୧୨ଲକ୍ଷ ଟଙ୍କାରେ ଡିଲ୍‌ ହେଉଥିଲା ବାଘ ଛାଲ,ତା’ପରେ…

ଦେବଗଡ଼,୧୭।୧ (ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଜଙ୍ଗଲରୁ ଦେବଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସୋମବାର ଏକ ଚିତାବାଘର ଛାଲ ଜବତ କରିଛି। ଏହା ସହ ୫ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବାଘ ଛାଲ ସହ ୨ଟି ଛୁରି ଓ ୫ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲା ଲହୁଣୀପଡାର ପତି କିଷାନ, ବଣାଇ ଥାନା ଅଞ୍ଚଳର ମୁସ୍ତାକ ଉଦ୍ଦିନ, ମହୁଲପଦା ଥାନା ଜଗତି ଗ୍ରାମର ନିରଞ୍ଜନ ନାଏକ ଓ ଶୁକ୍ର କୋଲ୍‌ହ, ଦେବଗଡ଼ ଥାନା ସିରିଗିଡା ଗ୍ରାମର ଧୀରେନ ନାଏକ।
୧୨ଲକ୍ଷ ଟଙ୍କାରେ ବାଘଛାଲ ବିକ୍ରି ହେଉଥିବା ସମ୍ପର୍କରେ ସୂଚନା ପାଇ ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ବାଡ୍‌ ଓ ବାରକୋଟ ପୋଲିସ ଗ୍ରାହକ ବେଶରେ ଯାଇଥିଲେ। ବାଘ ଛାଲ କିଣିବାକୁ ମୂଲଚାଲ କରି ବିକ୍ରି କରିବାକୁ ଆସିଥିବା ଶିକାରୀଙ୍କୁ କାବୁ କରିଥିଲେ। ବାଘ ଛାଲର ଲମ୍ବ ୮ଫୁଟ ହେବ। ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ଅଞ୍ଚଳରୁ ୬ଦିନ ପୂର୍ବେ ବାଘ ଶିକାର କରାଯାଇ ଛାଲକୁ ବିକ୍ରି ଲାଗି ଦେବଗଡ଼ ଅଣାଯାଇଥିଲା ବୋଲି ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଟ୍ରକ ଜବତ, ଚାଳକ କୋର୍ଟ ଚାଲାଣ

ରସୁଲପୁର,୨୨।୪(ଡିଏନଏ): ରସୁଲପୁର ବ୍ଲକ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଏକ ହୋଟେଲ ନିକଟରୁ ଏକ ୧୦ ଚକିଆ ଟ୍ରକ (ନଂ. ଓଆର୦୯ଏଫ୮୧୫୧) ଚୋରି ହୋଇଯାଇଥିଲା। ମଙ୍ଗଳବାର...

ଲକ୍‌ଡାଉନ ଯୋଗୁ ଉଜୁଡିଲା ପରିବା ଚାଷ

ବୌଦ୍ଧ,୨୫ା୪(ସ୍ବ.ପ୍ର.)- ଶିଳ୍ପବିହୀନ ବୌଦ୍ଧ ଏକ କୃଷି ପ୍ରଧାନ ଜିଲା । ଏଠାକାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାଆନ୍ତି । ଜିଲାରେ ଧାନ...

୧୦ଟା ପର୍ଯ୍ୟନ୍ତ ଛାଡୁନି କୁହୁଡ଼ି, ୧୧ଡିଗ୍ରୀ ତଳେ ପାରଦ

ବାଲିଗୁଡା,୨୯ା୧୧ (ଡି.ଏନ୍‌.ଏ.)- କନ୍ଧମାଳ ଜିଲା ବାଲିଗୁଡାରେ ଘନ କୁହୁଡି ସହ ଶୀତ ଲହରି ଜାରି ରହିଛି। ସକାଳ ୧୦ ପଯର୍‌ୟନ୍ତ କୁହୁଡି ଆଚ୍ଛାଦିତ ହୋଇ ରହୁଥିବାରୁ...

୩୫କେଜି ଚାଉଳ ହିଁ ସାହା ଭରସା

କୋକସରା, ୨।୮(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବାରିଆ ଗାଁର ଅସହାୟ ଦମ୍ପତି ଧନେଶ୍ୱର ରାଉତ ଓ ସପୁର ରାଉତ। ସେମାନଙ୍କ ଝିଅ...

ବିଆର୍‌ପିଏଲ୍‌: ଟୋପାଏ ପ୍ରଦୂଷଣ

ଯାଜପୁର ଅଫିସ,୨୧ା୬: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ବ୍ରାହ୍ମଣୀ ରିଭର୍ସ ପେଲେଟ ଲିମିଟେଡ୍‌ (ବିଆର୍‌ପିଏଲ୍‌) ନିଜ କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡ଼ିବା ନେଇ ଏକ ମାମଲା...

ବଜ୍ରପାତରେ ମହିଳାଙ୍କ ଜୀବନ ଗଲା

ବଇଣ୍ଡା,୮।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବିଲେଇନାଳୀ ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତରେ ଗ୍ରାମର ସୁଲୋଚନା ସାହୁ(୪୫)ଙ୍କ ମୃତ୍ୟୁ ଘଟିଛି। ସୁଲୋଚନା ମହୁଲ ଫଳ ସଂଗ୍ରହ କରିବାକୁ ଯାଇଥିବାବେଳେ ହଠାତ୍‌...

ରାଜସ୍ଥାନରୁ ବସ୍‌ରେ ଫେରୁଛନ୍ତି ଛାତ୍ରୀଛାତ୍ର

ବରଗଡ଼ ଅଫିସ୍‌,୧।୫: ରାଜସ୍ଥାନର କୋଟା ଅନ୍ତର୍ଗତ ଆଲେନ୍‌ ଇନଷ୍ଟିଚ୍ୟୁଟ୍‌ର ଛାତ୍ରୀଛାତ୍ର ଶୁକ୍ରବାର ସ୍ବତନ୍ତ୍ର ବସ୍‌ ଯୋଗେ ବରଗଡ଼ ଅଭିମୁଖେ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼...

ଗ୍ୟାସ୍‌ ଲିକ୍‌ରୁ ନିଆଁ : ୪ ଗୁରୁତର

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବହାଡ଼ାଝୋଲା ଢିପିସାହିରେ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗି ୪ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

Advertisement
Archives

Model This Week