ଜିଲାରେ ଗମନାଗମନ ବିକାଶ ଚିତ୍ର ଅସ୍ପଷ୍ଟ

କେନ୍ଦ୍ରାପଡ଼ା, ୨୪ା୫ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର ପଞ୍ଚାୟତ ବଡକୋଳିଖଳା ଗ୍ରାମରେ ଗତ ୨୧ ତାରିଖରେ ଅଗ୍ନିକାଣ୍ଡ ହୋଇଥିଲା। ଏଥିରେ ଗ୍ରାମର ୮ଟି ଘର ପୋଡିଯାଇଥିଲା। ସେହି ଗ୍ରାମକୁ ଅଦ୍ୟାବଧି ସେତୁ ନ ଥିବାରୁ ଦମକଳ ଯାଇପାରିଲା ନାହିଁ। ରାଜଗଡ ପଞ୍ଚାୟତ ରାଧାନଗର ଏପରି ଏକ ଗ୍ରାମର ଉଦାହରଣ। ପଟ୍ଟାମୁଣ୍ଡାଇ ବ୍ଲକ କଣ୍ଠିଆନାଳ ସେତୁ ନିର୍ମାଣ ବିଳମ୍ବ ହୋଇଥିବା ବେଳେ ସେତୁ ନିକଟରେ ପହଞ୍ଚତ୍ବାକୁ ରାସ୍ତା ସମସ୍ୟାର ସମାଧାନ ଏବେ ବି ହୋଇନାହିଁ। ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଜଙ୍ଗଲଘେରି ଜନଜାତିପଡାକୁ ରାସ୍ତାଟିଏ ନାହିଁ। ସାମାନ୍ୟ ବର୍ଷାରେ ପ୍ରାୟ ୨ କିଲୋମିଟର ରାସ୍ତା ଗମନାଗମନ ଉପଯୋଗୀ ନୁହେଁ। ଗ୍ରାମର ରୋଗୀ ଓ ପ୍ରସୂତିଙ୍କୁ ଏକ ବଲ୍ଲା ଓ ଲୁଗା ଭାରରେ ନେବାକୁ ପଡେ। ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତଠାରୁ ରାଧାକୃଷ୍ଠ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଖରାପ ହୋଇଛି। ଉପାନ୍ତ ଅଞ୍ଚଳର ରାସ୍ତା ସମସ୍ୟାକୁ ନେଇ ଏପରି ଅଭିଯୋଗ ବିଭିନ୍ନ ସମୟରେ ଜିଲା ପ୍ରଶାସନ ନିକଟରେ ପହଞ୍ଚତ୍ଛି। ତେବେ ଗ୍ରାମାଞ୍ଚଳ ରାସ୍ତାକୁ ନେଇ ସମସ୍ୟାର ସମାଧାନ ହୋଇପାରୁନାହିଁ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଚଳିତ ଆର୍ଥିକ ବର୍ଷର ଅଦ୍ୟାବଧି ୧୩,୬୮୭ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛି। ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ସର୍ବାଧିକ ୨୮୭୫ ଗ୍ରାମୀଣ ରାସ୍ତା ପ୍ରକଳ୍ପ ଅସମ୍ପୂର୍ଣ୍ଣ ଥିବା ବେଳେ ରାଜନଗର ବ୍ଲକ ଅଞ୍ଚଳର ୧୯୭୧ ରାସ୍ତା ପ୍ରକଳ୍ପ ରହି ଦ୍ୱିତୀୟ ସ୍ଥାନରେ ଅଛି। ରାସ୍ତା ସୁବିଧା ନ ଥିବାରୁ ସ୍ବାସ୍ଥ୍ୟ, ଶିକ୍ଷା, ଆପଦ ବିପଦ କାଳରେ ଅଗ୍ନିଶମ ବିଭାଗ ପହଞ୍ଚତ୍ବାରେ ସମସ୍ୟା ଦେଖାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଥିବା ଏହି ପ୍ରକଳ୍ପ ଶେଷ ପାଇଁ ପ୍ରଶାସନିକ ତତ୍ପରତା ନାହିଁ। ଆଗକୁ ବର୍ଷାଦିନ ଆସୁଥିବାବେଳେ ଗମନାଗମନ ବିକାଶର ଚିତ୍ର ଏଠାରେ ଅସ୍ପଷ୍ଟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥ୍ୟ ଅନୁଯାୟୀ, ଜିଲାର ଆଳି ବ୍ଲକ ଅଞ୍ଚଳରେ ୨୧୨ଟି ରାସ୍ତା ନିର୍ମାଣାଧୀନ ଅଛି। ସେହିପରି ୨୩୧ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବାବେଳେ ୧୮୦ ପ୍ରକଳ୍ପ ପ୍ରସ୍ତାବରେ ସୀମିତ ଅଛି। ସେହିପରି ଡେରାବିଶ ବ୍ଲକ ୧୫୨୩ ରାସ୍ତା ପ୍ରକଳ୍ପରୁ ୫୦୩ଟି ରାସ୍ତା ନିର୍ମାଣାଧୀନ ଅଛି। ଗରଦପୁର ବ୍ଲକର ୧୦୬୨ରୁ ୫୬୪ଟି ପ୍ରକଳ୍ପ, କେନ୍ଦ୍ରାପଡ଼ାର ୧୫୨୮ରୁ ୪୪୨ ପ୍ରକଳ୍ପ, ମହାକାଳପଡ଼ାର ୧୩୧୪ରୁ ୩୩୭ଟି ପ୍ରକଳ୍ପ, ମାର୍ଶାଘାଇର ୧୨୫୩ରୁ ୬୦୧ଟି ପ୍ରକଳ୍ପ, ପଟ୍ଟାମୁଣ୍ଡାଇର ୨୮୭୫ରୁ ୮୧୮ଟି ପ୍ରକଳ୍ପ, ରାଜକନିକାର ୧୫୩୮ରୁ ୭୮୨ଟି ପ୍ରକଳ୍ପ ଓ ରାଜନଗର ବ୍ଲକ ଅଞ୍ଚଳର ୧୯୭୧ରୁ ୪୨୯ଟି ପ୍ରକଳ୍ପ ନିର୍ମାଣାଧୀନ ଅଛି। ଏ ସମ୍ପର୍କରେ ବୁଦ୍ଧିଜୀବୀ ଚିତ୍ତରଞ୍ଜନ ସାହୁ, ଆଶିଷ କୁମାର ସେନାପତି, ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ରାଜ୍ୟ ଉପସଭାପତି ସମ୍ପଦ କୁମାର ସ୍ବାଇଁ, ସାମାଜିକ କର୍ମୀ ଅମରବର ବିଶ୍ୱାଳ ପ୍ରମୁଖ କହିଛନ୍ତି ଯେ, ଜିଲାର ବିକାଶ ପାଇଁ ଗମନାଗମନ ପଥର ଗୁରୁତ୍ୱ ଅଧିକ। ତେବେ ଜିଲା ପ୍ରଶାସନ ଏ ସମ୍ପର୍କରେ ଅଣଦେଖା କରି ଚାଲିଛନ୍ତି। କର୍ମନିଯୁକ୍ତି ପାଇଁ ଏହି ଯୋଜନାକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା ବେଳେ ଜିଲା ପ୍ରଶାସନ ଏଥିରେ ସଫଳ ହୋଇପାରି ନାହିଁ। ଜିଲାରେ ଏବେ ପ୍ରାୟ ୩ ଲକ୍ଷ ଜବ୍‌କାର୍ଡଧାରୀ ପରିବାର ରହିଥିଲେ ମଧ୍ୟ ଅଳ୍ପ କିଛି ପରିବାରଙ୍କୁ କାମ ମିଳିଛି। ଗ୍ରାମୀଣ ରାସ୍ତା ଉନ୍ନତୀକରଣ ହୋଇ ପାରି ନ ଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ ସେବା ଆଦି ମୌଳିକ ଆବଶ୍ୟକତା ପୂରଣ ହୋଇପାରୁନାହିଁ। ଆଗରେ ବର୍ଷାଋତୁ ଓ ଲଘୁଚାପଜନିତ ସାମୁଦ୍ରିକ ଝଡ଼ ଭୟ ଆସି ଯାଇଥିବାରୁ ରାସ୍ତା ନିର୍ମାଣ ସମସ୍ୟା ଉତ୍କଟ ହେବ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଜିଲାରେ ଗୁରୁତ୍ୱ ଦିଆଯାଇଛି। ଜବ୍‌କାର୍ଡଧାରୀଙ୍କ ଡିମାଣ୍ଡ ମୁତାବକ କାମ ଦିଆଯାଉଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡିକ ସମାପ୍ତ କରାଯିବା ପାଇଁ ଜିଲାର ୯ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri