ପରମ୍ପରା ବ୍ୟବସ୍ଥା ପୂର୍ବଭଳି ଅକ୍ଷୁଣ୍ଣ ରହୁ

ପୁରୀ ଅଫିସ,୨୧ା୯: ହିନ୍ଦୁଧର୍ମର ଚାରି ଧାମ ମଧ୍ୟରେ ଶ୍ରୀଜଗନ୍ନାଥ ଧାମ ପୁରୀ ହେଉଛି ଅନ୍ୟତମ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭକ୍ତ ପୁରୀକୁ ଆସିଥାନ୍ତି। ସେହିପରି ମହାପ୍ରଭୁଙ୍କ କ୍ଷେତ୍ରରେ ଶ୍ରାଦ୍ଧ ଦେଲେ ପିତୃପୁରୁଷ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ବର୍ଷକ ବାରମାସ ଭକ୍ତମାନେ ପୁରୀ ଆସି ଶ୍ରାଦ୍ଧ ଦେବା ସହ ପିଣ୍ଡଦାନ କରିଥାନ୍ତି। ବିଶେଷକରି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ବା ମହାଳୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ ବୋଲି କୁହାଯାଏ। ଏହି ଅବସରରେ ପୂର୍ବରୁ ଶ୍ରୀମନ୍ଦିର ବାଇଶି ପାହଚରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରୁଥିଲେ। ମାତ୍ର କରୋନା ସମୟରେ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବା ସହ ବାଇଶ ପାହଚରେ ଶ୍ରାଦ୍ଧ ଦେବା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା। ପରେ କରୋନା କଟକଣା ହଟିବା ପରେ ଭକ୍ତଙ୍କ ଯିବା ଆସିବାରେ ସମସ୍ୟା ଥିବା ଦର୍ଶାଇ ବାଇଶ ପାହାଚରେ ଶ୍ରାଦ୍ଧ ଦେବା ଉପରେ କଟକଣା ଜାରି କରାଯାଇଛି। ଫଳରେ ବ୍ରାହ୍ମଣମାନେ ଶ୍ରୀମନ୍ଦିର ଉତ୍ତରଦ୍ୱାର ପାର୍ଶ୍ୱରେ ଥିବା ମେଘନାଦ ପାଚେରିରେ ବସି ଶ୍ରାଦ୍ଧ ଦେଉଛନ୍ତି। ଫଳରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉଭୟ ଶ୍ରଦ୍ଧାଳୁ ଏବଂ ବ୍ରାହ୍ମଣ। ତେବେ ବିଗତ ବର୍ଷ ପ୍ରଶାସନ ପକ୍ଷରୁ ଉତ୍ତରଦ୍ୱାର ନିକଟରେ ଏକ ଅସ୍ଥାୟୀ ଶେଡ୍‌ ନିର୍ମାଣ କରାଯାଇଥିବାରୁ ସେଠାରେ ବ୍ରାହ୍ମଣମାନେ ବସି ଶ୍ରାଦ୍ଧ ଓ ପିଣ୍ଡଦାନ କରିଥିଲେ। କିନ୍ତୁ ଚଳିତବର୍ଷ ଉକ୍ତ ସ୍ଥାନରେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନାହିଁ। ଫଳରେ ଖରା, ବର୍ଷାରେ ବହୁ ଅସୁବିଧାରେ ଶ୍ରାଦ୍ଧ କରୁଛନ୍ତି। ଅପରପକ୍ଷେ ରାସ୍ତାପାର୍ଶ୍ୱରେ ଶ୍ରାଦ୍ଧ କରାଯାଉଥିବାରୁ ଯାତାୟାତରେ ମଧ୍ୟ ବହୁ ସମସ୍ୟା ଦେଖାଯାଉଛି। ତେଣୁ ଶ୍ରୀମନ୍ଦିର ପରିସରରେ ଶ୍ରାଦ୍ଧ କରିବା ପାଇଁ ନିର୍ଦ୍ଦିଷ୍ଟ ଜାଗା ଯୋଗାଇଦେବାକୁ ବ୍ରାହ୍ମଣମାନେ ଦାବି କରିଛନ୍ତି। ଏ ନେଇ ଜଣେ ବ୍ରାହ୍ମଣ କହିଛନ୍ତି, ଏହି ସମସ୍ୟା ବିଷୟରେ ପ୍ରଶାସନକୁ ଜଣାଇ ଦିଆଯାଇଛି। ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସରିଲେ ସ୍ଥାୟୀ ବ୍ୟବସ୍ଥା କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri