ସୁଧୁରୁନି ଟ୍ରାଫିକ ସମସ୍ୟା, ଲୋକେ ହଇରାଣ

ଖୋର୍ଦ୍ଧା ଅଫିସ,୨୭ା୧୦: ଖୋର୍ଦ୍ଧା ସହରରେ ଟ୍ରାଫିକ ସମସ୍ୟା ସୁଧୁରୁନି। ସହରର ଜନସଂଖ୍ୟା ବୃଦ୍ଧି ସହ ଯାନବାହନ ସଂଖ୍ୟା ମଧ୍ୟ ବଢିଚାଲିଛି। ଉଠାଦୋକାନୀ, ଜବରଦଖଲ, ରାସ୍ତାକୁ ଲାଗିରହିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଯୋଗୁ ରାସ୍ତା ସଙ୍କୁଚିତ ହେବାରେ ଲାଗିଛି। ପୁଣି ରାସ୍ତାର ଉଭୟ ପାର୍ଶ୍ୱରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ ହେଉଛି। ରାସ୍ତା ଉପରେ ରହିଥିବା କ୍ୟାବିନ ହଟାଇବା ଲାଗି ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ରାଜନୈତିକ ଇଚ୍ଛାଶକ୍ତି ଏବଂ ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ଖୋର୍ଦ୍ଧା ସହରକୁ କ୍ୟାବିନମୁକ୍ତ ଅଭିଯାନ ସରକାରୀ କାଗଜକଲମରେ ସୀମିିତ ହୋଇ ରହିଛି। ଗତ ବିଧାନସଭାରେ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବଂ ରାଜେନ୍ଦ୍ର ସାହୁ ଏ ସମ୍ପର୍କରେ ଶୂନ୍ୟକାଳରେ ପ୍ରଶ୍ନ ଉଠାଇଲେ। ସହରବାସୀ ଆଶା କରିଥିଲେ ଖୁବଶୀଘ୍ର ଏହି ସମସ୍ୟା ସମାଧାନ ହେବ। ମାତ୍ର ଏଯାବତ କୌଣସି ପଦକ୍ଷେପ ନିଆଯାଇପାରିଲା ନାହିଁ। ନେତା, ପ୍ରଶାସନ ମଧ୍ୟରେ ସମନ୍ବୟ ଅଭାବରୁ ଖୋର୍ଦ୍ଧା ସହର ବିକାଶ ଧିମେଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ପ୍ରକାଶ ଯେ, ଖୋର୍ଦ୍ଧା- ନୟାଗଡ଼ ରାସ୍ତାର ମୁକୁନ୍ଦ୍ରପ୍ରସାଦଠାରୁ ମେଡିକାଲ, ଟ୍ରାଫିକ ଛକଠାରୁ ନୂଆବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଭିଡ଼ ରହୁଛି। ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହେଉଛି। ମୁକୁନ୍ଦ୍ରପ୍ରସାଦଠାରୁ ମାରୱାଡି ପଟି, ଟ୍ରାଫିକ ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ପେଟ୍ରୋଲ ପମ୍ପ ଛକରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇପଡୁଛି। ପେଟ୍ରୋଲ ପମ୍ପଠାରୁ ମାରୱାଡି ପଟି ରାସ୍ତା ସଙ୍କୁଚିତ ହୋଇଛି। କୌଣସି ପର୍ବପର୍ବାଣି ବା ଉତ୍ସବ ସମୟରେ ରାସ୍ତାରେ ଗହଳି ହେଲେ ସ୍କୁଲ କଲେଜ ଓ ଆମ୍ବୁଲାନ୍ସ ଯିବା ମୁସ୍କିଲ ହୋଇପଡୁଛି। ଉଭୟ ପାର୍ଶ୍ୱ ଦୋକାନ ଆଗରେ ବାଇକ ପାର୍କିଂ ଯୋଗୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ସନ୍ଧ୍ୟାରେ ବେଶି ଭିଡ଼ ହେଉଛି। ଏହି ରାସ୍ତା ପାର୍ଶ୍ୱରେ ମେଡିକାଲ, ବନ ବିଭାଗ କାର୍ଯ୍ୟାଳୟ, ଘରୋଇ ଶିକ୍ଷାନୁଷ୍ଠାନ, ଶପିଙ୍ଗ ମଲ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ସିଡିଏମଓଙ୍କ କାର୍ଯ୍ୟାଳୟ, ମୁଖ୍ୟ ଡାକଘର, ଶତାଧିକ କ୍ୟାବିନ ରହିଛି। ସେହିପରି ସକାଳ ସମୟରେ ନୟାଗଡ଼ଠାରୁ ଭୁବନେଶ୍ୱରକୁ ଦୈନିକ ବହୁ ବସ ଚଳାଚଳ କରୁଛି। ଯାତ୍ରୀ ଉଠାଇବା ଏବଂ ଓହ୍ଳାଇବା ଲାଗି ବସ୍‌ଗୁଡ଼ିକ ଖୋର୍ଦ୍ଧା କ୍ଲବ, ପୁରୁଣା ବସଷ୍ଟାଣ୍ଡ ନିକଟରେ ଅଟକି ରହୁଛନ୍ତି। ପୁରୁଣା ବସଷ୍ଟାଣ୍ଡରେ ହଳଦିଆ, ଗଡମାଣିତ୍ରୀ, ଜଟଣୀ ପ୍ରଭୃତି ଅଞ୍ଚଳକୁ ମିନିବସ, କ୍ୟାଣ୍ଟର ଚଳାଚଳ କରୁଛି। ଏହି ବସ୍‌ଗୁଡିକ ମଧ୍ୟ ଯାତ୍ରୀଙ୍କୁ ଅପେକ୍ଷା କରି ରହୁଛନ୍ତି। ଅନ୍ୟପଟେ ମୁଖ୍ୟ ଡାକଘର ନିକଟ ଗଳି ଗୁରୁଜଙ୍ଗଠାରୁ କେରଙ୍ଗ, ହଳଦିଆ, ଟାଙ୍ଗିଆପଡା ପ୍ରଭୃତି ଗ୍ରାମକୁ ଯିବା ଲାଗି ଏକ ମାତ୍ର ରାସ୍ତା ରହିଛି। ଫଳରେ ସବୁ ସମୟରେ ଭିଡ଼ ହେଉଛି। ଗୁରୁଜଙ୍ଗ ପେଟ୍ରୋଲ ପମ୍ପଶ୍‌ଠାରୁ ସହର ଉଭୟପଟୁ (ମୁକୁନ୍ଦପ୍ରସାଦଠାରୁ ଖୋର୍ଦ୍ଧା କ୍ଲବ) ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜୁଛି। ସେହିପରି ଟ୍ରାଫିକ ଛକ ଠାରୁ ସମବାୟ ଛକ ଏବଂ ସମବାୟ ଛକ ଠାରୁ ପୁରୁଣା ମେଡିକାଲ ରାସ୍ତା ସବୁ ସମୟରେ ଭିଡ ରହୁଛି। କୋର୍ଟ ଛକ ହାବେଳି ପଡ଼ିଆ ଏବଂ ନୂଆବସଷ୍ଟାଣ୍ଡରେ ରାସ୍ତାରେ ବାଇକ ପାର୍କିଂ ଯୋଗୁ ଯାତାୟାତରେ ଲୋକଙ୍କୁ ହଇରାଣ ହେବାବକୁ ପଡୁଛି। ବ୍ୟାଙ୍କ ଛକଠାରୁ ନୂଆବସଷ୍ଟାଣ୍ଡ ରାସ୍ତାରେ ଗହଳି ହେଉଛି। ଅନେକ ସମୟରେ ଟ୍ରାଫିକ ସମସ୍ୟା ଯୋଗୁ ଦୁର୍ଘଟଣା ଘଟୁଛି। ଏ ନେଇ ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି, ନୂଆବସଷ୍ଟାଣ୍ଡ ସମେତ ସମସ୍ତ ଜନଗହଳି ସ୍ଥାନରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି। ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ପାଇଁ ସହରବାସୀଙ୍କ ସହଯୋଗ ଆବଶ୍ୟକ। ସେହିପରି ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, କ୍ୟାବିନ ସମସ୍ୟା ଦୂର ଲାଗି ପ୍ରଚେଷ୍ଟା ଜାରି ରହିଛି। ଖୁବଶୀଘ୍ର ଏହି ସମସ୍ୟା ସମାଧାନ କରାଯିବ। ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କହିଛନ୍ତି ସହରର ଟ୍ରାଫିକ ସମସ୍ୟା ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri