Categories: ରାଜ୍ୟ

ଟ୍ରେନ୍‌ରେ ଲାଗିବ ଇଓଟିଟି ସିଷ୍ଟମ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ଗାର୍ଡ଼ ଓ ବ୍ରେକ୍‌ ଭ୍ୟାନ୍‌ବିହୀନ ଟ୍ରେନ୍‌ ପରିଚାଳନା ପାଇଁ ଭାରତୀୟ ରେଳପଥ ଦ୍ୱାରା ଗ୍ରହଣ କରାଯାଇଥିବା ଏଣ୍ଡ୍‌ ଅଫ୍‌ ଟ୍ରେନ୍‌ ଟେଲିମେଟ୍ରି(ଇଓଟିଟି) ସିଷ୍ଟମକୁ ଏଣିକି ପୂର୍ବତଟ ରେଳପଥରେ ବ୍ୟବହାର କରିବ। ଡ୍ରାଇଭରଙ୍କୁ ସଙ୍କେତ ଦେଇ ଗାର୍ଡ଼ଙ୍କ କାର୍ଯ୍ୟ କରିବା ନିମନ୍ତେ ଏହି ଉପକରଣକୁ ତିଆରି କରାଯାଇଛି। ତାଳଚେର-ପାରାଦୀପ ସେକ୍ସନରେ ଏହି ଟେକ୍ନୋଲୋଜିର ସଫଳ ପରୀକ୍ଷଣ ପରେ ଏନେଇ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଅନୁଗୋଳସ୍ଥିତ ଇଲେକ୍ଟ୍ରିକ୍‌ ଲୋକୋ ସେଡ୍‌ରେ ସଫଳତାର ସହ ଏହାର ପରୀକ୍ଷଣ କରାଯାଇଛି। ଇଓଟିଟି ଟେକ୍ନୋଲୋଜିରେ ଟ୍ରେନ୍‌ ଚଳାଚଳ କରିବା ସମୟରେ ଲୋକୋ ପାଇଲଟ୍‌ମାନଙ୍କର ସୁରକ୍ଷିତ ଯାତ୍ରା ପାଇଁ ମନୋବଳ ବୃଦ୍ଧି କରିବାରେ ଏହାସହାୟକ ହେବ। ଏହି ପ୍ରଯୁକ୍ତିବିଦ୍ୟା ଦ୍ୱାରା ଗାର୍ଡ଼ ଭ୍ୟାନ୍‌ର ଆବଶ୍ୟକତା ପଡ଼ିବ ନାହିଁ। ଫଳରେ ଏହା ଖର୍ଚ୍ଚ କମାଇବା ସହିତ ରେଳବାଇର ରାଜସ୍ବ ବୃଦ୍ଧିରେ ସହାୟକ ହେବ। ଏହି ଉପକରଣ ଲୋକୋ ମୋଟିଭ୍‌ ଡ୍ରାଇଭର୍‌ ଓ ଟ୍ରେନ୍‌ର ଅନ୍ତିମ ୱାଗନ ମଧ୍ୟରେ ଯୋଗାଯୋଗ ରକ୍ଷା କରିବା କାର୍ଯ୍ୟରେ ବ୍ୟବହୃତ ହେବ।