Posted inଫୁରସତ

କଠିନ ପରିଶ୍ରମ ଭିତରେ ପ୍ରେମର ଧାରା ହଜିଯାଇ ନ ଥିଲା

ପୂର୍ବ ସଂଖ୍ୟାରେ ଆମେ ସୂଚନା ଦେଇଥିଲୁ ମନ୍ଦିର ନିର୍ମାଣ ସମୟରେ ବିଶୃଙ୍ଖଳାକୁ ବରଦାସ୍ତ କରାଯାଉ ନ ଥିଲା। ଭଲ କାମରେ ପୁରସ୍କାର ଓ ସମ୍ମାନ, ଶୃଙ୍ଖଳା ଭଙ୍ଗରେ ଦଣ୍ଡ ବି ଦିଆଯାଉଥିଲା। ଗଜପତିଙ୍କ ସେନାପତିମାନେ ନିର୍ମାଣ ଦାୟିତ୍ୱରେ ରହିଥିବାର ଇତିହାସ ମିଳୁଛି। ସେନାପତିଙ୍କର ଏକ ଉପାଧି ଥିଲା ‘ସହସ୍ର ମଲ୍ଲ’। ସହସ୍ର ମଲ୍ଲ ପରମର୍ଦ୍ଦିଦେବଙ୍କ ନାମ ପୋଥି ଲିଖନ କାଳରେ ସାମାନ୍ୟ ଏପଟସେପଟ ହୋଇଯିବାର କେବେ କେମିତି ଲକ୍ଷ୍ୟ କରାଯାଏ। ଏପଟସେପଟ ହୋଇ ଯାଇଥିବା ସେଇ ନାମ ଗତ ସଂଖ୍ୟାରେ ଶୀର୍ଷକରେ ସ୍ଥାନ ପାଇଯାଇଥିଲା।
ଏଥର ଆମେ ବିଶୃଙ୍ଖଳା ଭିଆଇଥିବା ଓ ଦଣ୍ଡ ପାଇଥିବା ଦୁଇଟି ଘଟଣାକୁ ଆଲୋଚନା କରିବା। ଏହି ଆଲୋଚନାରୁ ଆମେ ଜାଣିବା ମନ୍ଦିର ନିର୍ମାଣ ସମୟରେ ଶିଳ୍ପୀମାନଙ୍କ ମଧ୍ୟରେ ରହିଥିବା ଦରଦୀ ହୃଦୟର ଆପଣାପଣିଆର କଥା। ସହାବସ୍ଥାନରେ ସହଯୋଗ କରିବା ହେଉଛି ମଣିଷପଣିଆର ଅକୁହା ଆବେଦନ। ଶିଳ୍ପୀ ହୁଅନ୍ତୁ କି ଶ୍ରମିକ ହୁଅନ୍ତୁ, ନିର୍ମାଣଶାଳାରେ ସମସ୍ତେ ଶୃଙ୍ଖଳାରେ ବନ୍ଧା। କାହାକୁ କିଛି ନ କହି ଥରେ ଭୀମ ମହାରଣା ଓ ନାରୀ ପଥୁରିଆଣି ସୁଖି ମହାରଣା ବିନା ଛୁଟିରେ କୋଣାର୍କରୁ ପୁରୀ ଚାଲିଆସିଥିଲେ। ବଳଶ୍ରୀଙ୍କ ନଜରକୁ କଥା ଆସିଲା। ଭବିଷ୍ୟତରେ ଏପରି ବିଶୃଙ୍ଖଳାକୁ ପ୍ରତିହତ କରିବା ପାଇଁ ଚିନ୍ତା କଲେ। ଚାରିଜଣ ଜଗୁଆଳିଙ୍କୁ ପୁରୀ ଆଡ଼କୁ ପଠାଇଲେ। ବାଟରେ ତାଙ୍କୁ ଗିରଫ କରାଗଲା। ବିଡ଼ାନାସୀଠାରେ ଥିବା ବନ୍ଦିଶାଳାକୁ ପଠାଇ ଦେଇଥିଲେ। ପରେ ସେମାନେ କ୍ଷମା ମାଗି ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ। ସେପରି ବିଶୃଙ୍ଖଳା କାର୍ଯ୍ୟ ସରିବା ପର୍ଯ୍ୟନ୍ତ ଆଉ ଘଟି ନାହିଁ।
ଆଉ ଏକ ପ୍ରେମ ଘଟଣା ବି ଘଟିଥିଲା। ବଳଶ୍ରୀ ତାହାର ସମାଧାନ କରିଥିଲେ। ସୁନି ଓ ସମନାଥଙ୍କର ଏହା ଥିଲା ବହୁଚର୍ଚ୍ଚିତ ଘଟଣା। କେବଳ ପଦ୍ମତୋଳା ଗଣ୍ଡର ଚାରିପଟେ ନିର୍ମାଣଶାଳାରେ ଏହି ଘଟଣା ସୀମିତ ନ ଥିଲା। ଚାରି ଶିଳ୍ପୀ ଶିବିରରେ ବି ଚର୍ଚ୍ଚା ରୋଚକ ରୂପ ଧାରଣ କରିଥିଲା। ସୁନି ଥିଲା ମହିଳା ଶ୍ରମିକ। ଆଉ ସମନାଥ ପୁରୁଷ ପାଇଟିଆଳ। ଦୁହେଁ ଯୁବକ ଯୁବତୀ ଥିଲେ। ଅବିବାହିତ ମଧ୍ୟ। ସୁନିକୁ ନେଇ ସମନାଥ ଅନେକ ସ୍ବପ୍ନ ଦେଖିଥିଲା। ସୁନି ବି ନିଜକୁ ସଅଁପି ଦେଇଥିଲା ସମନାଥ ପାଖରେ। ଦିନେ ଏକ ଦୁର୍ବଳ ମୁହୂର୍ତ୍ତରେ ଅଘଟଣ ଘଟିଲା। ତୋଫା ଜହ୍ନରାତିରେ ସୁ ସୁ ଗର୍ଜୁଥିବା ଝାଉଁବଣରେ ଦୁହେଁ ଏକାଠି ହେଲେ। ସୁନି ଯେବେ ଜାଣିଲା ସେ ମାଆ ହେବାକୁ ଯାଉଛି… ଚୁପ୍‌ ଚୁପ୍‌ କାମ କଲାବେଳେ ସମନାଥକୁ କହିଲା। ଦୁହେଁ ରାତିରେ ନିଜ ନିଜ ଶିବିର ଛାଡ଼ି ଚାଲିଯିବାକୁ ବସିଥିଲେ। ଜଗୁଆଳ ବକୁ ସେମାନେ ଲୁଚି ଲୁଚି ଯାଉଥିବାର ଜାଣି ପଛେ ପଛେ ଗଲା। ଠିକ୍‌ ଗୋପ ଗଁା ପାଖରେ ତାଙ୍କୁ ଧରିଲା। କାରଣ ପଚାରି ଜାଣିଲା। ସାଙ୍ଗରେ ଫେରେଇ ଆଣିଲା। କଥା ପହଞ୍ଚତ୍ଲା ବଳଶ୍ରୀଙ୍କ ପାଖରେ। ବଳଶ୍ରୀ ପଚାରିଲେ- ସମନାଥ! ଯାହା ଶୁଣୁଛି ତାହା କ’ଣ ସତ୍ୟ? ସମନାଥ ନିର୍ଭୀକ ଭାବରେ କହିଲା- ହଜୁର! ସତ୍ୟ। ମୁଁ ତାକୁ ଭାରିଯା ରୂପେ ଗ୍ରହଣ କରିବାକୁ ଚାହୁଁଛି। ତା’ର ମଧ୍ୟ ସେୟା ଇଚ୍ଛା। ସେ ମୋ ପାଖରେ ରହିବ କହୁଛି।
ବଳଶ୍ରୀ କହିଲେ- ଭଲ କଥା। ତୁମେ ଦୁହେଁ ଦୁହିଁଙ୍କୁ ବୁଝିଛ। ତମର ବୁଝାମଣା ହେଇଛି। ତାହା ଅଙ୍ଗୀକାରପତ୍ରରେ ଲିପିବଦ୍ଧ ହେବ। ସମନାଥ ରାଜି ହେଲା। ଅଙ୍ଗୀକାର ପତ୍ରରେ ସ୍ବୀକୃତି ଦେଲା- ସୁନିର ଦାୟିତ୍ୱ ସେ ଜୀବନ ସାରା ନେବ।
ଅଙ୍ଗୀକାର ପତ୍ର ଲେଖିଦେବା ପରେ ସେ ଘଟଣା ସେଇଠି ସମାପ୍ତ ହେଲା। ଦୁହେଁ ମନ୍ଦିର ନିର୍ମାଣ କାର୍ଯ୍ୟରେ ପୂର୍ବ ପରି ଯୋଗଦେଲେ। ସେମାନଙ୍କୁ କାମ କରିବା ପାଇଁ ଯୋଗ୍ୟ ବୋଲି ଘୋଷଣା କଲେ ବଳଶ୍ରୀ।
ସମସ୍ତ ଭଣ୍ଡାରର ହିସାବପତ୍ର ବଳଶ୍ରୀ ବୁଝୁଥିଲେ। ହିସାବ ଦାୟିତ୍ୱ ଥିଲା ବୀରବର ପଟ୍ଟନାୟକଙ୍କ ଉପରେ। ସେ ଟିକିନିଖି ହିସାବ ଦେଇଥିଲେ। ଭଣ୍ଡାରରେ ଧାନ, ବିରି ଓ ମୁଗ କେତେ ଅଛି। ବିଭିନ୍ନ କାଠବାକ୍ସରେ କ’ଣ କ’ଣ ରହିଛି। ଲୁହା ସାମଗ୍ରୀ ଭଣ୍ଡାର, କାଠ ଭଣ୍ଡାର, ପଥର କେତେ ବଳକା ଅଛି, କାମ ପାଇଁ କେତେ ପଥର ଦିଆଯାଇଛି। ସୂତ୍ରଧରଙ୍କ ଶିବିର, ଦେଉଳି ଶିବିର, ବସାଉଠାଘର, ରୋଷେଇଘର, ମହାଶ୍ରମଙ୍କ ଶିବିର, ରୂପାଶଗଡ଼ ଶିବିର, ରୂପା ଶଗଡ଼ ଭଣ୍ଡାର, ମହନ୍ତ ବେଣୁଧର ଦାସଙ୍କ ମଠର ସମସ୍ତ ହିସାବ ଦେବାପରେ କେଉଁଠୁ କ’ଣ କ’ଣ ଏ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ ପାଇଁ ଆସିଛି ତା’ର ମଧ୍ୟ ହିସାବ ବଳଶ୍ରୀଙ୍କ ପାଖରେ ଦାଖଲ କରିଥିଲେ। ଏହି ପ୍ରସଙ୍ଗରେ ବଳଶ୍ରୀଙ୍କ ପରିଚୟ ମିଳେ। ତାଙ୍କ ନାମ ଲେଖାଯାଇଛି- ସାମନ୍ତ ପରମର୍ଦ୍ଦି ସୁଆସମଲ୍ଲ ବଳଶ୍ରୀ ଭୋଗିକ ସଦ୍ଦି। ଏଥିରୁ ଜଣାଯାଉଛି ସୁଆସମଲ୍ଲ ଏକ ରାଜ ଉପାଧି ଥିଲା। ଯେଉଁମାନେ ସୈନ୍ୟବାହିନୀରେ ସେନାପତି ଭାବରେ କାମ କରୁଥିଲେ। ବଳଶ୍ରୀ ଯେତେବେଳେ ମନ୍ଦିର କାର୍ଯ୍ୟ ତଦାରଖ କରିବାକୁ ଆସିପାରି ନାହାନ୍ତି ସେତେବେଳେ ଆଉ ଜଣେ ସୁଆସମଲ୍ଲ ଆସିଛନ୍ତି ଗଜପତିଙ୍କ ଆଦେଶରେ। ସେ ହେଲେ ସୁଆସମଲ୍ଲ ବୀରବର ବାସୁବଳେନ୍ଦ୍ର ନରେନ୍ଦ୍ର। ସେ ଆସି କୋଣାର୍କରେ ରହିଥିଲେ। ତାଙ୍କରି ଉପସ୍ଥିତିରେ ୨ଟି ପ୍ରସ୍ତରଘୋଡ଼ା ଦକ୍ଷିଣପଟ ପୀଠ ଉପରେ ଖଞ୍ଜାଯାଇଥିଲା।
ନିର୍ମାଣ କାଳରେ ଦୁଇଟି ଅଘଟଣ ଉଲ୍ଲେଖଯୋଗ୍ୟ। ଶିଳ୍ପୀ ମୁକୁନ୍ଦ ମହାପାତ୍ରଙ୍କର ନିମୋନିଆରେ ଦେହାନ୍ତ ଓ ତାଙ୍କ ପରିବାରକୁ କିପରି ସାହାଯ୍ୟ କରାଯାଇଥିଲା ପୂର୍ବରୁ ଆମେ ଲେଖିଥିଲୁ। ସୁଆସମଲ୍ଲ ବଳଶ୍ରୀ କୋଣାର୍କରେ ଥିବାବେଳେ ଆଉ ଏକ ଅଘଟଣ ଘଟିଥିଲା। ଅକ୍ଷୟ ତୃତୀୟାରେ ମନ୍ଦିରର ଉତ୍ତରପଟେ ଯଜ୍ଞ ହୋଇଥିଲା। ଯଜ୍ଞ ଆରମ୍ଭ ଦିନ ଯୋଗୀ ମହାପାତ୍ର ଫାଶୀକାଠ ଭାରା ଉପରୁ ଗୋଡ଼ ଖସିଯିବାରୁ ପଡ଼ିଯାଇଥିଲେ। ପୋଥିରେ ଲେଖା ହୋଇଛି- ”ହରି ଛାଡ଼ିଗଲେ“ ବଳଶ୍ରୀ ନିଜେ ହାତରୁ ଏକମାଢ଼ ସୁନାଦେଇ ଦାହ ସଂସ୍କାର କରାଇଥିଲେ। ସେହିଦିନ ଶିଳ୍ପୀମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦିଆଯାଇଥିଲା। ଶିଳ୍ପୀମାନେ ୧୨୨ ମାଢ଼ ସୁନା ଗ୍ରହଣ କରିଥିଲେ। ଆଶ୍ଚର୍ଯ୍ୟ କଥା ସେଥିରୁ ୧୦୦ ମାଢ଼ ସୁନା ସେମାନେ ଯୋଗୀ ମହାରଣା ପରିବାରକୁ ଦାନ କରିଦେଇଥିଲେ। ତା’ ସହିତ ବଳଶ୍ରୀ ସାତମାଢ଼ ସୁନା ପୁଣି ଦେଇଥିଲେ। ଏହା କୋଷାଗାରରୁ ଦିଆଯାଇ ନ ଥିଲା। ବଳଶ୍ରୀ ବ୍ୟକ୍ତିଗତ ଭାବରେ ଦେଇଥିଲେ।
ଏସବୁ ଉଲ୍ଲେଖ କରିବାର ଚିତ୍ର ସ୍ପଷ୍ଟ। ଶିଳ୍ପୀମାନଙ୍କ ମଧ୍ୟରେ ଅନ୍ୟ ଜଣେ ଶିଳ୍ପୀଙ୍କ ପ୍ରତି ଯେଉଁ ଦରଦ ଓ ସହଯୋଗ ଥିଲା, ତାହା ଲକ୍ଷ୍ୟ କରିବା କଥା। ଯୋଗୀ ମହାପାତ୍ରଙ୍କ ପୁଅ ‘ସୋମ’ ଗଁାରୁ ଆସିଥିଲେ। ତାଙ୍କୁ ୨ ମାଢ଼ ସୁନା, ୧୭ ଗୌଣି ଚାଉଳ ଓ ୧୨ ଗୌଣି ମୁଗ ଦିଆଯାଇଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri