ପରମ୍ପରା ବ୍ୟବସ୍ଥା ପୂର୍ବଭଳି ଅକ୍ଷୁଣ୍ଣ ରହୁ

ପୁରୀ ଅଫିସ,୨୧ା୯: ହିନ୍ଦୁଧର୍ମର ଚାରି ଧାମ ମଧ୍ୟରେ ଶ୍ରୀଜଗନ୍ନାଥ ଧାମ ପୁରୀ ହେଉଛି ଅନ୍ୟତମ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ପୁରୀକୁ ଆସିଥାନ୍ତି। ସେହିପରି ମହାପ୍ରଭୁଙ୍କ କ୍ଷେତ୍ରରେ ଶ୍ରାଦ୍ଧ ଦେଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ବର୍ଷକ ବାରମାସ ଭକ୍ତମାନେ ପୁରୀ ଆସି ଶ୍ରାଦ୍ଧ ଦେବା ସହ ପିଣ୍ଡଦାନ କରିଥାନ୍ତି। ବିଶେଷକରି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ବା ମହାଳୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ ବୋଲି କୁହାଯାଏ। ଏହି ଅବସରରେ ପୂର୍ବରୁ ଶ୍ରୀମନ୍ଦିର ବାଇଶି ପାହଚରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଥିଲେ। ମାତ୍ର କରୋନା ସମୟରେ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବା ସହ ବାଇଶ ପାହଚରେ ଶ୍ରାଦ୍ଧ ଦେବା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ପରେ କରୋନା କଟକଣା ହଟିବା ପରେ ଭକ୍ତଙ୍କ ଯିବା ଆସିବାରେ ସମସ୍ୟା ଥିବା ଦର୍ଶାଇ ବାଇଶ ପାହାଚରେ ଶ୍ରାଦ୍ଧ ଦେବା ଉପରେ କଟକଣା ଜାରି କରାଯାଇଛି। ଫଳରେ ବ୍ରାହ୍ମଣମାନେ ଶ୍ରୀମନ୍ଦିର ଉତ୍ତରଦ୍ୱାର ପାର୍ଶ୍ୱରେ ଥିବା ମେଘନାଦ ପାଚେରିରେ ବସି ଶ୍ରାଦ୍ଧ ଦେଉଛନ୍ତି। ଫଳରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉଭୟ ଶ୍ରଦ୍ଧାଳୁ ଏବଂ ବ୍ରାହ୍ମଣ। ତେବେ ବିଗତ ବର୍ଷ ପ୍ରଶାସନ ପକ୍ଷରୁ ଉତ୍ତରଦ୍ୱାର ନିକଟରେ ଏକ ଅସ୍ଥାୟୀ ଶେଡ୍‌ ନିର୍ମାଣ କରାଯାଇଥିବାରୁ ସେଠାରେ ବ୍ରାହ୍ମଣମାନେ ବସି ଶ୍ରାଦ୍ଧ ଓ ପିଣ୍ଡଦାନ କରିଥିଲେ। କିନ୍ତୁ ଚଳିତବର୍ଷ ଉକ୍ତ ସ୍ଥାନରେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ। ଫଳରେ ଖରା, ବର୍ଷାରେ ବହୁ ଅସୁବିଧାରେ ଶ୍ରାଦ୍ଧ କରୁଛନ୍ତି। ଅପରପକ୍ଷେ ରାସ୍ତାପାର୍ଶ୍ୱରେ ଶ୍ରାଦ୍ଧ କରାଯାଉଥିବାରୁ ଯାତାୟାତରେ ମଧ୍ୟ ବହୁ ସମସ୍ୟା ଦେଖାଯାଉଛି। ତେଣୁ ଶ୍ରୀମନ୍ଦିର ପରିସରରେ ଶ୍ରାଦ୍ଧ କରିବା ପାଇଁ ନିର୍ଦ୍ଦିଷ୍ଟ ଜାଗା ଯୋଗାଇଦେବାକୁ ବ୍ରାହ୍ମଣମାନେ ଦାବି କରିଛନ୍ତି। ଏ ନେଇ ଜଣେ ବ୍ରାହ୍ମଣ କହିଛନ୍ତି, ଏହି ସମସ୍ୟା ବିଷୟରେ ପ୍ରଶାସନକୁ ଜଣାଇ ଦିଆଯାଇଛି। ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସରିଲେ ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri