକପ୍ଟର ଅବତରଣ କରିଥିବାରୁ ଏହାକୁ ଦେଖିବା ଲାଗି ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ଟ୍ରିବ୍ୟୁନାଲ ଟିମ୍‌ ସଦସ୍ୟଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲା ପୋଲିସ ପକ୍ଷରୁ ଜଣେ ଅତିରିକ୍ତ ଏସ୍‌ପି, ୨ ଡିଏସ୍‌ପି, ୯ ଇନ୍ସପେକ୍ଟର, ୫ ଏସ୍‌ଆଇ, ୧୦ ଏଏସ୍‌ଆଇଙ୍କ ସମେତ ୬ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri