Posted inଫୁରସତ

ସୂର୍ଯ୍ୟଙ୍କ ତୃତୀୟ ମନ୍ଦିର

ଓଡ଼ିଶାର ଉପାସନା ଧାରା ପ୍ରାଚୀନକାଳରୁ ସାଂସ୍କୃତିକ ସଂହତିର ମାଧ୍ୟମ ହୋଇ ରହିଆସିଛି। ଆମର ମହାଜନମାନେ ଶ୍ରୀବିଷ୍ଣୁଙ୍କର ଚାରି ଆୟୁଧକୁ ନେଇ ଚାରୋଟି କ୍ଷେତ୍ର କରିଥିଲେ। ଏହି ଚାରି କ୍ଷେତ୍ରରେ ବିଷ୍ଣୁ, ଶିବ, ଦେବୀ ଓ ସୂର୍ଯ୍ୟଙ୍କର ଉପାସନା ପ୍ରଚଳିତ ଥିଲା। ଚାରି କ୍ଷେତ୍ର ମଧ୍ୟ ‘ତୀର୍ଥ’ ରୂପେ ବିଦିତ ଥିଲା। ତୀର୍ଥରେ ଦେବଦେବୀ ଉପାସନା ପ୍ରଚଳିତ ଥିଲା। ଶଙ୍ଖକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥ, ଚକ୍ରକ୍ଷେତ୍ର ଏକାମ୍ରରେ ଶ୍ରୀଲିଙ୍ଗରାଜ, ଗଦାକ୍ଷେତ୍ର ଯାଜପୁରରେ ଶ୍ରୀବରାହ ଓ ଦେବୀ ବିରଜା ଏବଂ ପଦ୍ମକ୍ଷେତ୍ର କୋଣାଦିତ୍ୟରେ ଶ୍ରୀସୂର୍ଯ୍ୟଙ୍କର ଉପାସନା ଥିଲା। ଚାରି ଆୟୁଧର ଯେପରି ଆଧ୍ୟାତ୍ମିକ ରହସ୍ୟ ଅଛି, ଚାରିକ୍ଷେତ୍ରର ମଧ୍ୟ ସେହିପରି ରହସ୍ୟମୟ ଐତିହ୍ୟ ଅଛି। ଚାରିକ୍ଷେତ୍ରର ତୀର୍ଥ ପରମ୍ପରା ଓ ଦେବଦେବୀଙ୍କ ଉପାସନା ସର୍ବଭାରତୀୟ ଶାସ୍ତ୍ରରେ ସ୍ଥାନ ପାଇଛି।
ଆମେ ଜାଣିଛେ, ପଦ୍ମକ୍ଷେତ୍ର ମୈତ୍ରେୟବନ କୋଣାଦିତ୍ୟରେ ଶାମ୍ବ ଆରାଧନା କରିଥିଲେ ଶ୍ରୀସୂର୍ଯ୍ୟଙ୍କୁ। ଏହିଠାରେ ପ୍ରଥମ ସୂର୍ଯ୍ୟମନ୍ଦିର ନିର୍ମାଣ କରାଇଥିଲେ ଶାମ୍ବ। ଐତିହ୍ୟ ଅଛି ଚନ୍ଦ୍ରଭାଗା ତୀର୍ଥରୁ ଶ୍ରୀସୂର୍ଯ୍ୟଙ୍କର ବିଗ୍ରହ ପାଇ ମନ୍ଦିରରେ ପୂଜା ବ୍ୟବସ୍ଥା କରିଥିଲେ। ଏଠି ବି ମନକୁ ସମ୍ଭାବନା ଆସେ ତୀର୍ଥରୁ ବିଗ୍ରହ ମିଳୁଥିବାରୁ ଆଗରୁ କ’ଣ ସୂର୍ଯ୍ୟ ଉପାସନା ଥିଲା! ଏହା ସମ୍ଭାବନା ମାତ୍ର। କୌଣସି ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ ଆମେ ଗଜପତି ଲାଙ୍ଗୁଳା ନରସିଂହ ଦେବଙ୍କ ନିର୍ମିତ ସୂର୍ଯ୍ୟମନ୍ଦିର ତୃତୀୟ ମନ୍ଦିର ବୋଲି କହିପାରିବା। ଶାମ୍ବଙ୍କ ନିର୍ମିତ ମନ୍ଦିର ପ୍ରଥମ ହୋଇଥିବା ବେଳେ କେଶରୀବଂଶ ରାଜତ୍ୱ ବେଳେ ଦ୍ୱିତୀୟ ମନ୍ଦିର ନିର୍ମିତ ହୋଇଥିଲା। ରାଜା ପୁରନ୍ଦର କେଶରୀ ପବିତ୍ର ତୀର୍ଥକ୍ଷେତ୍ରର ପ୍ରାଚୀନ ସୂର୍ଯ୍ୟମନ୍ଦିରଟି ଭାଙ୍ଗିପଡ଼ିଥିବା ଦେଖି ମନେହୁଏ ନୂତନ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଇଥିଲେ। ପୁରନ୍ଦର କେଶରୀଙ୍କ ନାମ ‘ବାୟାଚକଡ଼ା ପୋଥି’ରେ ସ୍ପଷ୍ଟ ଭାବରେ ଟିପ୍‌ପଣୀରେ ସ୍ଥାନ ପାଇଛି। ନେତି ନେତି ଚିନ୍ତାଧାରା ସମୟ ସମୟରେ ବାଟବଣା କରିଥାଏ। ରାଜା ପୁରନ୍ଦରଙ୍କୁ ଅନୁସନ୍ଧାନ ପରିସରକୁ ଆଣିବା ପରିବର୍ତ୍ତେ ଘରେ ‘ବାଇମହାନ୍ତି’ ପାଞ୍ଜି ସାଇତି ରଖିଥିବା ପରି କିଛି ଇତିହାସକାର ତାଙ୍କ ନାମକୁ ହିଁ ସ୍ବୀକାର କଲେ ନାହିଁ। ଠିକ୍‌ ଯେମିତି କିଛି ବାହାରିଆ ଆଲୋଚକ ସୂର୍ଯ୍ୟଙ୍କ ମୂଳ ସ୍ଥାନ ନିର୍ଣ୍ଣୟ କରିବାବେଳେ ‘ମୁଲତାନ’ରେ ପହଞ୍ଚି ଯାଇଛନ୍ତି। ଶାସ୍ତ୍ର କହୁଛି- ମୂଳସ୍ଥାନ ହେଉଛି କୋଣାଦିତ୍ୟ, ଓଡ଼ିଶାର କୋଣାଦିତ୍ୟ, କଳିଙ୍ଗର କୋଣାଦିତ୍ୟ, ଓଡ୍ର ରାଷ୍ଟ୍ରର କୋଣାଦିତ୍ୟ। ଅଥଚ ସେମାନଙ୍କୁ ‘ମୁଲତାନ’ ଶବ୍ଦଟି କାହିଁକି ବାସିଲା, ତା’ର ବିଧିବଦ୍ଧ ପ୍ରମାଣ ଆଜି ବି ଅନ୍ଧାର ଘରେ ବାଡ଼ି ବୁଲେଇବା ପରି ଚାଲିଛି।
ବାୟଚକଡ଼ା ପୋଥି (ପତ୍ର-୫୩)ରେ ସ୍ପଷ୍ଟ ଅଛି- ପୁରାତନ କାଳରେ ସୂର୍ଯ୍ୟକ୍ଷେତ୍ରରେ ‘ମହାଭାସ୍କର’ ମୂର୍ତ୍ତି ଉପାସିତ ହେଉଥିଲେ। ପୂଜିତ ମହାଭାସ୍କର ବିଗ୍ରହ ଶାମ୍ବ ପ୍ରତିଷ୍ଠା କରିଥିଲେ କି ରାଜା ପୁରନ୍ଦର କେଶରୀ ପ୍ରତିଷ୍ଠା କରିଥିଲେ ତାହା ନିର୍ଦ୍ଦିଷ୍ଟ ଭାବେ ସ୍ଥିର ହୋଇନାହିଁ। ‘ବାୟାଚକଡ଼ା’ରୁ ମିଳୁଛି ମହାଭାସ୍କର ବିଗ୍ରହଙ୍କ ଉଚ୍ଚତା ଥିଲା ୨ ହାତ ୮ ଆଙ୍ଗୁଳ। ବିଗ୍ରହ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଥିଲେ। ନୂତନ ବିଗ୍ରହଙ୍କ ମାପ ଠିକ୍‌ ହୋଇଥିଲା ୫ ହାତ ୪ ଆଙ୍ଗୁଳ ହେବ। ଶ୍ରୀପଦ୍ମକେଶର ମନ୍ଦିରରେ ନୂତନ ବିଗ୍ରହ ପୂଜିତ ହେବେ, ପୁରାତନ ବିଗ୍ରହ ସମୁଦ୍ରରେ ବିସର୍ଜନ ହେବେ। ବିସର୍ଜନ କରିବେ ଶ୍ରୀନାରାୟଣ ମହାପାତ୍ର ଓ ତାଙ୍କ ସହଯୋଗୀ। ଏଥିପାଇଁ ବ୍ୟୟବରାଦ ବି ହୋଇଥିଲା।
ଏଥିରୁ ଆମେ ଏତିକି ଅନ୍ତତଃ ଜାଣୁଛେ ଗଜପତି ଲାଙ୍ଗୁଳା ନରସିଂହ ଦେବ ବିଶାଳ ଶ୍ରୀପଦ୍ମକେଶର ମନ୍ଦିର କୋଣାଦିତ୍ୟରେ ନିର୍ମାଣ କରାଇବା ପୂର୍ବରୁ ସୂର୍ଯ୍ୟଙ୍କର ଉପାସନା ପ୍ରଚଳିତ ଥିଲା। ଶ୍ରୀଜଗବନ୍ଧୁ ସିଂହଙ୍କ ଦ୍ୱାରା ‘ଜ୍ୟୋତିଷାର୍ଣ୍ଣବ’ ଗ୍ରନ୍ଥ ଚାରୋଟି ଭାଗରେ ସଙ୍କଳିତ ହୋଇଥିଲା। ପ୍ରଥମ ଭାଗରେ ଗ୍ରହମାନଙ୍କର ଜନ୍ମସ୍ଥାନ ରହିଛି-
ଉତ୍ପନୋଽର୍କ କଳିଙ୍ଗେଷୁ ଯମୁନାୟାଂଚ ଚନ୍ଦ୍ରମାଃ।
ଅଙ୍ଗାରକ ସ୍ତୂବନ୍ତ୍ୟାଞ୍ଚ ମାଗଧେଷୁ ହିମାଂଶୁଜଃ॥
ଏହାପରେ ଅନ୍ୟାନ୍ୟ ଗ୍ରହଙ୍କ ଜନ୍ମ ସ୍ଥାନ ଅଛି। ଗ୍ରହମାନଙ୍କ ଜନ୍ମସ୍ଥାନ ବର୍ଣ୍ଣନା ପଛରେ କିଛି ରହସ୍ୟ ଅଛି, ତେବେ ଏହି ଶ୍ଳୋକର ଅର୍ଥ ଓଡ଼ିଆ ଭାଷାରେ କବିତା ଆକାରରେ ଦିଆଯାଇଛି।
‘ରବିଙ୍କର ଜନ୍ମସ୍ଥାନ କଳିଙ୍ଗଦେଶରେ।
ଯମୁନାରେ ନିଶାକର ବୁଧ ମଗଧରେ।’
ତଥାପି କ’ଣ ଆମେ ଗ୍ରହଣ କରିବା ସୂର୍ଯ୍ୟଙ୍କର ମୂଳସ୍ଥାନ ମୁଲତାନ ବୋଲି!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri