Posted inଫୁରସତ

କାର୍‌ ନିକଟରୁ ମହିଳାଙ୍କୁ ଟାଣି ନେଲା ବାଘ, ଏହି ଭୟଙ୍କର ଭିଡିଓ ଦେଖିଲେ…

ଅନେକ ଥର କ୍ୟାମେରାରେ ଏପରି କିଛି ଘଟଣା କଏଦ ହୋଇଛି, ଯାହା ଅତ୍ୟନ୍ତ ଭୟାନକ। ଏବେ ସେମିତି ଏକ ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବାଘ କାର୍‌ର ଡୋର୍‌ ନିକଟରେ ଠିଆ ହୋଇଥିବା ଜଣେ ମହିଳାଙ୍କୁ ଧରି ଜଙ୍ଗଲକୁ ଟାଣି ନେଉଛି। କାର୍‌ ଭିତରେ ଥିବା ତାଙ୍କ ପରିବାର ଲୋକେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ବାଘ ପଛେ ପଛେ ଦୌଡୁଛନ୍ତି।

@TerrkifyingAsfu ନାମକ ଏକ ଟୁଇଟର ପେଜ୍‌ରେ ଏହି ଭିଡିଓଟି ଭାଇରାଲ ହେଉଛି। ଯାହା ଦେଖି ଆପଣ ଭୟଭୀତ ହେବେ। ଭିଡିଓରେ ଜଣେ ମହିଳା କାର୍‌ର ଡୋର୍‌ ଖୋଲୁଛନ୍ତି। ଏହି ସମୟରେ ତାଙ୍କ ପଛପଟୁ ଏକ ବାଘ ଝପଟି ଆସି ତାଙ୍କୁ ଟାଣି ନେଉଛି। ଯାହା ଦେଖି ଭୟଭୀତ ହୋଇ ତାଙ୍କ ସ୍ବାମୀ ଏବଂ ମା’ ବାଘ ମୁହଁରୁ ମହିଳାଙ୍କୁ ରକ୍ଷା କରିବା ପାଇଁ ବାଘ ପଛେ ପଛେ ଦୌଡ଼ୁଛନ୍ତି। ଭିଡିଓରେ ରାସ୍ତାରେ କିଛି ଗାଡ଼ିମୋଟର ଅଟକି ଥିବା ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଭୟଭୀତ ହୋଇ କେହି ଗାଡ଼ି ଭିତରୁ ବାହାରୁ ନାହାନ୍ତି। ଭିଡିଓଟି ବର୍ତ୍ତମାନ ସୁଦ୍ଧା ୬.୪୧ ଲକ୍ଷ ଭ୍ୟୁ ପାଇଛି।

ଏହି ଭାଇରାଲ ଭିଡିଓ ଚାଇନାର ବେଜିଂ ନିକଟ ବାଡାଲିଙ୍ଗ ଓ୍ବାଇଲ୍ଡ ଲାଇଫ୍‌ ଓ୍ବାଲର୍‌ଡ ଆନିମଲ ପାର୍କରୁ ଆସିଛି। ଯେଉଁଠାରେ ପରିଦର୍ଶକମାନଙ୍କୁ ସଫାରି ସମୟରେ ସେମାନଙ୍କର ବ୍ୟକ୍ତିଗତ ଯାନ ନେବାକୁ ଅନୁମତି ଦିଆଯାଇଥିଲା। ଏହି ସମୟରେ ଏହି ଅଘଟଣ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri