ରାସ୍ତାରେ ଯାଉଥିବା ବେଳେ ଉପରେ ଭାଙ୍ଗିପଡ଼ିଲା ଗଛ: ବାଇକ୍‌ ଚୁର୍‌ମାର, ୨ ଆହତ

କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକାର ମାଧପୁର ନିକଟରେ ୪୯ ନଂ. ଜାତୀୟ ରାଜପଥରେ ଥିବା ବହୁ ପୁରୁଣା ତଥା ଅସୁରକ୍ଷିତ ଶୁଖିଲା ଗଛ ହଠାତ ଉପୁଡ଼ି ପଡ଼ିବାରୁ କେତେକ ଗାଡି ଭାଙ୍ଗିବା ସହ ଦୁଇ ଜଣ ଆହତ ହୋଇଛନ୍ତି। ପୂର୍ବରୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏହାକୁ କଟାଯାଇ ନ ଥିବାରୁ ଏଥିପାଇଁ ପୌର ପ୍ରଶାସନକୁ ସ୍ଥାନୀୟ ଲୋକ ଦାୟୀ କରି କ୍ଷତିପୂରଣ ଦାବି କରିଛନ୍ତି ା

ଗଛ ପଡ଼ିବାରୁ ଦୋକାନକୁ ଆସିଥିବା ପୀତବାସ ମହାନ୍ତଙ୍କ ପିଠିରେ ଆଘାତ ଲାଗିଥିବା ବେଳେ ଗାଡ଼ି ସଜାଡ଼ିବାକୁ ଆସିଥିବା ମଲଦା ଅଞ୍ଚଳର ରାଜୀବ ଲୋଚନ ବାରିକ ଆହତ ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରାଜୀବଙ୍କ ମୁଣ୍ଡ ଫାଟିଥିବାବେଳେ ଅଣ୍ଟାରେ ମାଡ଼ ହୋଇଛି। ସହରର ଟେଲିଫୋନ୍‌ ଏକ୍ସେଚେଞ୍ଜ ସାଇ ମନ୍ଦିର ନିକଟରେ ଗୋଟିଏ ଶୁଖିଲା ଗଛ,ତେଲକୋଇ ବସ ଷ୍ଟପରେ ଅନ୍ୟ ଏକ ବଡ଼ ଶୁଖିଲା ଗଛ ଅସୁରକ୍ଷିତ ଅବସ୍ଥାରେ ରହିଥିବାରୁ ଦୁର୍ଘଟଣା ଆଶଙ୍କା ରହିଛି। ତେବେ ଏହି ଗଛଗୁଡ଼ିକୁ ତୁରନ୍ତ ଉଠାଇବାକୁ ଦାବି ହେଉଛି ା