ସଙ୍କଟରେ ବହୁରୂପିଆଙ୍କ ପାରମ୍ପରିକ କଳା

କେନ୍ଦୁଝର,୨୩ ।୧୧ (ସ୍ବ.ପ୍ର.) ଏକଦା ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହରାଞ୍ଚଳରେ ବହୁରୂପିଆଙ୍କ ଚାହିଦା ବହୁ ଅଧିକ ଥିଲା। ବିଭିନ୍ନ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଏହି କଳାକାରମାନେ ପେଟ ପାଟଣା ପାଇଁ ରୋଜଗାର କରୁଥିଲେ। ଚମତ୍କାର କଳା ପ୍ରଦର୍ଶନ କରି ସେମାନେ ସମସ୍ତଙ୍କୁ ବିମୋହିତ କରି ଦେଉଥିଲେ। ଯିଏ ଯାହା ଦେଉଥିଲା ସେଥିରେ ପରିବାର ଚଳାଉଥିଲେ। ସମୟାନୁକ୍ରମେ ମୋବାଇଲ ଓ ଟିଭି ଯୁଗରେ ସେମାନଙ୍କ ବେଉସା ସଙ୍କଟରେ ପଡ଼ିଯାଇଛି। ଆଗଭଳି ସେମାନଙ୍କୁ ପ୍ରଶଂସା ବା ଦାନ ମିଳୁନି। କିନ୍ତୁ ସେମାନେ ଏହି କଳାକୁ ଛାଡ଼ି ନ ପାରି ଆଗ୍ରହର ସହ ପରିବେଷଣ କରି ଆସୁଛନ୍ତି।
ଏଭଳି ଜଣେ କଳାକାର ହେଉଛନ୍ତି ଜାଲିମ ବର୍ମା। ବୟସ ୬୦ ପାର ହେଲାଣି। ତାଙ୍କ ଘର ମଧ୍ୟପ୍ରଦେଶର ରେଓା ଜିଲାରେ। ଦୀର୍ଘ ୩୦ ବର୍ଷ ହେଲା ସେ ଏହି କଳା ପ୍ରଦର୍ଶନ କରିଆସୁଛନ୍ତି ବୋଲି କୁହନ୍ତି। ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଆଦି ରାଜ୍ୟର ଗଁା ଗଁା, ସହର ସହର ବୁଲି ଏହି କଳା ପ୍ରଦର୍ଶନ କରି ଆସୁଛନ୍ତି। କିନ୍ତୁ ଆଗଭଳି ଲୋକେ ତାଙ୍କୁ ଆଉ ଆଦର କରୁନାହାନ୍ତି ବୋଲି ସେ କୁହନ୍ତି। ସମସ୍ତେ ମୋବାଇଲ ଓ ଟିଭିରେ ବ୍ୟସ୍ତ ରହୁଛନ୍ତି ା ଜୀବନ ବ୍ୟସ୍ତତା ମଧ୍ୟରେ କଟୁଛି ା ଏଣୁ ଏଭଳି ସମୟରେ ତାଙ୍କ କଳା କିଏ ଦେଖିବ ବୋଲି କହିଛନ୍ତି। ସେମାନେ ପ୍ରତ୍ୟେକ ଗ୍ରାମାଞ୍ଚଳ ବା ସହରକୁ ଯାଇ ୬/୭ ଦିନ କଟାଇଥାନ୍ତି। ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ବେଶରେ ସଜ୍ଜିତ ହୋଇ ଅଭିନୟ କରି ଲୋକଙ୍କ ମନମୁଗ୍ଧ କରିବାକୁ ଉଦ୍ୟମ କରନ୍ତ। ଶେଷ ଦିନରେ ଦୋକାନ ଦୋକାନ ବୁଲି ଯିଏ ଯାହା ଦେଲା ଧରି ଫେରନ୍ତି। ରାଜା (ଖଡଗ ସିଂ), ଶଙ୍କର (ଶିବ), ହନୁମାନ, ରାଧିକା, ନାରଦ, ଡାକ୍ତର ଆଦି ବେଶରେ ସଜ୍ଜିତ ହୋଇ ନିଜର ଅଭିନୟ ପ୍ରଦର୍ଶନ କରିଥାନ୍ତି। ଆଗରୁ ସମସ୍ତେ ସେମାନଙ୍କୁ ଅଭିନୟ ମୁତାବକ ସମ୍ମାନ ଦେଉଥିଲେ। ପିଲାମାନେ ସତ ଭାବି ବିଶ୍ୱାସ କରୁଥିଲେ। କିନ୍ତୁ ଆଜିକାଲି ଥଟ୍ଟାମଜା କରୁଛନ୍ତି। ଆଗରୁ ଡାକୁ, ସୁଲତାନ, ଲୈଲା ମଜନୁ, ରାକ୍ଷସ ଆଦି ଅଭିନୟ କରୁଥିଲେ ଯାହା ଏବେ ବନ୍ଦ ହୋଇଯାଇଛି। ଏହା ଦ୍ୱାରା ସମାଜରେ କୁପ୍ରଭାବ ପଡ଼ିବ ଏବଂ ଲୋକେ ଭୟଭୀତ ହୋଇ ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା କରି ଏହି ବେଶ ସବୁ ବନ୍ଦ କରିଦେଇଥିବା କୁହନ୍ତି। ତାଙ୍କ ସ୍ତ୍ରୀ ଲଖିଆ ଦେବୀ ଓ ତିନି ଝିଅଙ୍କୁ ଧରି ସେ ବିଭିନ୍ନ ଅଞ୍ଚଳ ବୁଲିଥାନ୍ତି ା ମାସକୁ ୪/୫ ହଜାର ଟଙ୍କା ମିଳିଥାଏ। ମହଙ୍ଗା ଯୁଗରେ ସେଥିରେ ବେଶଭୂଷା ସାମଗ୍ରୀ କିଣିବା ଓ ପରିବାର ଚଳାଇବା କଷ୍ଟକର ହେଲେ ମଧ୍ୟ ଦୁଃଖ କଷ୍ଟରେ ଚଳିଯାଆନ୍ତି ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ବନ୍ଧାହେଲେ କୋଟିପତି ଫରେଷ୍ଟର

ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri