Posted inଫୁରସତ

ଏହି ୩ କୁକୁର ମୃତ୍ୟୁମୁଖରୁ ବଞ୍ଚାଇଥିଲେ ମାଲିକଙ୍କୁ

ଆମ ଆଖପାଖରେ ଏମିତି କିଛି ଜୀବଜନ୍ତୁ ଥା’ନ୍ତି ଯେ କି ଆମର ବହୁ ବିଶ୍ୱାସୀ ହୋଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କହିଛନ୍ତି, ଯଦି ପାରୁଛ ପଶୁପକ୍ଷୀଙ୍କଠାରୁ କିଛି ଶିଖ। କୁକୁର ଏପରି ଏକ ଜୀବ, ଯିଏ ମଣିଷର ସବୁଠୁ ଭଲ ତଥା ବିଶ୍ୱସ୍ତ ବନ୍ଧୁ। କେବଳ ଫିଲ୍ମରେ ନୁହେଁ, ବାସ୍ତବ ଜୀବନରେ ମଧ୍ୟ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ। ନିଜ ଜୀବନକୁ ବାଜି ଲଗାଇ ମାଲିକର ଜୀବନ ବଞ୍ଚାଇଥାଏ କୁକୁର। ଜାଣନ୍ତୁ ଏପରି କିଛି ବିଶ୍ୱସ୍ତ କୁକୁରଙ୍କ ସମ୍ପର୍କରେ…

ମାଲିକଙ୍କୁ ସାପ ମୁହଁରୁ ବଞ୍ଚାଇଥିଲା ଏହି କୁକୁର
୨୦୧୮ ଜୁନ୍‌ରେ ପୌଲା ଗଡ୍‌ଓ୍ବିନ୍‌ ଅରିଜୋନା ବୁଲିବାକୁ ଯାଇଥିଲେ। ସେଠାରେ ପୌଲା ଭୁଲରେ ସାପ ଉପରେ ପାଦ ରଖିଦେଇଥିଲେ। ଏହି ସମୟରେ ତାଙ୍କ ପୋଷା କୁକୁର ତାଙ୍କ ଜୀବନ ବଞ୍ଚାଇଥିଲା। ଏହା ପରେ ପୌଲା ତାଙ୍କ ଫେସବୁକ୍‌ରେ ଶେୟାର କରି ଲେଖିଥିଲେ, ଇଏ ମୋ’ ହିରୋ ‘ଟଡ୍‌’। ଯେ କି ମୋତେ ସାପ କାମୁଡ଼ିବାକୁ ଯାଉଥିବା ସମୟରେ ଡେଇଁକି ମୋ’ ଜୀବନ ରକ୍ଷା କରିଥିଲା।

ହଜି ଯାଇଥିବା ଛୋଟ ଝିଅ ସହ ପୂରା ରାତି ରହିଥିଲା ଏହି କୁକୁର
ୟୁଏସ୍‌ଏର ମିଶୋରୀରେ ରହୁଥିବା ଏକ ଛୋଟ ଝିଅ କେଉଁଆଡ଼େ ହଜି ଯାଇଥିଲା। ଏହା ପରେ ତାଙ୍କ ପରିବାର ଲୋକେ ଖୋଜିବା ଆରମ୍ଭ କରିଦେଇଥିଲେ। ଦୀର୍ଘ ୧୨ ଘଣ୍ଟା ପରେ ଏକ ମକା ବଗିଚାରୁ ମିଳିଥିଲା। ଝିଅଟି ସହ ତାଙ୍କ ପୋଷା କୁକୁର ‘ଫ୍ୟାଟ୍‌ ହେଥ୍‌’ ମଧ୍ୟ ପୂରା ରାତି ରହିଥିଲା। ଏହି ଘଟଣା ମଧ୍ୟ ୨୦୧୮ରେ ଘଟିଥିଲା। ସେତେବେଳେ ଏହି ଘଟଣା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା।

ପ୍ରବଳ ଥଣ୍ଡାରୁ ଏକ ଝିଅକୁ ବଞ୍ଚାଇଥିଲା ଏହି କୁକୁର:
୨୦୧୩ରେ ଏକ ୩ ବର୍ଷର ଝିଅ ହଜି ଯାଇଥିଲା ଆଉ ପ୍ରବଳ ଥଣ୍ଡାରେ ପୂରା ରାତି ବାହାରେ ରହିଥିଲା। ଏହି ଝିଅର କେୟାର ଟେକର କୁହନ୍ତି, ଝିଅଟି ସହ ତାଙ୍କ ପୋଷା କୁକୁର ସେମିତି ବାହାରେ ଥଣ୍ଡାରେ ଜଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

  ପୁଣି ରାଜ୍ୟ ପାଇଁ  ଗୌରବ ଆଣିଛି ଗଞ୍ଜାମ: ମିଳିଲା ୩ ଜାତୀୟ ପୁରସ୍କାର 

ଛତ୍ରପୁର,୧।୪ (ଦିଲ୍ଲୀପ ସାମଲ): ପୁଣି ରାଜ୍ୟ ପାଇଁ  ଗୌରବ ଆଣିଛି ଗଞ୍ଜାମ। ଜିଲାକୁ ମିଳିଛି ୩ଟି ଜାତୀୟ ପୁରସ୍କାର। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର…

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri