ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି ନିଜ ଘରର ସୁଖ ଦେଇ ପାରିବ ନାହିଁ। ବୃଦ୍ଧାବସ୍ଥାରେ ସନ୍ତାନ ନିଜ ମାତାପିତାଙ୍କୁ ଘରୁ ବାହାର କରିଦେବା କାର୍ଯ୍ୟକୁ ଏକ କ୍ରାଇମ୍‌ (ଅପରାଧ)ଭାବେ ଆଇନ ଗ୍ରହଣ କରିବା କଥା। ଯେଉଁ ମାତାପିତାମାନେ ଘରେ ବି ରୁହନ୍ତି, ସେମାନେ ଅଶାନ୍ତି ଓ ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରହିବାକୁ ଯାଇ ନିରୋଳାରେ ଲୋତକ ଗଡ଼ାନ୍ତି। ରୋଗ ପାଇଁ ପଇସା ଖର୍ଚ୍ଚ ହେଉ କି ଘରକୁ ପଇସା ଦେବା କଥା ହେଉ, ସବୁଥିରେ ନାନାଦି କଥା ଶୁଣିବାକୁ ପଡ଼େ ମା’ବାପାଙ୍କୁ। ଏମିତି ଅନେକ କଥା ଭୋଗିବାକୁ ପଡ଼େ ବୃଦ୍ଧାବସ୍ଥାରେ।
ବୃଦ୍ଧାବସ୍ଥାରେ ଏମିତି ଅସହାୟତା କାହିଁକି ଆସେ ଓ ଏଥିପାଇଁ ଦାୟୀ କିଏ ? ଏ କଥା ଆମେ କ’ଣ କେବେ ଚିନ୍ତା କରିଛୁ ନା ଗଭୀର ଭାବେ ଅନୁଧ୍ୟାନ କରିଛୁ ? ବୋଧହୁଏ ଠିକ୍‌ ଭାବେ ଏହି ଅବସ୍ଥାକୁ ଅନୁଶୀଳନ କରିନୁ। କେବଳ ଭାଗ୍ୟ ଦୋଷ ଉପରେ ଛାଡ଼ି ଦେଇ ନିଜ ନିଜର କଠୋର କର୍ତ୍ତବ୍ୟ ନିକଟରୁ ଦୂରେଇ ଯାଇଛୁ ଓ ଯାଉଛୁ ମଧ୍ୟ। ପ୍ରଥମ କଥା ହେଲା ସନ୍ତାନଟି ମା’ବାପାଙ୍କର ଜିନ୍‌ ନେଇ ଜନ୍ମ ନିଏ। ଏଣୁ ଏହି ଜିନ୍‌ର ଅନୁରୂପ ପରିପ୍ରକାଶ ଘଟିବ। ଯେଉଁ ମଞ୍ଜି ପୋତାଯାଇଥାଏ ସେହି ଗଛ ଉଠେ। ଆମ୍ବ ଗଛରେ ଆମ୍ବଡ଼ା ଫଳେନି। ତେଣୁ ମା’ବାପାଙ୍କର ଗୁଣବତ୍ତା ହେଉଛି ସନ୍ତାନର ମୂଳ ଉତ୍ସ। ଦ୍ୱିତୀୟ କଥା ହେଲା ସନ୍ତାନଟି ପରିବେଶରୁ ସମସ୍ତ ଗୁଣ ଓ କାର୍ଯ୍ୟକଳାପ ଆହରଣ କରେ। ମାତାପିତାଙ୍କ ଗୁଣ ସହ ପରିବେଶର ପ୍ରଭାବର ସମସ୍ତ ଚେନତାନକୁ ବହନ କରି ସନ୍ତାନଟି ବଡ଼ହୁଏ। ତେଣୁ ଆମେ ଯେମିିତି ପରିବେଶ ପ୍ରଦାନ କରିବା ପିଲାଟି ସେମିତି ତିଆରି ହେବ। ଆମ ଅଜାଣତରେ ଆମର ସମସ୍ତ କୁ ଓ ସୁ କାର୍ଯ୍ୟକୁ ପିଲାଟି ଅନୁକରଣ କରୁଥାଏ। ଆମେ ଛୋଟ ପିଲାଟି କିଛି ଜାଣୁନି, ବୁଝୁନି ଭାବି ତା’ ସମ୍ମୁଖରେ ଆମେ ଆମର ମନ୍ଦ କର୍ମ କରିଥାଉ। ଏତିକି ମନେରଖିବା ଦରକାର ପିଲାଟି ମା’ ପେଟରୁ ଭୂମିଷ୍ଠ ହେଲା ପରେ ସେ ତା’ର ଚତୁଃପାର୍ଶ୍ୱକୁ ଦେଖିବା ଓ ଅନୁକରଣ କରିବା ଆରମ୍ଭ କରିଦେଇଥାଏ। ଆମର ପ୍ରତ୍ୟେକଟି କାର୍ଯ୍ୟକୁ ସେ ଦେଖେ ଓ ଶୁଣେ ଏବଂ ତାହା ତା’ର ମସ୍ତିଷ୍କ ବା ମେମୋରିରେ ଲିପିବଦ୍ଧ ହେଉଥାଏ। ଉଚ୍ଚ ସଂସ୍କାର ଓ ମାନବତା ପିଲା ତା’ ନିଜ ପରିବାରରୁ ଶିଖିଥାଏ। ଆମ ଆଚରଣ ଓ ଉଚ୍ଚାରଣ ଦୁଇଟିରେ ସେ ପ୍ରଭାବିତ ହୁଏ। ସ୍ମୃତିପଟ୍ଟରେ ଯେଉଁ ସବୁ ମନ୍ଦ ହେଉ କି ଆଦର୍ଶ ପିଲା ଜନ୍ମ କାଳରୁ ଶିଖି ଶିଖି ଯୁବାବସ୍ଥାରେ ତାହା ପାକଳ ହୋଇଯାଇଥାଏ। ସେହି ପାରିପାର୍ଶ୍ୱିକ ଶିକ୍ଷା ହିଁ ତା’ର ବ୍ୟକ୍ତିତ୍ୱକୁ ନିର୍ମାଣ ଆମ ଅଜାଣତରେ କରିସାରିଥାଏ। ଯୁବାବସ୍ଥାରେ ତା’ର ଆଚରଣରେ ଆମେ ବ୍ୟଥିତ ହେବା ଅର୍ଥହୀନ। କାରଣ ଆମ କର୍ମର ହିଁ ସେ ଏକ ପ୍ରତିଫଳନ। କହିବାକୁ ଗଲେ ”ବାପ ଯେମିତି ପୁଅ ସେମିତି।“ ସନ୍ତାନର ଆଚରଣ ବେଳେ ବାଲ୍ୟାବସ୍ଥାକୁ ଫେରିଗଲେ ଦେଖିବା ଆମର ଅବିକଳ ରୂପ।
ବୃକ୍ଷଟିର ବିଶାଳତା ପ୍ରାପ୍ତି ନିମନ୍ତେ ପରିବେଶ ଜରୁରୀ। ତେଣୁ ଆମେ ଆମର ସନ୍ତାନକୁ କେମିତି ପରିବେଶ ପ୍ରଦାନ କରିଛୁି ତାକୁ ଆତ୍ମ ଅନୁଶୀଳନ କଲେ ବୁଝାପଡ଼ିବ। ପୌଢ଼ାବସ୍ଥାରେ ଭାଗ୍ୟକୁ ଦୋଷ ଦେଇ ମୁଣ୍ଡରେ ହାତ ମାରିଲେ କିଛି ହୁଏନା। ନିଜେ ଅନୈତିକ ହୋଇ ସନ୍ତାନଠାରୁ ନୈତିକତା ଆଶା କରିବା ପାଗଳାମିର ପ୍ରଳାପ। ତେଣୁ ପ୍ରତ୍ୟେକ ମାତାପିତା ନିଜ ନିଜ ଆଚରଣକୁ ଶୁଦ୍ଧ ରଖିବା ଦ୍ୱାରା ନିଜର କଲ୍ୟାଣ ହୋଇଥାଏ। ଏଇଠି ଏକ ପ୍ରଶ୍ନ ଉଠିପାରେ ମାତାପିତା ଏମିତି ଅନୈତିକ, ଅଶୋଭନୀୟ ଆଚରଣ କାହିଁକି କରୁଛନ୍ତି ତାଙ୍କ ଶିଶୁଟିଏ ସାମ୍ନାରେ ? ସେମାନେ ବି ତାଙ୍କ ମାତାପିତା, ପରିବେଶରୁ ଶିଖିଥିବେ। ତେଣୁ ଏଠି ମାତାପିତାଙ୍କର ବା କି ଦୋଷ ? ବାସ୍ତବରେ ଆମ ସାମାଜିକ ବ୍ୟବସ୍ଥା ହିଁ ଦାୟୀ। ଆମ ବ୍ୟବସ୍ଥାରେ ମଣିଷକୁ ମଣିଷ କରିବା ପରିବର୍ତ୍ତେ ପଶୁ ତୁଲ୍ୟ କରି ରଖିବା ନିମନ୍ତେ ସମସ୍ତ ପ୍ରକାର ଅନୁକୂଳ ବାତାବରଣ ତିଆରି କରାଯାଉଛି। ଗୋଟିଏ ବ୍ୟକ୍ତିର ଅଜ୍ଞାନତା ଓ ଅମାନବିକତା ତା’ର ଶହ ଶହ ପିଢିକୁ ସଂକ୍ରମିତ କରିଥାଏ। ଭାଷଣ ଓ ପ୍ରବଚନରେ ନୈତିକ ଶିକ୍ଷା ମହଜୁଦ କିନ୍ତୁ ସାମାଜିକ, ପାରିବାରିକ ଦୈନନ୍ଦିନ ଆଚରଣରେ ଏହା ନ ଥାଏ। ଅଶ୍ଳୀଳତା, ଅନ୍ଧବିଶ୍ୱାସ, କୁସଂସ୍କାର, ପାଶବିକତା ଆମ ସାମାଜିକ ଅଭ୍ୟନ୍ତରକୁ ଏତେ ଆକ୍ରାନ୍ତ କରିଛି ଯେ ସେଥିରୁ ନିସ୍ତାର ପାଇବା କଠିନ। ଅତ୍ୟନ୍ତ ନିଷ୍ଠାବାନ୍‌ ଓ ଯତ୍ନବାନ୍‌ ମାତାପିତା ନ ହେଲେ ସନ୍ତାନ କୁପରିବେଶର ଶିକାର ହୋଇଯାଇଥାଏ। ତେଣୁ ଏ ସମାଜ ବ୍ୟବସ୍ଥା ହିଁ ଭୁଲ୍‌। ତେଣୁ ଭୁଲ୍‌ କଥା ମଣିଷକୁ ଶିଖାଇ ଏକ ଯନ୍ତ୍ର ମଣିଷ ନିର୍ମାଣ କରୁଛି। ଯନ୍ତ୍ର ମଣିଷ କାହୁଁ ବୁଝିବ ହୃଦୟର ଭାଷା, କରୁଣାର କାରୁକାର୍ଯ୍ୟ, ପ୍ରେମର ପରାକାଷ୍ଠା, ମନର ମାଧୁର୍ଯ୍ୟତା, ସମ୍ପର୍କର ସୌନ୍ଦର୍ଯ୍ୟତା। ସେଥିପାଇଁ ଆମେ ଯଦି ଏମିତି ସାମାଜିକ ଅନୈତିକତା ବିରୋଧରେ ସଂଗ୍ରାମ କରି ଏକ ସୁନ୍ଦର ସମାଜ ସ୍ବପ୍ନରେ ଆଚରଣ ଓ ଉଚ୍ଚାରଣ ସମାନ ରଖିବା ତେବେ ଆମ ଅଲକ୍ଷ୍ୟରେ ଏକ ସଂସ୍କାରୀ ସନ୍ତାନଟିଏ ଗଢି ସାରିଥିବା। ଆମେ ଯଦି ମୋର ମୋର ହୋଇ ସ୍ବାର୍ଥାନ୍ଧ ହେବା, ସମାଜ କଲ୍ୟାଣ କଥା ଭାବିବାନି ତେବେ ସନ୍ତାନଟି ଆହୁରି ସ୍ବାର୍ଥପର ହୋଇ ବାହାରିବ ସେତେବେଳେ ଯେତେ ମୁଣ୍ଡରେ ହାତ ପିଟିଲେ କିଛି ଲାଭ ହେବନି।
ଅଙ୍ଗେନିଭା କଥାଟିଏ। ମୁଁ ସମ୍ବଲପୁର ରେଳ ମଣ୍ଡଳରେ ଜନ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥାଏ। ମୋ ବସାଘର ନିକଟରେ ଛୋଟ ସାଇକେଲ୍‌ ମରାମତି ଦୋକାନଟି ଖୋଲି ରହୁଥାଏ ମୋ ମାମୁ ଗାଁର ବ୍ୟକ୍ତି ଜଣକ। ତାଙ୍କ ନିକଟରେ ବେଳେ ବେଳେ ତାଙ୍କ ବାପା ଆସି ରହୁଥାନ୍ତି। ହିସାବରେ ମୋ ବୋଉର ବଡ଼ଭାଇ। ସନ୍ଧ୍ୟା ସକାଳେ ବୋଉ ପାଖରେ ବସି ଚା, ପାନ ଖାଇଲା ବେଳେ ଲୁହଗଡ଼ାନ୍ତି। ନିଜ ପୁଅ ଓ ବୋହୂର ବ୍ୟବହାରରେ ଅତିଷ୍ଠ। ବେଳେ ବେଳେ କୁହେ ମୁଁ ଆତ୍ମହତ୍ୟା କରିଦେବି। ମୋ ବୋଉ ତାଙ୍କୁ ବୁଝାଏ। ସେ କୁହନ୍ତି – ”ତୋ ଭଳି ପୁଅଟିଏ ମୋର ଜନ୍ମ ହୋଇଥିଲେ, ମୁଁ କେତେ ଆନନ୍ଦରେ ଥାନ୍ତି। ମୋ କପାଳ ମନ୍ଦ।“ ଦେଖ ତୁମ ଘରକୁ କେତେ ବାହାର ଲୋକ ଆସୁଛନ୍ତି, ସମସ୍ତେ କେତେ ଆଦର ପାଇ ଯାଉଛନ୍ତି। କିନ୍ତୁ ମୁଁ ତ ବାପା। ନିଜ ବାପାର ଉପସ୍ଥିତି ପୁଅ ସହି ପାରୁନି ଖର୍ଚ୍ଚ ହୋଇଯିବ ବୋଲି। ମୁଁ ଦିନେ ଏମାନଙ୍କ କଥା ଶୁଣି ଦେଲି। ସିଏ ଗଲା ପରେ ମୋ ବୋଉକୁ କହିଲି – ”ତୁ କ’ଣ ଦେଖିନୁ ଏଇ ବୁଢା ତା ଯୁବାବସ୍ଥାରେ କେମିତି ଦାଣ୍ଡରେ ଲଙ୍ଗଳା ମୁକୁଳା ହୋଇ କଦର୍ଯ୍ୟ ଭାଷାରେ କଳିକରେ। ନିଜ ଭାଇମାନଙ୍କୁ କି ଅଶ୍ଳୀଳ ଭାଷା ପ୍ରୟୋଗ କରେ। ତା’ ପିଲା ତ ଶିଖିଥିବ ନା।“ ମୋ ବୋଉ କହେ- ତା’ କର୍ମ ଯେମିତି ଫଳ ଭୋଗୁଛି ସେମିତି, କିଏ କ’ଣ କରିବ। ଆମେ ଖାଲି ଆହା ପଦେ କହିବା କଥା।

ନିରାକାର ଦାସ
ଅଳସୁଆ ପ୍ରାଇମେରୀ ସ୍କୁଲ୍‌ ସାମ୍ନା, ଦାରୁଠେଙ୍ଗ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?