Posted inଫୁରସତ

କେବଳ ଅଣ୍ଡରଓ୍ବେୟାର ପିନ୍ଧି ଚୋରି କରନ୍ତି ଏହି ଚୋର, କାରଣ ଜାଣିଲେ…

ରବିନ୍‌ ହୁଡ୍‌ଙ୍କ ବିଷୟରେ ଶୁଣିଥିବେ ନିଶ୍ଚିତ। ସେ ଧନୀମାନଙ୍କଠାରୁ ଟଙ୍କା ଚୋରି କରି ଗରିବ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ। ଆଜି ବି ଏକବିଂଶ ଶତାବ୍ଦୀର ରବିନ ହୁଡ୍‌ଙ୍କ ପରି ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛନ୍ତି। ଏହି ବ୍ୟକ୍ତି ଜଣଙ୍କ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଚୋରି କରୁଥିଲେ। କିନ୍ତୁ ଏହି ଚୋରିରେ ଅନେକ ବିଶେଷ କଥା ଛପି ରହିଥିଲା। ପ୍ରଥମେ ଏହି ଚୋର କେବଳ ଧଳା ରଙ୍ଗର ଟାଇଟ୍‌ ଅଣ୍ଡରଓ୍ବେୟାର(ଚଡି) ପିନ୍ଧି ଚୋରି କରୁଥିଲେ। ଦ୍ୱିତୀୟରେ ଚୋରି ସାମଗ୍ରୀଗୁଡ଼ିକରେ କେବଳ ମୋବାଇଲ ହିଁ ଥିଲା। ଏହି ଚୋରଙ୍କୁ ଧରାଯିବା ବେଳକୁ ତାଙ୍କଠାରୁ ୧୦୦ରୁ ଅଧିକ ମୋବାଇଲ ଜବତ ହୋଇଥିଲା। ଏକ ଭଡ଼ା ଘରୁ ପୋଲିସ ଚୋର ଜଣଙ୍କୁ ଗିରଫ କରିଛି।

ଥାଇଲ୍ୟାଣ୍ଡରୁ ଏପରି ମାମଲା ଆସିଛି। କିଛିଦିନ ତଳେ ଏକ ସମୟରେ ଅନେକ ମୋବାଇଲ ଦୋକାନରୁ ଚୋରି ହେବାର ଖବର ଆସିଥିଲା। ଏହି ଚୋରଙ୍କ ଟାର୍ଗେଟରେ ଏକ ନିର୍ଦ୍ଦିଷ୍ଟ ଦୋକାନ ରହିଥିଲା। ଏହି ଚୋର ଥାଇଲ୍ୟାଣ୍ଡରେ ବାନାନା ଆଇଟି ଷ୍ଟୋର୍‌ରୁ ଚୋରି କରିଛନ୍ତି। ପ୍ରାୟ ୯ଟି ଦୋକାନରୁ ୧୦୦ରୁ ଅଧିକ ମୋବାଇଲ ଚୋରି ହୋଇଥିଲା। ଯେତେବେଳେ ଏହି ଦୋକାନଗୁଡ଼ିକର ସିସିଟିଭି ଯାଞ୍ଚ କରାଯାଇଥିଲା, ପୋଲିସ ଜାଣିବାକୁ ପାଇଲା ଯେ ଚୋର ଜଣକ ଧଳା ରଙ୍ଗର ଏକ ଚଡ଼ି ପିନ୍ଧିଛନ୍ତି। ଅର୍ଥାତ୍‌ ଏହି ସମସ୍ତ ଚୋରି ଗୋଟିଏ ଲୋକଙ୍କ ଦ୍ୱାରା ହିଁ କରାଯାଇଛି ବୋଲି ସ୍ପଷ୍ଟ ହୋଇଥିଲା।

ଧଳା ରଙ୍ଗର ଚଡ଼ି ପିନ୍ଧି ପ୍ରାୟ ୯ଟି ଦୋକାନରୁ ଚୋରି କରିବା ପରେ ଏହି ଚୋରଙ୍କ ନାମ ଶ୍ରୀ ଅଣ୍ଡରପ୍ୟାଣ୍ଟସ ରଖାଯାଇଥିଲା। ଏହି ଚୋର ଜଣଙ୍କ ବୟସ ୨୩ । ତାଙ୍କ ନାଁ ଜେହ୍‌ ଇସ୍‌ମା-ଏ-ହେମା। କୁହାଯାଉଛି, ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରାୟ ୧୨୮ ମୋବାଇଲ ଚୋରି କରିଛନ୍ତି। ଚୋରି ହୋଇଥିବା ଜିନିଷଗୁଡ଼ିକର ମୂଲ୍ୟ ପ୍ରାୟ ୩୪ ଲକ୍ଷ ୮୨ ହଜାର ଟଙ୍କା ହେବ।

ଜେହ୍‌ଙ୍କ ଠାରୁ ପୋଲିସ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଚୋରିର ପରଦିନ ଅର୍ଥାତ୍‌ ଜୁଲାଇ ୩ ତାରିଖ ରାତିରେ ପୋଲିସ ଜେହଙ୍କୁ ଧରିଥିଲା। ଧରାପଡ଼ିବା ପରେ ସେ ନିଜ ଅପରାଧ ସ୍ବୀକାର କରିଥିଲେ। ତାଙ୍କଠାରୁ ଅନେକ ମୋବାଇଲ ମଧ୍ୟ ମିଳିଥିଲା। ସେ କହିଛନ୍ତି, ଆଇଟିରୁ ଚୋରି କରିବାର ଅର୍ଥ ହେଉଛି ବାନାନା ଫୋନ୍‌। ଯେହେତୁ ସେ କଦଳୀ ଖାଇବାକୁ ଭଲ ପାଉଥିଲେ ତେଣୁ ସେ ବାନାନା ମୋବାଇଲ ଚୋରି କରୁଥିଲେ। ଚଡି ପିନ୍ଧି ଚୋରି କରିବା ବିଷୟରେ ସେ କହିଛନ୍ତି, ଏପରି କରିବା ଦ୍ୱାରା ତାଙ୍କର ଆତ୍ମବିଶ୍ୱାସ ବଢ଼ିଲା। ସେ ଜାନୁୟାରୀ ୨୦୨୧ରୁ ଏପରି ଚୋରି କରିଆସୁଛନ୍ତି। ଚୋରି ପୂର୍ବରୁ ସେ ଦୋକାନଗୁଡ଼ିକର ସିସିଟିଭି ଲୁଟୁଥିଲେ। ପରେ ଚୋରି କରୁଥିଲେ। ମାତ୍ର ଏଥର କ୍ୟାମେରାରେ ଧରା ପଡ଼ିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri