Posted inଜାତୀୟ

ଘରୁ ୫୦ ଭରି ସୁନା ନେଇଗଲେ ଚୋର: ମାଲିକାଣୀ କଲେ ଏମିତି କାମ,୧୫ ଦିନରେ ମିଳିଲା ସୁନା

ଜୟପୁର,୧୨।୧୧:ରାଜସ୍ଥାନର ଜୟପୁରରେ ଚୋରିର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ଚୋରମାନେ ଏଠାରେ ଥିବା ଏକ ଘରୁ ୫୦ ଭରି ସୁନା ଅଳଙ୍କାର ଚୋରି କରି ପଳାଇ ଯାଇଥିଲେ। ମାମଲା ପୋଲିସ ପାଖରେ ପହଞ୍ଚିଥିଲା। ସନ୍ଦେହରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଥିଲା। କିନ୍ତୁ ଏହା ନିଶ୍ଚିତ ହୋଇ ନ ଥିଲା ଯେ ଏହି ଲୋକମାନେ ଚୋରି କରିଛନ୍ତି। ତା’ପରେ ଘରର ମାଲିକାଣୀଙ୍କୁ ମଧ୍ୟ ପୋଲିସ ଷ୍ଟେଶନକୁ ଅଣାଯାଇଥିଲା। ଏହି ସମୟରେ ଘରର ମାଲିକାଣୀ ଏପରି କଥା କହିଥିଲେ ଯେ,୧୫ଦିନ ପରେ ଦୁର୍ବୃତ୍ତମାନେ ତାଙ୍କ ଘରେ ଅଳଙ୍କାର ଛାଡି ଯାଇଥିଲେ।

ଏହି ଘଟଣା ଜୟପୁରର ଅଫିସର୍‌ ଟ୍ରେନିଂ ସ୍କୁଲର ପ୍ରକାଶନ ଅଧିକାରୀଙ୍କ ଘରେ ଘଟିଛି। କିଛି ଦିନ ପୂର୍ବରୁ ଚୋରମାନେ ଏଠାରେ ଥିବା ଏକ ଘରୁ ପ୍ରାୟ ୫୦ ଭରି ସୁନା ଅଳଙ୍କାର ଚୋରି କରିଥିଲେ। ଘଟଣା ସମୟରେ ଡାକ୍ତର ଅମୃତ କୌର ଉପସ୍ଥିତ ନ ଥିଲେ। ସେ ଫେରି ଆସିବା ପରେ ସେ ଜିନିଷପତ୍ର ଛିନ୍ନଛତ୍ର ହୋଇ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୁନା ସହିତ, ଆଲମାରୀରେ ରଖାଯାଇଥିବା ୫୦,୦୦୦ଟଙ୍କା ନଗଦ ମଧ୍ୟ ଗାଏବ୍‌ ଥିଲା। ସେ ସଙ୍ଗେ ସଙ୍ଗେ ଗାନ୍ଧୀ ନଗର ପୋଲିସ ଷ୍ଟେଶନକୁ ଯାଇ ଏଫଆଇଆର୍‌ ରୁଜୁ କରିଥିଲେ। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।
ସନ୍ଦେହ ଆଧାରରେ ପୋଲିସ ଓଟିଏସ୍‌ରେ ସଫେଇ କାର୍ଯ୍ୟ କରୁଥିବା ତିନି ଜଣଙ୍କୁ ପୋଲିସ ଷ୍ଟେଶନକୁ ଆଣି ପଚରାଉଚରା ଆରମ୍ଭ କରିଥିଲା। ପୋଲିସ ଘରର ମାଲିକଙ୍କୁ ଡାକି ତାଙ୍କ ପରିଚୟ ଏବଂ ସନ୍ଦେହ ବିଷୟରେ ପଚାରିଥିଲା। ଏହି ସମୟରେ ମାଲିକାଣୀ କହିଥିଲେ, ମୁଁ ତନ୍ତ-ମନ୍ତ୍ର ମାଧ୍ୟମରେ ସବୁକିଛି ଜାଣିଛି, ଯେଉଁମାନେ ଚୋରି କରିଛନ୍ତି। ସେ ଏପରିକି କହିଥିଲେ ଯେ, ସେ ତାଙ୍କ ଚେହେରାକୁ ମଧ୍ୟ ଜାଣିଛନ୍ତି। ଏହା ପରେ ପୋଲିସ ତିନି ଜଣଙ୍କୁ ମୁକ୍ତ କରିଥିଲା।

ଚୋରି ହେବାର ପ୍ରାୟ ୧୫ ଦିନ ପରେ ଡକ୍ଟର ଅମୃତ କୌରଙ୍କ ଘରର ଲନରେ ଏକ ଧଳା ପର୍ସ ଦେଖିବାକୁ ମିଳିଥିଲା। ଯେତେବେଳେ ସେ ଏହାକୁ ଖୋଲିଲେ, ସେଥିରେ ଅଳଙ୍କାର ପାଇଲେ। ଯେତେବେଳେ ସେ ଦେଖିଲେ, ପ୍ରାୟ ୩୫ ଭରି ଓଜନର ଲଗେଜ ଥିଲା। ଅବଶିଷ୍ଟ ୧୫ ଭରି ସୁନା ଗାଏବ୍‌ ଥିଲା। ସେ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ପରେ ଉକ୍ତ ତିନି ଜଣଙ୍କୁ ପୁଣି ଥରେ ପଚରାଉଚରା କରିବାକୁ କୁହାଯାଇଛି। ଚୋରି ଘଟଣାରେ ଉକ୍ତ ତିନିଜଣ ସଫେଇ କର୍ମଚାରୀ ସମ୍ପୃକ୍ତ ଥାଇପାରନ୍ତି ବୋଲି ପୋଲିସ ଏବେ ନିଶ୍ଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

ମହଙ୍ଗା ହେବ ବସ ଯାତ୍ରା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୨।୧୧: ଏଣିକି ମହଙ୍ଗା ହେବ ବସ ଯାତ୍ରା। ଗୁରୁବାର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରିଛନ୍ତି। ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡ଼ା…

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?